ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ବର୍ଷ ୨୦୨୧ରେ ଓଡିଶା ମୁହାଁ ହୋଇଥିଲା ଗୋଟିଏ ପରେ ଗୋଟିଏ ବାତ୍ୟା । ଯାହା ପାଇଁ କେତେ ଯେ କ୍ଷତି ହୋଇଥିଲା ତାହା ବିଷୟରେ ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ । ଶୀତ ଦିନରେ ମଧ୍ୟ ଗତ ବର୍ଷ ୨୦୨୧ରେ ବାତ୍ୟା ଓଡିଶାରେ ହୋଇଥିଲା ଯାହାକୁ ନେଇ ଅନେକ ସମସ୍ୟାର ସମୁଖିନ୍ନ ହୋଇଥିଲେ ଓଡିଶାବାସୀ । ତେବେ ଚଳିତ ବର୍ଷ ୨୦୨୨ ରେ ପ୍ରଥମ ବାତ୍ୟା ଆସିବାକୁ ଯାଉଛି ।
ସେହି ବାତ୍ୟା ର ନାଁ ରହିଛି ଅସାନି । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ର ରୂପ ନେଇ ଆଗକୁ ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । ଆସନ୍ତା ୨୧ ତାରିଖ ରେ ଆଣ୍ଡାମାନ ନିକୋବର ରେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବାଙ୍ଗଲାଦେଶ ଓ ମିଆଁମାର ଆଡକୁ ଗତି କରିବ ବାତ୍ୟା ଅସାନି । ୨୦୨୨ ବର୍ଷର ପ୍ରଥମ ବାତ୍ୟା ଅସାନି କୁ ଏଭଳି ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର ।
ବଙ୍ଗୋସାଗର ଦକ୍ଷିଣ-ପୂର୍ବ ଅଞ୍ଚଳ ରେ ପଡି ବାତ୍ୟା ର ପ୍ରଭାବ । ବଙ୍ଗୋସାଗର ରେ ଥିବା ଲଘୁଚାପ ଆସନ୍ତା ୧୯ ତରାଇଖ ସୁଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ରେ ଏକ ସୀମିତ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଧା ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜ ଉପକୂଳରେ ଏକ ଡିପ୍ରେସନ ରେ ପରିଣତ ହେବ । ଆଉ ମାର୍ଚ୍ଚ ୨୧ ସୁଧା ଏହା ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟା ର ରୂପ ନେବ ବୋଲି ପୂର୍ବ ଅନୁମାନ କରା ଯାଇଛି ।
ତେବେ ଶ୍ରୀଲଙ୍କା ପକ୍ଷ ରୁ ଏହି ବାତ୍ୟା ର ନାଁ ଅସାନି ରଖା ଯାଇଛି । ଏହାକୁ ୨୦୨୨ ବର୍ଷର ପ୍ରଥମ ବାତ୍ୟାର ମାନ୍ୟତା ମଧ୍ୟ ଦିଆ ଯାଇଛି । ଗତ ବର୍ଷ ଓଡିଶା ଆନ୍ଧପ୍ରଦେଶକୁ ପ୍ରଭାବିତ କରିଥିବା ବାତ୍ୟା ଜବାଦ ର ନାମକରଣ ସାଉଦି ଆରବ କରିଥିଲା । ଥା ପୂର୍ବ ରୁ ଆସିଥିବା ବାତ୍ୟା ସାଇନ ର ନାଁ ଦେଇଥିଲା କାତାର । ଅସାନି ବାତ୍ୟା ପରେ ଯଦି କୌଣସି ବାତ୍ୟା ଓଡ଼ିଶାକୁ ଆସେ ତେବେ ତାହାର ନାମକରଣ କରିବ ଥାଇଲ୍ୟାଣ୍ଡ ।
ବନ୍ଧୁଗଣ ଆପଣ ମାନଙ୍କର ବାତ୍ୟା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।