ଆମ ଓଡ଼ିଶା ରେ ସର୍ବଦା ବାତ୍ୟା ଓ ଝଡ଼ ଆଦିର ଆଶଙ୍କା ରହିଥାଏ । ପ୍ରତି ବର୍ଷ କିଛି ନା କିଛି ପ୍ରାକୃତିକ ଦୁର୍ଘଟଣା ହୋଇଛି । ତେବେ ମଣିଷ ପ୍ରକୃତି ଉପରେ ଯେତେ ନିର୍ଭର କରେ ପ୍ରକୃତି ମଧ୍ୟ ନିଜର ଭାର ସାମ୍ୟ ବେଳେ ବେଳେ ହରାଇ ଥାଏ । ତେଣୁ ଯାହା ଫଳରେ କିଛି ନା କିଛି ପ୍ରାକୃତିକ ଦୁର୍ଘଟଣା ହୋଇଥାଏ ଓ ଅନେକ ଜନ ଜୀବନ ହାନି ହୋଇଥାଏ । ତେବେ ସେହି ଭଳି ଵର୍ତମାନ ହେବାକୁ ଯାଉଛି ଲଘୁଚାପ । ତେବେ ଏହି ଲଘୁଚାପ କେଉଁ ସ୍ଥାନରେ ହେବ ?
ଲଘୁଚାପ ଟି ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ଯଦି ସାଟେଲାଇଟ ରୁ ଆପଣ ଏହି ଚିତ୍ର ଟି ଦେଖିବେ । ତେବେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଦୁଇ ଟି ଯାକ ଆପଣଙ୍କୁ ଶାନ୍ତ ଭାବେ ଦେଖା ଯିବ । ଦକ୍ଷିଣ ଆଣ୍ଡାମାନ ଉପରେ ହାଲକା ବାଦଲ ରହୁଛି । ତେବେ ଭାରତୀୟ ପାଣିପାଗ ବିଭାଗ ରୁ ଏହା ସୂଚନା ଦିଆ ଯାଇଛି କି ମେ ମାସ ୪ ତାରିଖ ଦିନ ଏହା ଲଘୁଚାପ ର ରୂପ ନେବ ।
ଆଗାମୀ ୨୪ ଘଂଟା ପରେ ଏହା ଲଘୁଚାପ ସୃଷ୍ଟି ହୋଇ ସାମୁଦ୍ରିକ ଝଡ଼ ର ରୂପ ନେବ । ଅର୍ଥାତ ମେ ମାସ ୫ ତାରିଖ ଦିନ ଏହା ସାମୁଦ୍ରିକ ଝଡ଼ ର ରୂପ ନେବ । ମେ ମାସ ୫ରେ ଲଘୁଚାପ ହେବ ଏହା ୧୩୦୦ କି.ମି ଦୂରରେ ଅଛି ଦକ୍ଷିଣ ଆଣ୍ଡାମାନ ସାଗରରୁ ।
ତେବେ ସୋଆ ବିଶ୍ୱବିଦ୍ୟାଳୟ ର ଆକଳନ ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ଲଘୁଚାପ । ସୋଆ ବିଶ୍ୱବିଦ୍ୟାଳୟ ର ମୂଖ୍ୟ ଶରତ ସାହୁ କହୁଛନ୍ତି କି ଏହା ର ସ୍ଥିତି ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇ ନାହିଁ । ତେଣୁ ଏହା ସିକିମ, ବଙ୍ଗଳାଦେଶ ଓ ଓଡିଶା ଉପକୂଳ ଅଞ୍ଚଳ କୁ ଛୁଇଁ ଅତିକ୍ରମ କରିପାରେ ।
ତେବେ ଯେ ପର୍ଯ୍ୟନ୍ତ ଏହା ସାମୁଦ୍ରିକ ଝଡ଼ ର ରୂପ ନେଇ ନାହିଁ ସେ ପର୍ଯ୍ୟନ୍ତ କିଛି କହି ହେବ ନାହିଁ । ତେବେ ବିଗତ ୩ ବର୍ଷ ଧରି ଲଗାତାର ମେ ମାସ ରେ ଆସୁଛି ବାତ୍ୟା । ୩ ବର୍ଷ ରେ ୩ ଟି ବାତ୍ୟା ଫନି, ଅମ୍ଫାନ, ଯଶ । ତେବେ ମେ ମାସ ରେ କାହିଁକି ଆସେ ବାତ୍ୟା ?
ସମୁଦ୍ରର ତାପମାତ୍ରା ୨୬.୫ ରୁ ଅଧିକ ରହିଲେ ବାତ୍ୟା ପାଇଁ ଅନୁକୂଳ ବତାବରଣ ହୋଇଥାଏ । ଦକ୍ଷିଣ ଆଣ୍ଡାମାନ ସଗାରର ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି ରହୁଛି । ତେଣୁ ଏହି ଲଘୁଚାପ ପରେ ବାତ୍ୟା ର ରୂପ ନେବାର ସମ୍ଭାବନା ମଧ୍ୟ ରହିଛି ।