ମଶା ଘଉଡେଇବା ପାଇଁ 3ଟି ଜବରଦସ୍ତ ଘରୋଇ ଉପାୟ, ମାତ୍ର 1 ମିନିଟରେ ମଶା ହୋଇଯିବେ ଗାୟବ

ବନ୍ଧୁଗଣ ଆଜିକାଲି ଶୀତ ବା ଗ୍ରୀଷ୍ମ ଋତୁ ହେଉ ସବୁ ଋତୁରେ ମଶା ଘର ମାନଙ୍କରେ ଦେଖା ଯାଇଥାଏ । ମଶା ଦେଖୁବାକୁ ବହୁତ ଛୋଟ ହେଲେ ମଧ୍ୟ ଅନେକ ପ୍ରକାରର ରୋଗର କାରକ ହୋଇଥାନ୍ତି । ମସା କାମୁଡିଲେ ଡେଙ୍ଗୁ, ମ୍ୟାଲେରିଆ, ଚିକେନ ବୁନିଆ ଭଳି ଘାତକ ରୋଗ ହୋଇଥାଏ । ଆଜି ଆମେ ଆପଣଙ୍କୁ ମଶା ରୁ ରକ୍ଷା ପାଇବା ପାଇଁ ୩ଟି ଅର୍ଗାନିକ ଉପାୟ ବିଷୟରେ କହିବାକୁ ଯାଉଛୁ । ଅଧିକାଂଶ ମସା ସକାଳେ ଓ ସନ୍ଧ୍ୟା ସମୟରେ ପ୍ରବେଶ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ପ୍ରଥମ ଉପାୟ ତିଆରି କରିବା ପାଇନ ଆବଶ୍ୟକ ରହିଛି ୨ଟି ମାଟି ସରା । ପ୍ରଥମେ ଏକ କପଡା ଉପରେ ମାଟି ସରାକୁ ରଖି ଛୁରୀ ସାହାଯ୍ୟରେ ଏହାକୁ କଣା କରନ୍ତୁ । ତଳେ କପଡା ରଖିବା ଦ୍ଵାରା ସାରା ଭାଙ୍ଗେ ନାହି । ଗୋଟେ ସରାରେ ୪ରୁ ୫ଟି କଣା କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ହୋମ ସାମଗ୍ରୀର ।

ଗୋଟେ ସରାରେ ଦୁଇ ଚାମଚ ହୋମ ସାମଗ୍ରୀ ନିଅନ୍ତୁ । ଏହା ପରେ କର୍ପୁର ଆଡ କରନ୍ତୁ । ଏବେ ଏହାକୁ ଜଳାଇ ଦିଅନ୍ତୁ । ଏହା ପରେ ଅନ୍ୟ ଏକ ସରା ସହ ଏହାକୁ ଘୋଡାଇ ଦେଇ ମସା ହେଉଥିବା ଜାଗାରେ ରଖି ଦିଅନ୍ତୁ । ଯେତେ ମଶା ଥିଲେ ତାହା ତୁରନ୍ତ ବାହାରି ଯିବେ ।

ଦିତୀୟ ଉପାୟଟି ପାଇଁ ନିମ୍ବ ପତ୍ରର ଆବଶ୍ୟକତା ପଡିବ । ଏହା ଆମ ବାତବାରଣକୁ ଶୁଦ୍ଧ କରିଥାଏ । ଅଳ୍ପ ନିମ୍ବ ପତ୍ରକୁ ଶୁଖିଲା ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ପୂଜାରେ ବ୍ୟବହାର ହେଉଥିବା ୪ରୁ ୫ଟି କର୍ପୁର ନିଅନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିକ୍ସ କରିବା ପରେ ଏହାର ଛୋଟ ଛୋଟ ଗୁଳା କରନ୍ତୁ । ଏବେ ଏହାକୁ ଛାଇରେ ଶୁଖାଇ ଦିଅନ୍ତୁ । ମାଟିର ସରା ନେଇ ସେଥିରେ ନିମ୍ବ ପତ୍ରର ଗୁଳା ନେଇ ସେଥିରେ କର୍ପୁର ପକାଇ ଜଳାଇ ଦିଅନ୍ତୁ ।

ନିଆଁ ଲାଗୁ କୁହୁଳିବାରେ ଲାଗିବ ଯାହା ଦ୍ଵାରା ଆଖ ପାଖରେ ଥିବା ମଶା ବାହାରି ଯିବେ । ତୃତୀୟ ଉପାୟଟି ପାଇଁ ପିଆଜର ଜଟା ର ଆବଶ୍ୟକତା ରହିବ । ପ୍ରଥମେ ଏକ ମାଟି ଦୀପରେ ଅଳ୍ପ ସୋରିଷ ତେଲ ଢାଳି ଏକ ବତୀ ନିଅନ୍ତୁ । ଏହା ପରେ ପିଆଜ ଜାତକୁ ତେଲରେ ଭଲ ଭାବେ ବୁଡାଇ ରଖନ୍ତୁ । ଏହା ପରେ ଅଳ୍ପ କର୍ପୁର ଗୁଣ୍ଡ ପକାନ୍ତୁ ।

ଏବେ ଏହାକୁ ଜାଳୟ ଦିଅନ୍ତୁ । ଏହାର ପ୍ରୟୋଗ କରିବା ଦ୍ଵାରା ଘରେ ଯେତେ ମଶା ଥିଲେ ତାର ତୁରନ୍ତ ବାହାରି ଯିବ । ତେବେ ଏହି ୩ଟି ଅର୍ଗାନିକ ଉପାୟ କରିବା ଦ୍ଵାରା ଘରେ ବା ଘର ବାହାରେ ଥିବା ମଶା ବାହାରିବାରେ ଲାଗିବ । ଆପଣ ମାନେ ମଧ୍ୟ ଏହାକୁ ଥରେ ଟ୍ରାଏ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *