ବନ୍ଧୁଗଣ ବୈଜ୍ଞାନିକ ମାନେ ଚନ୍ଦ୍ର ପୃଷ୍ଠରେ ଗଛ ସୃଷ୍ଟି କରିପାରିଛନ୍ତି । ଚନ୍ଦ୍ରର ମାଟି ପୃଥିବୀର ମାଟି ଭଳି ଉର୍ବର ହୋଇନ ଥାଏ । ତେବେ ହାଇ ପରେ ବି ଗଛ ଉଠିବା ଏକ ବଡ ଉପଲବ୍ଧି । ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ବୈଜ୍ଞାନିକ ମାନେ ଗଲେ ତାଙ୍କୁ ସେଠାରେ ଚାଷ କରିବା ପାଇଁ ଅନେକ ସଫଳତା ମିଳିପାରିବ । ଚନ୍ଦ୍ର ରେ ମଣିଷ ରହିବା ପାଇଁ କଲୋନୀ ତିଆରି କରିବା ବର୍ତ୍ତମାନ ସହଜ ହୋଇପାରିବ । କାରଣ ସହର ତିଆରି କରିବା ପାଇଁ ସବୁଠାରୁ ଜରୁରି ହେଉଛି ଖାଦ୍ୟ । ଯଦି ସେହି ସ୍ଥାନର ମାଟି ଉର୍ବର ନ ହେବ ତେବେ ଫସଲ ହୋଇପାରିବ ନାହି ।

ତେବେ ବୈଜ୍ଞାନିକ ମାନେ ଚନ୍ଦ୍ର ର ମାଟିରେ ପ୍ରଥମ ଥର ପାଇଁ ଗଛ ସୃଷ୍ଟି କରି ସଫଳତା ହାସଲ କରିଛନ୍ତି । ଏହା ଏତେ ସହଜ ନ ଥିଲେ ବି ବୈଜ୍ଞାନିକଙ୍କ ପାଇଁ ସମ୍ଭବ ହୋଇପାରିଛି । ଚନ୍ଦ୍ରରେ ଗଛ ସୃଷ୍ଟି କରିବା ସମ୍ଭବ ନୁହେଁ କାରଣ ସେଠାକାର ମାଟି ପଥୁରିଆ । ଅନେକ ସମୟ ଧରି ଅନ୍ତରିକ୍ଷଯାତ୍ରୀଙ୍କୁ ସତେଜ ଖାଇବା ମିଳିନାହି । ପୃଥିବୀରୁ ମାଟି ନେଇ ସେଠାକୁ ଯିବା ସମ୍ଭବ ନୁହେଁ ।
ଏଥିପାଇଁ ଖର୍ଚ୍ଚ ବୃଦ୍ଧି ପାଇବା ସହ ବର୍ତ୍ତମାନ ଚନ୍ଦ୍ରର ମାଟିରେ ଫସଲ ପାଇଁ ଟେଷ୍ଟିଙ୍ଗ କରାଯାଇଛି । ଆମେରିକାର ନାସା ଆପୋଲୋ ମିସନରେ ଚନ୍ଦ୍ରପୃଷ୍ଠରୁ ୩୮୨ କେଜି ପଥର ଆଣିଥିଲା । ନାସା ଏହି ପଥରକୁ ବୈଜ୍ଞାନିକଙ୍କ ମଧ୍ୟରେ ବାଣ୍ଟିଥିଲା । ତେବେ ଜଣା ନ ଥିଲା କି ଏହି ମାଟି କେତେ ବର୍ଷରେ ଶେଷ ହେବ । ଆଶା ରହିଛି ଅଠନିଶ ମିସନ ବେଳେ ଆମେରିକା ଚନ୍ଦ୍ରରୁ ଆହୁରି ଅଧିକ ମାଟି ଆଣିବ ।

ତେବେ ଯେଉଁ ମାଟିରେ ଗଛ ସୃଷ୍ଟି ହୋଇଛି ତାହା ଭ୍ୟାକୁମ ସିଲଟ ଡବାରେ ଲାଗିଛି । ଏହା ବାବଦରେ କମୁନିକେଶନ ବାୟୋଲିଜି ଜେନେରାଲ ତଥ୍ୟ ପ୍ରକାଶ କରାଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା କି ଚନ୍ଦ୍ରର ମାଟିରେ ପ୍ରଥମ ଥର ପାଇଁ ଫୁଲ ଗଛ ସୃଷ୍ଟି କାରଯାଇଛି । ଏଥିରେ ପୃଥିବୀର ପାଣି ପବନ ମିଶା ଯାଇଥିଲା ।
ଫ୍ଲୋରିଡା ବିଶ୍ଵବିଦ୍ୟାଳୟର ପ୍ରଫେସର ଏନେଲିଶା ପଲ କହିଛନ୍ତି ଚନ୍ଦ୍ରର ମାଟିରେ ଗଛ ସୃଷ୍ଟି ହୋଇଛି । ତେବେ ତାକୁ ଏତେ ସହଜରେ ସୃଷ୍ଟି କରାଯାଇ ନାହି । ଚନ୍ଦ୍ର ମାଟିରେ ପାଠୁଜେନ ନ ଥାଏ । ଏହା ଛଡା ଅନ୍ୟ ପଦାର୍ଥ ମଧ୍ୟ ନ ଥାଏ । ଯାହା ମାଟିର ଜୀବ ଓ ଗଛକୁ ଅସୁବିଧା ପହଞ୍ଚାଇବ ।

ପ୍ରଥମେ ଯେଉଁ ଗଛ ସୃଷ୍ଟି କରାଯାଇଥିଲା ସେଥିରେ କେବଳ ଚନ୍ଦ୍ର ମାଟି ଛିଞ୍ଚା ଯାଇଥିଲା । ତେବେ ଏଥର ଚନ୍ଦ୍ରର ମାଟିରେ ଗଛ ସୃଷ୍ଟି କରାଯାଇଛି । ଏନାସିଲା ପଲ ଓ ପ୍ରଫେସର ରବର୍ଟ ପଲଙ୍କୁ ଚନ୍ଦ୍ରର ମାତ୍ର ୧୨ ଗ୍ରାମ ମାଟି ମିଳିଥିଲା । ୧୧ ବର୍ଷ ଲଗାତାର ବିଭିନ୍ନ ପରୀକ୍ଷା ପରେ ପଲ ଓ ରବର୍ଟଙ୍କୁ ଏହି ସଫଳତା ମିଳିଛି । ତାଙ୍କୁ ଆପୋଲୋ-୧୧,୧୨ ଓ ୧୭ ମିସନରୁ ଆସିଥିବା ମାଟି ମିଳିଥିଲା ଯାହାକୁ ସମାନେ ଗଛର ରୂପ ଦେଇଛନ୍ତି ।
ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
