ଅଷ୍ଟ୍ରେଲିୟାର ଏହି ମହାନ କ୍ରିକେଟରଙ୍କ ହେଲା ପରଲୋକ, ଶୋକରେ ସାରା କ୍ରିକେଟ ଜଗତ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ଦୁଖଦ ଖବର ଆସି ପହଞ୍ଚିଛି । ଖବର ଅନୁଯାୟୀ ଅଷ୍ଟ୍ରେଲିୟାର ଆଉ ଜଣେ ମହାନ କ୍ରିକେଟର ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ସଡକ ଦୁର୍ଘଟଣା ରେ ଅଷ୍ଟ୍ରେଲିୟା ର ପୂର୍ବତନ ଅଲ ରାଉଣ୍ଡର ଆଣ୍ଡୟୁ ସାଇମଣ୍ଡସଙ୍କର ମୃତ୍ୟୁ ଘଟିଛି । ଗତ ଶନିବାର ରାତି ରେ ତାଙ୍କର ଦେହାନ୍ତ ଘଟିଛି । ଟାଉନସ୍ପିଲି ସହର ରେ କାର ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାତି ୧୧ ଟା ସମୟରେ ହାରଭେଜ ରେଞ୍ଜ ରୋଡ ରେ କାର ରେ ଯିବା ବେଳେ ଏକ ବ୍ରିଜ ନିକଟରେ ତାଙ୍କର କାର ଓଲଟି ପଡିଥିଲା ।

ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ କୁ ନିଆ ଅଯାଇଥିଲା । ତାଙ୍କର ମୁଣ୍ଡ ରେ ଗଭୀର ଆଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଣ୍ଡୟୁ ସାଇମଣ୍ଡସ ଅଷ୍ଟ୍ରେଲିୟା ଲାଗି ୨୬ଟି ଟେଷ୍ଟ ଓ ୧୯୮ ଟି ଦିନିକିଆ ମ୍ଯାଚ ଖେଳିଥିଲେ । ଏହା ସହ ୧୪ଟି ଟି-୨୦ ମ୍ଯାଚ ସେ ଖେଳିଛନ୍ତି । ଅଷ୍ଟ୍ରେଲିୟା ଟିମ ଦୁଇ ହାର ବିଶ୍ଵକପ ବିଜୟୀ ଦଳରେ ସେ ପ୍ରତିନିଧିତ୍ଵ କରିଛନ୍ତି ।

ତେବେ ତାଙ୍କର ଅକାଳ ବିୟୋଗ ରେ ACB ରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ୧୯୭୫ ମସିହାରୁ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ । ତେବେ ୨୦୨୨ ରେ ତାଙ୍କର କ୍ରିକେଟ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି । ତେବେ ତାଙ୍କର ମୃତ୍ୟୁ ରେ ପୁରା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଏହା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଅଷ୍ଟ୍ରେଲିୟା ର କିମ୍ବଦନ୍ତୀ ସ୍ପିନର ସେମ ୱାର୍ନିଙ୍ଗଙ୍କ ହୃଦଗହତ ରେ ମୃତ୍ୟୁ ଘଟିଥିଲା । ତେବେ ଦିନକୁ ଦିନ ମହାନ କ୍ରିକେଟର ଙ୍କର ମୃତ୍ୟୁ ହେବାରେ ଲାଗିଛି ଯାହା ପାଇଁ କ୍ରିକେଟ ଜଗତରେ ଅନେକ ମହାନ କ୍ରିକେଟର ଙ୍କର କମି ଅନୁଭବ ହେବାରେ ଲାଗିଛି । ତେବେ ଆଣ୍ଡୟୁ ସାଇମଣ୍ଡସ ଙ୍କ ଭଳି କ୍ରିକେଟର ଆଉ କ୍ରିକେଟ ଦୁନିଆକୁ ମିଳିବେ ନାହି ବୋଲି ଅନେକ ମତ ଦେଇଛନ୍ତି ।

ସେ ନିଜର ଦକ୍ଷତା ବଳରେ ଖୁବ ଭଲ ପ୍ରଦର୍ଶନ କରୁଥିଲେ । ଯାହାକୁ ଦର୍ଶକ ମାନେ ଖୁବ ଆଗ୍ରହ ସହ ଦେଖିବାକୁ ପସନ୍ଦ କରୁଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆଣ୍ଡୟୁ ସାଇମଣ୍ଡସ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *