ଗାଲରେ ବାଜିଥିଲା ଗୋଟିଏ ପରେ ଗୋଟିଏ ଚାପୁଡା ଆଉ ଶେଷ ହୋଇ ଯାଇଥିଲା ୯ ବର୍ଷର ସମ୍ପର୍କ । ସନ୍ଦେହ ସମ୍ପର୍କ ଭାଙ୍ଗିଲା ଜୀବନ ବି ନେଇଗଲା । ଦୁହେଁ ଦୁହିଙ୍କୁ ପ୍ରତିଶୃତି ଦେଇଥିଲେ ସାରା ଜୀବନ ଏକାଠି ରହିବା ପାଇଁ । ପ୍ରେମ ରେ ବିବାହର ପ୍ରତିଶ୍ରୁତି ମଧ୍ୟ ଦିଆନିଆ ହୋଇଥିଲେ । ହେଲେ ସେହି ସବୁ ପ୍ରତିଶ୍ରୁତି ଅଚାନକ ୪ ଚାପୁଡାରେ ଭାଙ୍ଗି ଯାଇଥିଲା । ଚାପୁଡାର କଷ୍ଟ ଯେତିକି ନ ଥିଲା ୯ ବର୍ଷ ଭଲ ପାଇଥିବା ପ୍ରେମିକର କଟୁ କଥା ବାଧି ଥିଲା । ଆଉ ସତ୍ୟ ଙ୍କ ହୃଦୟ ତଳେ ଆଶ୍ରୟ ନେଇଥିବା ଆଶ୍ରିତାକୁ ଜୀବନ ହାରିବାକୁ ବାଧ୍ୟ ହୋଇଥିଲା ।
MCA କଲେଜର ଛାତ୍ରୀ ଆଶ୍ରିତା ଓ ସତ୍ୟ ଙ୍କ ଭିତରେ ଥିଲା ୯ ବର୍ଷର ପ୍ରେମ ସମ୍ପର୍କ । କିନ୍ତୁ ଦୁହିଙ୍କର ପ୍ରେମ ସମ୍ପର୍କ ଭିତରେ ଏଣ୍ଟ୍ରି କରିଥିଲା ସନ୍ଦେହ । ଯେଉଁଠି ପାଇଁ ଦୁହିଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ଆଶ୍ରିତା ଭୁବନେଶ୍ବରକୁ ପଢିବାକୁ ଆସିଥିଲେ । ହାର କିଛି ଦିନ ପରେ ସତ୍ୟ ଖବର ପାଇଥିଲେ କି ଆଶ୍ରିତା ଙ୍କ ଅନ୍ୟ ଏକ ପୁଅ ସହ ସମ୍ପର୍କ ଅଛି ।
କିନ୍ତୁ ଏହାକୁ ସବୁବେଳେ ଏଡାଇ ଦେଉଥିଲେ ଆଶ୍ରିତା ଆଉ କହିଥିଲେ ସେମିତି କିଛି ବି ନାହି । କିନ୍ତୁ ଆଶ୍ରିତାଙ୍କ ସହ ଆଉ ଜଣେ ପୁଅର ଫୋଟୋ ଯେତେବେଳେ ସତ୍ୟ ଦେଖିଥିଲେ ନିଜକୁ ସମ୍ଭାଳିପାରି ନ ଥିଲେ । ରାତି ରାତି ଭୁବନେଶ୍ଵର ରେ ରହଥିବା ଆଶ୍ରିତା ଙ୍କ ରୁମରେ ଆସି ପହଞ୍ଚିଥିଲେ ସତ୍ୟ । ତାଙ୍କ ସହ ଝଗଡା କରିବା ସହ ତାଙ୍କୁ ପ୍ରଚୁର ମାଡ ମାରି ଆଖି ତଳ ଫଟାଇ ଦେଇଥିଲେ ।
ଏହା ପରେ ସତ୍ୟ କହିଥିଲେ ତୁ ମରି ଯାଆ ବୋଲିକି । ଯାହାକୁ ସମ୍ଭାଳିପରି ନ ଥିଲେ ଆଶ୍ରିତା । ଏହା ପରେ ମାଆ ଙ୍କୁ ଫୋନ କରି ସବୁ କଥା କହିଥିଲେ ଆଶ୍ରିତା । ମା ଆଶ୍ରିତା ଙ୍କୁ ବହୁତ ବୁଝାଇଥିଲେ କିନ୍ତୁ ଆଶ୍ରିତା ଚିଠି ଲେଖି ଦୁନିଆ ଛାଡି ଚାଲି ଯାଇଥିଲେ । ଚିଠି ରେ କିଛି ଏମିତି ଲେଖା ଥିଲା କି ମା ଆଉ ମୁଁ ଆଉ ପାରୁ ନାହି , ଦୁଇ ଦିନ ହେଲା ବହୁତ କଷ୍ଟ ପାଉଛି ।
ଏ ମୋତେ ବହୁ ମାଡ ମାରିଛି, ଦୁଇ ଦିନ ହେଲା କିଛି ବି ଖାଇ ନାହିଁ, ମୋର ବଞ୍ଚିବାକୁ ଇଚ୍ଛା ଅଛି କିନ୍ତୁ ଆଉ ପାରୁ ନାହି ମାଆ । ମୁଁ ଯାଉଛି ମାମ ହେଲେ ମୁଁ ତୋ ପାଖରେ ସବୁବେଳେ ଥିବି, ମୋତେ ସବୁ ଦିନ ଖାଇବାକୁ ଦେବୁ, ବାପାଙ୍କୁ କହିବୁ ମନ ଦୁଃଖ କରିବେ ନାହିଁ ବାପାଙ୍କର ଇଚ୍ଛା ଥିଲା ମୁଁ ଭଲ ଚାକିରି କରି ତାଙ୍କ ସ୍ଵପ୍ନ ସାକାର କରିବି ବୋଲି ହେଲେ ପାରିଲି ନାହିଁ ମାଆ, ସବୁ କଥା ମୋ ମୋବାଇଲରେ ଅଛି ।
ଏତିକି ଲେଖି ଚିଠି ରେ ୯ ବର୍ଷର ସମ୍ପର୍କ ମାତ୍ର ୯ ସେକେଣ୍ଡରେ ଶେଷ ହୋଇ ଯାଇଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।