ଗ୍ୟାଷ୍ଟ୍ରିକ ଓ ଏସିଡିଟି କଣ ଅଲଗା ? କେମିତି କରିବେ ଏହାର ଚିକିତ୍ସା? ଦେଖନ୍ତୁ କଣ କହୁଛନ୍ତି Doctor

ଆମ ଖାଦ୍ୟପେୟର ଶୈଳୀ ହିଁ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ନିୟମିତ ଉପବାସ କରୁଥିବା ଲୋକ ବା ଅଧିକ ଫାଷ୍ଟ ଫୁଡ ଖାଉଥିବା ବ୍ୟକ୍ତିଙ୍କୁ ଗ୍ୟାଷ୍ଟ୍ରିକ ହେବାର ସମ୍ଭାବନା ଅଧିକ ରହିଥାଏ । ଆମେ ଏହାକୁ ହାଲକା ଭାବେ ନେଇ, ମନଇଛା ମେଡିସନ ଖାଇଥାଉ ଯାହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଗ୍ୟାଷ୍ଟ୍ରିକ ରୋଗରେ ଠିକ ଭାବେ ଚିକିତ୍ସା ନ କରାଗଲେ ରୋଗୀ ଅଧିକ କଷ୍ଟ ପାଇବା ସହ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ । ତେବେ ଗ୍ୟାଷ୍ଟ୍ରିକ କଣ ଓ ଏହାର ଚିକିତ୍ସା କିପରି କରାଯିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଗ୍ୟାଷ୍ଟ୍ରିକ ଓ ଏସିଡିଟି ଉଭୟ ଅଲଗା ହୋଇଥିଲେ ମଧ୍ୟ ସମାନ ଲକ୍ଷଣ ଦେଖା ଯାଇଥାଏ । ଆଜିକାଲିର ଖାଦ୍ୟପେୟ ରେ ଅନିୟମିତା, ପ୍ରଚୁର ପରିମାଣରେ ପାଣି ନ ପିଇବା ଗ୍ୟାଷ୍ଟ୍ରିକ ରୋଗର ମୁଖ୍ୟ କାରଣ ହୋଇଥାଏ । ସାଧାରଣତ ଗ୍ୟାଷ୍ଟ୍ରିକ ସମସ୍ଯା ହେଲେ ପେଟରେ ଜଳା ପୋଡା ହେବା, ଭୋକ ନ ଲାଗିବା, ଲାଲ ପଡିବା, ମୁଣ୍ଡ ବୁଲାଇବା ଓ ଅନେକ ସମୟରେ ବ୍ଲଡ଼ ପ୍ରେସର ହାଏ ଓ ଲୋ ମଧ୍ୟ ହୋଇଥାଏ ।

ତେବେ ବିଶ୍ଵର ସର୍ବ ପ୍ରଥମ ଓ ପୁରାତନ ଚିକିତ୍ସା ପଦ୍ଧତି ହେଉଛି ଆୟୁର୍ବେଦିକ । ଆୟୁର୍ବେଦିକ ଅନୁଯାୟୀ ଦୁନିଆର ଏମିତି କିଛି ରୋଗ ନାହି ଯାହା ଚେରମୂଳୀରେ ଭଲ ହେବ ନାହି । ଗ୍ୟାଷ୍ଟ୍ରିକ ରୋଗ ଭଲ ହେବା ସହଜ ଅଟେ । ଏଥିପାଇଁ ଖାଦ୍ୟପେୟରେ ନିୟମିତ ରଖିବା, ଠିକ ସମୟରେ ଶୋଇବା, ଠିକ ସମୟରେ ଉଠିବା, ନିୟମିତ ବ୍ୟାୟମ କରନ୍ତୁ, ପ୍ରଚୁର ପରିମାଣରେ ପାଣି ସେବନ କରିବା ।

ତେବେ ଏହାର ଚିକିତ୍ସା ପାଇଁ ୩ଟି ତ୍ରିଶାଖା ବେଲପତ୍ର ସହ ଗୋଟିଏ ଗୋଲମରୀଚ ଓ ଅଦା ରସକୁ ପ୍ରତେହ ସକାଳୁ ଖାଲି ପେଟରେ ୨୧ ଦିନ ଲଗାତାର ସେବନ କରିଲେ ପେଟ ରୋଗରୁ ଉପଶମ ପାଇ ହେବ । ଗ୍ୟାଷ୍ଟ୍ରିକ ରୋଗର ସଠିକ ଚିକିତ୍ସା ହେଉଛି ଦିନକୁ ୬ରୁ ୮ ଲିଟର ପାଣିର ସେବନ କରିବା ଉଚିତ । ଏହା ସହ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପଣି ସେବନ କରିବା ଉଚିତ ।

ଯାହା ଖାଦ୍ୟ ଖାଇବେ ତାହା ଚୋବାଇ ଚୋବାଇ ଖାଇବା ଉଚିତ । ଯଦି ଭୋକ ଅଧିକ ଲାଗୁଥାଏ ତେବେ ୬୦% ଖାଦ୍ୟ ଖାଇ ୪୦% ପାଣି ସେବନ କରିବା ଉଚିତ । ଯଦି ଗ୍ୟାଷ୍ଟ୍ରିକ ପୁରୁଣା ହୋଇଥାଏ ତେବେ ୩ଟି ତ୍ରିଶାଖା ବେଲପତ୍ର, ଅଦା ଓ ମିଶ୍ରି ର ପେଷ୍ଟ ତିଆରି କରି ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ଅନ୍ୟ ଏକ ଉପାୟଟି ହେଉଛି ୧୦ ଗ୍ରାମ ଜୀରା, ୨ଟି ହରିଡା, ୧୦ଟି ଲବଙ୍ଗକୁ ପାଣିରେ ପକାଇ ରାତି ସାରା ଭିଯାଇ ରଖନ୍ତୁ । ସକାଳୁ ଏହି ପାଣିର ସେବନ କରି ସାଧାରଣ ପାଣିର ସେବନ କରନ୍ତୁ । ଲଗାତାର ଏହାକୁ ୧୫ ଦିନ ସେବନ କରିଲେ ଗ୍ୟାଷ୍ଟ୍ରିକ ସମସ୍ଯା ହେବ ନାହି । ସକାଳର ଖାଦ୍ଯ ଯେତେ ଜଲ୍ଦି ନେବା ଉଚିତ । ଦ୍ଵିପହରର ଖାଦ୍ୟ ୧୨ରୁ ୨ଟା, ତାରିରେ ୮ଟାରୁ ୧୦ଟା ଭିତରେ ଖାଦ୍ୟ ଖାଇବା ଉଚିତ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *