କଳିଯୁଗରେ ବି ଅଛନ୍ତି ଭଗବାନ, ଦେଖିବାକୁ ମିଳୁଛି ଚମତ୍କାର…. ଦେଖନ୍ତୁ ମହାଦେବଙ୍କ ଅପୂର୍ବ ମାୟା, ଦିନକୁ 2 ଥର ଉଭାନ ହେଉଛି ମନ୍ଦିର! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏଠାରେ ଦିନକୁ ଦୁଇ ଥର ଉଭାନ ହୋଇ ଯାଆନ୍ତି ମହାଦେବ । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଘଟଣା ଟି ପୁରା ପୁରୀ ସତ୍ୟ ଅଟେ । ଗୁଜୁରାଟ ର ଏହିପରି ଏକ ମନ୍ଦିର ରହିଛି ଯାହା ବିୟସ୍ୟରେ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ମନ୍ଦିର ଟି ପ୍ରତି ଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଭକ୍ତ ଏଠାକୁ ଆସିଥାନ୍ତି । ଗୁଜୁରାଟ ର ବରୋଦା ରେ ଥିବା ସ୍ତମ୍ବେଶ୍ଵର ମନ୍ଦିର ଟି ସମୁଦ୍ର ରେ ରହିଛି । ଏହି ମନ୍ଦିର ଟି ଦିନକୁ ଦୁଇ ଥର ପାଣି ରେ ବୁଡି ଯାଇଥାଏ ।

ଦିନକୁ ଦୁଇ ଥର ଶିବ ମନ୍ଦିର ବୁଡିବାର ବିରଳ ଦୃଶ୍ୟ କୁ ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଥାଏ । ଏ ନେଇ ଭକ୍ତ ମାନେ କୁହନ୍ତି ଯେ ମହାଦେବ ଙ୍କ ଜଳାଭିଷେକ ସମୁଦ୍ର ଦ୍ଵାରା ଆସିଥାଏ । ଜଳ ସ୍ତର ବଢି ମନ୍ଦିର ବୁଡିବା ସ୍ଥାନରେ ଏହି ସମୟରେ ଭକ୍ତ ମାନଙ୍କ ପ୍ରବେଶ ଉପରେ ରୋକ ଲଗା ଯାଇଥାଏ । କଥାରେ ଅଛି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କର ଦର୍ଶନ କରିଲେ କୋଟି ପୂଣ୍ୟ ମିଳିଥାଏ ।

ତେଣୁ ଏହି ମାସରେ ବିଭିନ୍ନ ଶୈବ ପୀଠ ରେ ଭକ୍ତ ମାନଙ୍କର ଗହଳି ଲାଗି ରହିଥାଏ । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ଏମିତି ଏକ ପ୍ରାଚୀନ ମନ୍ଦିର ରହିଛି ଯାହାର ଇତିହାସ ଜାଣିବାକୁ କାହିଁ କେତେ ଦୂର ରୁ ଭକ୍ତ ମାନେ ଆସିଥାନ୍ତି । ସେମାନଙ୍କ ମଧ୍ୟ ରୁ ସ୍ତମ୍ବେଶ୍ଵର ମନ୍ଦିର ଟି ଅନ୍ୟତମ ଅଟେ । କାହିଁକି ଉଭାନ ହୁଏ ଏହି ମନ୍ଦିର ।

ଶାସ୍ତ୍ର ଅନୁଯାୟୀ ଏହି ମନ୍ଦିର କୁ ପ୍ରଭୁ ଶିବ ଙ୍କ ପୁଅ ପ୍ରଭୁ କାର୍ତ୍ତିକ ସ୍ଥାପନ କରିଥିଲେ । ଏହି ମନ୍ଦିର ଟି ସମୁଦ୍ର ମଝିରେ ରହି ଥିବାରୁ ଦୈନିକ ଦୁଇ ଥର ପାଣିରେ ବୁଡି ଯାଇଥାଏ । ଜୁଆର କମିବା ପରେ ଏହି ମନ୍ଦିର ପୁଣି ଥରେ ଦେଖିବାକୁ ମିଳିଥାଏ । ଏହି ବିରଳ ଦୃଶ୍ୟ ପ୍ରତି ଦିନ ସନ୍ଧ୍ୟା ଓ ସକାଳେ ସମୟରେ ଦେଖିବାକୁ ମିଳିଥାଏ । ତେବେ ରାକ୍ଷସ ତାଡକାଶୁର ବଦ୍ଧ କରିବା ପରେ କାର୍ତ୍ତିକ ଏଠାରେ ଶିବ ମନ୍ଦିର ସ୍ଥାପନ କରି ଥିବାର ବିଶ୍ଵାସ ରଖା ଯାଇଛି ।

ସମୟ ବିତିବା ସହ ମନ୍ଦିର ଟି ସମୁଦ୍ର ଗର୍ଭ ରେ ଲୁଚି ରହିଥିଲା । ହେଲେ ଦୀର୍ଘ ୧୫୦ ବର୍ଷ ପରେ ଏହି ମନ୍ଦିର କୁ ପୁଣି ଥରେ ଖୋଜି ବାହାର କରା ଯାଇଥିଲା ବୋଲି ବିଶ୍ଵାସ କରା ଯାଇଥାଏ । ତେବେ ଏହି ବିରଳ ଆଉ ନିଆରା ଦୃଶ୍ୟ ଦେଖିବା ପାଇଁ ଏହି ମନ୍ଦିର ରେ ପ୍ରତି ଦିନ ହଜାର ହଜାର ଭକ୍ତ ମାନଙ୍କର ଗହଳି ଦେଖିବାକୁ ମିଳିଥାଏ । 

ଆଉ ପ୍ରଭୁ ଶିବଙ୍କର ଏଭଳି ଅପୂର୍ବ ଅଦୃଶ୍ୟ ହେବାର ଚମତ୍କାରିତା ଦେଖି ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *