ମାଡି ଆସିଲା ଦନ୍ତା ହାତୀ ଆଉ ଦଳି ପଳାଇଲା ପୂଜାରୀଙ୍କୁ, ଦେଖନ୍ତୁ Live ଭୟଙ୍କର ଦୃଶ୍ୟ

ନମସ୍କାର ବନ୍ଧୁଗଣ, ଆଜିକାଲି ବଣୁଆ ପଶୁ ମାନେ ଏତେ ମାରାତ୍ମକ ହୋଇ ଗଲେଣି କି କାହାକୁ ମାନୁ ନାହାନ୍ତି । ଯାହା ଫଳରେ ନିରୀହ ମଣିଷ ମାନଙ୍କର ଜୀବନ ଚାଲି ଯାଉଛି । ତେବେ ବନ ବିଭାଗ ଏଥିପ୍ରତି କଡା କଡି ଭାବେ ଦ୍ରୁଷ୍ଟି ନ ଦେବାରୁ ଏଭଳି ଅଘଟଣ ଘଟିବାରେ ଲାଗିଛି । ଅନେକ ସମୟରେ ଦେଖାଯାଏ କି ଦନ୍ତା ହାତୀ ମଣିଷର ଜୀବନ ନେବା କଥା କିଛି ନୂଆ ନୁହେଁ । ତେବେ ପୁଣି ଥରେ ଛାତି କୁ ଥରାଇବା ଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନା କୁ ଆସିଛି । ଭୟଙ୍କର ଆଉ ହୃଦୟ ବିଦ୍ରାକ ଏହି ଦୃଶ୍ୟ ଯିଏ ଦେଖିବ ସେ ଭୟ କରିବା ଆଉ ଥରି ଉଠିବେ ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କେମିତି ମନ୍ଦିର ରୁ ପୂଜା ସାରି ଫେରିବା ସମୟରେ ପୂଜାରୀ ଙ୍କୁ ଗୋଡାଇ ଗୋଡା ଦଳି ଦେଲା ଦନ୍ତା ହାତୀ । ଆଉ ଏହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଆପଣ ମାନେ ତାହା ଏହି ଭିଡିଓ ରେ ଦେଖି ପାରିବେ । ଦର୍ଶକ ବନ୍ଧୁ ଏମିତି ଭୟଙ୍କର ଘଟଣା ଘଟିଛି ସମ୍ବଲପୁର ଜିଲା କୁଞ୍ଜୁପୁର ଥାନା ସାପ ଲହରା ଅଞ୍ଚଳ ରେ ।

ସାପ ଲହରା ଶିବ ମନ୍ଦିର ପୂଜକ ମୁରଲୀଧର ପୂଜାରୀ ମନ୍ଦିର ରୁ ପୂଜା ସାରି ଫେରୁଥିବା ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଗୋଡାଇ ଥିଲା । ଆଉ ଜୀବନ ବଞ୍ଚିବାକୁ ସେ ଏମିତି ଦୌଡୁଥିଲେ । କିନ୍ତୁ ରାସ୍ତା ରେ ଖାଲ ଥିବା ଯୋଗୁଁ ସେ ତଳେ ପଡି ଯାଇଥିଲେ । ଉପସ୍ଥିତି ଲୋକ ମାନଙ୍କର ପାଟି ଶୁଣିବା ପରେ ମଧ୍ୟ ହାତୀ କିନ୍ତୁ କିଛି ଶୁଣି ନ ଥିଲା ।

ଆଉ ପଡିଆ ମଝି ରେ ବୃଦ୍ଧ ଙ୍କୁ ଦଳି ଦେଇଥିଲା । ଆଉ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ପୂଜାରୀ ଙ୍କ ମୃତ୍ୟୁ ହୋଇଥିଲା । ଆଉ ପୂଜାରୀ ଙ୍କ ମୃତ୍ୟୁ କୁ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳ ରେ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେଣୁ ଏତିକି କହି ହେବ କି ବଣୁଆ ପଶୁ ଙ୍କ ଠାରୁ ମଣିଷ ମାନେ ଯଥା ସମ୍ଭବ ଦୂରେଇ ରହିବା ଦରକାର ।

ସେମାନଙ୍କ ନିକଟବର୍ତ୍ତୀ ହେଲେ ମଣିଷ ଜୀବନ ପ୍ରତି ବିପଦ ରହିଛି । ତେବେ ବନ ବିଭାଗ ଏହି ସବୁ ଘଟଣା ପ୍ରତି ପଦକ୍ଷେପ ନ ନେବା କାରଣରୁ ଘଟଣା ଘଟୁଛି ଯାହା ଫଳରେ ମଣିଷ ମାନଙ୍କର କିଛି ଦୋଷ ନ ଥାଇ ମଧ୍ୟ ମୃତ୍ୟୁ ଘଟୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *