ସମ୍ପର୍କରେ ଆସିଲା ନୂଆ ମୋଡ, ଅଲଗା ହେବେ କି Babushan ଓ Trupti… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ଦେବ ବାବୁସାନ-ପ୍ରକୃତି-ତୃପ୍ତି କୁ ନେଇ ବିବାଦ ଲାଗି ରହିଛି ଯାହା ଏବେ ସୁଧା ସରି ନାହି । ତେବେ ଏହାରି ମଧ୍ୟରେ ବାବୁସାନ ଓ ପ୍ରକୃତି ଚେନ୍ନାଇ ରୁ ନିଜ ନିଜ ଘରକୁ ଫେରି ପରିବାର ସହ ଅଛନ୍ତି । କିନ୍ତୁ ଏ ଯାଏଁ ତୃପ୍ତି ବାବୁସାନ ଙ୍କ ପାଖକୁ ଫେରି ନାହାନ୍ତି କି କେବେ ଫେରିବେ ତାହାର କିଛି ସ୍ପଷ୍ଟ ସୂଚନା ମଧ୍ୟ ରହି ନାହି । ସତରେ କଣ ସ୍ତ୍ରୀ ତୃପ୍ତି ଓ ପୁଅ ଗୁହାନ ଠାରୁ ଅଲଗା ହୋଇଯିବେ ଅଭିନେତା ବାବୁସାନ ମହାନ୍ତି । ତେବେ ଆପଣ ମାନେ ଜାଣିଥିବେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ତାଙ୍କ ପାଖକୁ ଫେରିବା ପାଇଁ ତାଙ୍କ ଆଗରେ ରଖିଛନ୍ତି ୩ ଗୋଟି ସର୍ତ୍ତ ।

ତେବେ ସର୍ତ୍ତ ମାନି ନାହାନ୍ତି ବାବୁସାନ । ଯଦି ସବୁ ସର୍ତ୍ତ ରେ ମାନି ନେବେ ତେବେ ତୁରନ୍ତ ବାବୁସାନ ଙ୍କ ପାଖକୁ ଫେରି ଆସିବେ ସ୍ତ୍ରୀ ତୃପ୍ତି ଓ ପୁଅ ଗୁହାନ । କିନ୍ତୁ ବର୍ତ୍ତମାନ ଯାଏଁ ନୀରବ ରହିଛି ବାବୁସାନ । ତେବେ ବାବୁସାନ କଣ ପାଇଁ ନୀରବ ରହୁଛନ୍ତି । ଯଦି ସେ ତାଙ୍କ ସ୍ତ୍ରୀ ଓ ପିଲା କୁ ଭଲ ପାଉଛନ୍ତି ଯଦି ସେ ନିଜ ପରିବାରକୁ ସଜାଡିବାକୁ ଚାହୁଁଛନ୍ତି ତେବେ ସେ କଣ ପାଇଁ ତୃପ୍ତି ଙ୍କ ସର୍ତ୍ତ ରେ ରାଜି ହେଉ ନାହାନ୍ତି ଯାହା ହୋଇଯିବା ଦରକାର ।

ବାବୁସାନ ଏ ଯାଏଁ ଚୁପ ରହିଛନ୍ତି । ଏମିତିକି ଗଣ ମାଧ୍ୟମ ଆଗରେ ନିଜର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ବାବୁସାନ । ତୃପ୍ତି ଏ ଯାଏଁ ବାବୁସାନ ଙ୍କ ପାଖକୁ ଫେରି ନାହାନ୍ତି କି କେବେ ଫେରିବେ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହି । ତୃପ୍ତି ରଖିଥିବା ସର୍ତ୍ତ ମଧ୍ୟରେ ପ୍ରଥମ ସର୍ତ୍ତ ଟି ହେଉଛି ବାବୁସାନ ଲିଖିତ ଆକାର ରେ ପ୍ରତିଶ୍ରୁତି ଦେବେ କି ସେ ଆଉ ନିଶା ଗ୍ରସ୍ତ ହୋଇ ରହିବେ ନାହି ।

ଦ୍ଵିତୀୟ ସର୍ତ୍ତ ଟି ହେଉଛି ଲିଖିତ ଆକାରରେ ବାବୁସାନ ପ୍ରତିସୃଷ୍ଟି ଦେବ ପ୍ରକୃତି ମିଶ୍ର ଙ୍କ କୌଣସି ସମ୍ପର୍କ ରଖିବେ ନାହି । ଆଉ ବର୍ତ୍ତମାନ ଯେଉଁ ଭଳି ସମସ୍ଯା ସୃଷ୍ଟି କରିଛନ୍ତି ତାହା ଯେମିତି ଆଗାମୀ ଭବିଷୟରେ ନ ହୁଏ ଏହା ହେଉଛି ତୃପ୍ତି ରଖିଥିବା ତୃତୀୟା ଆଉ ଶେଷ ସର୍ତ୍ତ ।

ତେବେ ତୃପ୍ତି ସ୍ତ୍ରୀ ହିସାବ ରେ ଯେଉଁ ଭଳି ସର୍ତ୍ତ ରଖିଛନ୍ତି ତାହା ସଂପୂର୍ଣ୍ଣ ରୂପେ ଠିକ ଅଛି କହିଲେ କିଛି ଭୁଲ ହେବ ନାହି । ଏମିତିକି ଗୋଟେ ପିଲାର ମା ହିସାବ ରେ ମଧ୍ୟ ତୃପ୍ତି ତାଙ୍କ ଜାଗାରେ ସଂପୂର୍ଣ୍ଣ ଠିକ ଅଛନ୍ତି । କିନ୍ତୁ ବର୍ତ୍ତମାନ ଯାଏଁ ନୀରବ ରହିଛନ୍ତି ବାବୁସାନ । ବାବୁସାନ କଣ ପାଇଁ ନୀରବ ଅଛନ୍ତି କଣ ପାଇଁ ତୃପ୍ତି ଙ୍କ ସର୍ତ୍ତ ରେ ରାଜି ହେଉ ନାହାନ୍ତି ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ।

ଦେଖାଯାଉ ଏହି ମାମଲା ରେ ଆଗକୁ କଣ ହେବ । ବନ୍ଧୁଗଣ ଆପଣ ମାନଙ୍କର ତୃପ୍ତି ରଖିଥିବା ସର୍ତ୍ତ ବାବୁସାନ ମାନିବା ଉଚିତ କି ନୁହେଁ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *