ବନ୍ଧୁଗଣ ୧୯୩୭ ମସିହାରେ ହୋଇଥିବା ବଡ ବନ୍ୟାକୁ ଦେଖି ଇଞ୍ଜିନିୟର ଏମ. ଭିଷବ ରାଏ ଚିନ୍ତା କରିଥିଲେ ମହାନଦୀରେ ଏକ ଡ୍ୟାମ ତିଆରି କରିବା । ମହାନଦୀରେ ପ୍ରତିବର୍ଷ ହେଉଥିବା ବନ୍ୟାକୁ ରୋକିବା ପାଇଁ ଏମିତି ଚିନ୍ତା କରିଥିଲେ । ଜାଣି ରଖନ୍ତୁ ଯଦି ଅଧିକ ଦିନ ଯାଏଁ ବର୍ଷା ହୋଇଥାଏ ତେବେ ମହାନଦୀରେ ବନ୍ୟା ସୃଷ୍ଟି ହୋଇଥାଏ ଯାହା ପାଇଁ ମହାନଦୀରେ ପାଖାପାଖି ଗାଁ ରେ ପାର୍ଟି ବର୍ଷ ଅନେକ କ୍ଷତି ହେଉଥିଲା । ମହାନଦୀର ଆଖ ପାଖର ଲୋକଙ୍କୁ ଅନେକ ସମସ୍ୟର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ହୀରାକୁଦ ଡ୍ୟାମ କିପରି ହୋଇଥିଲା ଆସନ୍ତୁ ଜାଣିବା ବିସ୍ତାର ଭାବେ ।
୧୯୪୫ରେ ଯେବେ ଡାକ୍ତର ବି ଆର ଆମ୍ବେଦକର ଚେୟାରମ୍ୟାନ ଥିଲେ ସେହି ହୀରାକୁଦ ଡ୍ୟାମ ନିରାମନ ମହାନଦୀରେ ହୋଇପାରିବ କି ନାହି ରିସର୍ଚ କରିବାକୁ ଅନୁମତି ଦେଇଥିଲେ । ଯଦି ଡ୍ୟାମ ହୁଏ ତେବେ ଲୋକଙ୍କର ଫାଇଦା କଣ ହେବ ତାହା ଉପରେ ଜୋର ଦେଇଥିଲେ । ୧୯୪୬ ମାର୍ଚ୍ଚ ୧୫ରେ ଓଡିଶାର ଗଭର୍ଣ୍ଣର ସାର ହାର୍ଦ୍ଦନ ଲୁଇଜ ହୀରାକୁଦ ଡ୍ୟାମ ନିର୍ମାଣ ଭାର ନେଇଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ଏପ୍ରିଲ ୧୨ ହୀରାକୁଦ ଡ୍ୟାମର ଶୁଭାରମ୍ଭ କରିଥିଲେ ।
ଡ୍ୟାମର ସାଉଣ୍ଡ ଓ ଟେକନିକାଲ ଏକ ମଜୁମଦାର କମିଟି ହୀରାକୁଦ ଡ୍ୟାମରେ ଆପଏମେଣ୍ଟ କରାଯାଇଥିଲା । ମୁଖ୍ୟ ବନ୍ଧର ଲାମ୍ବା ୪.୮ କିମି ଓ ଉଚ୍ଚତା ୨୦ ଫୁଟ । ଦୁଇ ପାହାଡକୁ ଲଗାଇ ତିଆରି ହୋଇଛି ହୀରାକୁଦ ଡ୍ୟାମ । ଗୋଟେ ପଟେ ଲକ୍ଷ୍ମୀ ଟୁଗୁରି ଆଉ ଗୋଟେ ପକ୍ଷେ ଚଣ୍ଡୀଲି ଟୁଗୁରି । ଓଡିଶାର ସମ୍ବଲପୁର ସହର ଠାରୁ ମାତ୍ର ୧୫କିମି ଦୂରରେ ରହିଛି ହୀରାକୁଦ ଡ୍ୟାମ । ଏହା ଓଡିଶାର ବୃହତ୍ତମ ଡ୍ୟାମ ଅଟେ । ଏହି ଡ୍ୟାମରେ ସମୁଦାୟ ୯୮ଟି ଗେଟ ଅଛି । ସେଥିରୁ ୬୪ଟି ସ୍ଲୁଇସ ଗେଟ ଓ ୩୪ଟି କ୍ରେଷ୍ଟ ଗେଟ ଅଛି ।
ଇଣ୍ଟରନେଟ ଓ ଗଭର୍ଣ୍ଣ ରିପୋର୍ଟ ଅନୁଯାୟୀ ହୀରାକୁଦ ଡ୍ୟାମ ଏସିଆର ସବୁଠାରୁ ମାନବ ନିର୍ମିତ ଡ୍ୟାମ ବୋଲି କୁହାଯାଏ । ଏହି ଡ୍ୟାମ ତିଆରି କରିବାର ମୂଳ ଲକ୍ଷ୍ୟ ହେଉଛି ବିଦ୍ୟୁତ ବାହର କରିବା ଓ ଜଳ ସେଚନ କରିବା । ପଶ୍ଚିମ ଓଡିଶାର ଚାଷ ଜମିକୁ ଜଳ ସେଚନ କରିବା ଏହି ଡ୍ୟାମର ମୂଳ ଲକ୍ଷ୍ୟ ଥିଲା ।
ଡ୍ୟାମର ଜଳସେଚନରୁ ୧ଲକ୍ଷ ୫୯ ହଜାର ୧୦୪ ହେକ୍ଟର ଖଋ ଫସଲ ହେଉଥିଲା । ସେହିପରି ୧ଲକ୍ଷ ୮ହଜାର ୩୮୫ ହେକ୍ଟର ର ରବୁଇ ଫସଲ କରାଯାଏ । ଏହି ଡ୍ୟାମ ଦ୍ଵାରା ୧୫ ହଜାର ଲୋକେ ପ୍ରଭାବିତ ହେବା ସହ ପ୍ରାୟ ୨୨ ହଜାର ପରିବାର ବିସ୍ଥାପିତ ହୋଇଥିଲେ ।
୧୯୫୬ ଠାରୁ କ୍ଷତି ପୂରଣ ନ ଦେଇ ବହୁତ ପରିବାରକୁ ସେ ଜାଗାରୁ ସ୍ଥାନାନ୍ତର କରାଯାଇଥିଲା । ହୀରାକୁଦ ଡ୍ୟାମ ତିଆରି କରିବାକୁ ସେହି ସମୟରେ ୯୨.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜୁନ ୧୯୫୬ରେ ଡ୍ୟାମ ଶେଷ ହୋଇଥିଲା । ୪୮ହଜାର କିଲୋ ୱାଟ ଇଲେକ୍ଟ୍ରି ବାହାରିବା ପାଇଁ ତରପାଇନ ଲଗାଇଥିଲା । ଡ୍ୟାମରୁ ୩୪୭.୫ ମେଗାୱାଟ ପାୱାର ବାହାରିଲା ଭଳି ପାୱାର ହାଉସ ବନାଯାଇଛି । ବନ୍ଧୁଗଣ ଆପଣଙ୍କର ମତାମତ କମେଣ୍ଟ ଜରିଆରେ ଜଣାଇବେ ।