ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍କୁଲ ପିଲା ମାନେ ଗଛ ତଳେ ବସି ରହିଛନ୍ତି ସାରା ଆଉ ଦିଦିଙ୍କୁ ଅପେକ୍ଷା କରି । ଏ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୌଣା ପଞ୍ଚାୟତ ପଦାସହି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଦେଖୁଛନ୍ତି ତ କେମିତି ପିଲା ମାନେ ପାଠ ପଢିବା ପରିବର୍ତ୍ତେ ଗଛ ମୂଳେ ବସି ସମୟ ବିତାଉଛନ୍ତି । ସେମାନେ କରିବେ ବା ଆଉ କଣ କାରଣ ସମୟ ୧୦ଟା ୧୦ ପାଠ ପଢିବା ପାଇଁ ଅପେକ୍ଷା କରିଲେଣି ପିଲା ହେଲେ ମାଷ୍ଟରଙ୍କ ଦେଖା ନାହିଁ ।
କେତେବେଳେ ସାର ଆସିବେ ଅପେକ୍ଷା କରି ରହିଛନ୍ତି ପିଲା । ପିଲା ଅପେକ୍ଷା କରିଛନ୍ତି ସାର ଙ୍କୁ ସତ କିନ୍ତୁ ସାରଙ୍କର ଦେଖା ନାହି । ତେଣୁ ପାଠ ନ ପଢି ଏମିତି ଅନେଇ ବସିଛନ୍ତି ପିଲା । ସ୍ଥିତି ଏମିତି ହେଉଛି ଯେ ଅନେକ ସମୟରେ ପିଲା ମାନେ ପାଠ ନ ପଢି ଘରକୁ ସେମିତି ଫେରି ଯାଉଛନ୍ତି । ତେବେ ନିୟମ ଅନୁସାରେ ଅଙ୍ଗନ ବାଡି ସକାଳ ୯ଟା ରେ ଖୋଲିବା କଥା ହେଲେ ତାହା ବି ହେଉନି । ମୋଟ ଉପରେ ଏଠି ସାରଙ୍କୁ ସମସ୍ତଙ୍କର ଅପେକ୍ଷା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏ ଦୃଶ୍ୟ କେବଳ ଆଜିର କି କାଲିର ନୁହେଁ ବରଂ ପ୍ରତି ଦିନ ଏହି ସ୍କୁଲକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଡେରିରେ ଆସନ୍ତି ଆଉ ପିଲା ମାନଙ୍କ ପାଠ ପଢାରେ ଅନେକ କ୍ଷତି ହେଉଛି । ଏହି ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ଜଣେ ବି ସଠିକ ସମୟରେ ସ୍କୁଲ ଆସନ୍ତି ନାହିଁ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଗଣମାଧ୍ୟମ ସ୍କୁଲରେ ଆଲୋଚନା କରିବା ବେଳେ ୧୦ଟା ୨୦ ମିନିଟରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଆଉ ସହକାରୀ ଶିକ୍ଷକ ଅଶୋକ ସାମଲ ତରତର ହୋଇ ସ୍କୁଲ ଆସି ଗେଟି ଖୋଲିଥିଲେ ।
ଦୁହେଁ କିନ୍ତୁ କ୍ୟାମେରା ଦେଖି ପ୍ରଥମ ହଡବଡ ହେଇଗଲେ । ରାସ୍ତାରେ ଆସିବା ବେଳେ କାଦୁଅରେ ପଡି ଯିବାରୁ ଟିକେ ଡେରି ହେଲା ବୋଲି କହି ସେ ସଫେଇ ଦେଇଥିଲେ । ଦୂର ବାତରୁ ଆସୁଛି ସେଥିପାଇଁ ପହଞ୍ଚିବାରେ ଡେରି ହେଲା ବୋଲି ସହକାରୀ ଶିକ୍ଷକ ସଫେଇ ଦେଇଥିଲେ । ତେବେ ଏହି ଘଟଣା ଆଜି କି କାଲିର ନୁହେଁ ବରଂ ପ୍ରତେକ ଦିନ ହେଉଛି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।
ସେପଟେ ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନ ବେଳେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବା ଘଟଣାର ତଦନ୍ତ କରି କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ଅସ୍ତରଙ୍ଗ CDPO କହିଛନ୍ତି । ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।