ନମସ୍କାର ବନ୍ଧୁଗଣ । ଆଜି ସେପ୍ଟେମ୍ବର ୧୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ । ମୋଦୀ ୭୨ ବର୍ଷ ରେ ପାଦ ଦେବାକୁ ଯାଉଛନ୍ତି । ଏହି ଦିନକୁ ବିଭିନ୍ନ ଢଙ୍ଗ ରେ ପାଳନ କରିବାକୁ ଚେଷ୍ଟା ଚଲାଇଛନ୍ତି ଦଳୀୟ ନେତା ଓ କର୍ମୀ ମାନେ । ମୋଦୀ ଙ୍କ ଜନ୍ମ ଦିନକୁ ସବୁଠାରୁ ଖାସ ଓ ସ୍ମରଣୀୟ କରିବାକୁ ଭାରତୀୟ ଜନତା ପାର୍ଟି ତାମିଲନାଡୁ ଦଳର ନୂଆ ୟୁନିକ କିଛି ନୂଆ ଯୋଜନା କରିଛନ୍ତି । ରିପୋର୍ଟ ଅନୁଯାୟୀ ତାମିଲ୍ନାଦଉରେ ଭାରତୀୟ ଜନତା ପାର୍ଟି ଆଜି ମୋଦୀଙ୍କ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ନବଜାତ ଶିଶୁକୁ ଉପହାର ଭାବେ ସୁନାର ମୁଦି ଦେବାକୁ ସ୍ଥିର କରିଛନ୍ତି ।
ଏ ନେଇ ଚେନ୍ନାଇ ସ୍ଥିତ ସରାକରି RSRF ହସପିଟାଲକୁ ଚୟନ କରାଯାଇଛି ଯେଉଁ ଠାରେ ଆଜି ମୋଦୀଙ୍କ ଜନ୍ମ ଦିନରେ ଜନ୍ମ ହୋଇଥିବା ସବୁ ଶିଶୁଙ୍କୁ ସୁନା ମୁଦି ଦିଆଯିବ । ଏହା ଘୋଷଣା କରିଛନ୍ତି ତାମିଲନାଡୁ ମସଚ୍ଯପାଳନ ଓ ସୂଚନା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏମ ମୁର୍ଗନ । ସୁନା ମୁଦି ବଣ୍ଟା କାର୍ଯ୍ୟକ୍ରମରେ ହେବାକୁ ଥିବା ଖର୍ଚ୍ଚ ବାବଦରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ପ୍ରତେକ ମୁଦି ପ୍ରାୟ ୨ ଗ୍ରାମ ସୁନା ରହିବ ଯାହାର ଦର ୫୦୦୦ ଟଙ୍କା ହୋଇପାରେ ।
ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମୋଦୀଙ୍କ ଜନ୍ମଦିନ ରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ଵାଗତ କରିବାକୁ ଚାହୁଁଛୁ । ଏହା ସହ ୭୨୦ କେଜିର ମାଛ ଉପହାର ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ତାମିଲନାଡୁ ବିଜେପି ୟୁନିକ । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଙ୍କ ନିର୍ବାଚନ ମଣ୍ଡଳୀରେ ମାଛ ବଣ୍ଟାଯିବ । ମୋଦୀ ଏଥର ୭୨ ବର୍ଷରେ ପଦାର୍ପଣ କରୁଥିବାରୁ ୭୨୦ କେଜି ମଚକୁ ବାଣ୍ଟିବାକୁ ବିଜେପି ତାମିଲନାଡୁ ୟୁନିକ ନିସ୍ପତି ନେଇଛି । ମୋଦୀ ଙ୍କ ଜନ୍ମ ଦିନ ପାଇଁ ଦିଲ୍ଲୀରେ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି ।
ଦିଲ୍ଲୀର କାନନୋର ପ୍ୟାଲେସ ସ୍ଥିତ ARDOR ୨.୧ ରେଷ୍ଟୁରାଣ୍ଟରେ ଏକ ବିଶେଷ ଥାଳିର ଆୟୋଜନା କାରାଯାଇଛି ଯାହାର ନାଁ ହେଉଛି ୫୬ ମୋଦୀ ଜି । ଏଥିରେ ୫୬ ପ୍ରକାରର ବିଶେଷ ବ୍ୟଞ୍ଜନ ପରସାଯୀବ । ଥାଳି ରେ ଗ୍ରାହକ ନିଜର ପସନ୍ଦର ଶାକାହାରୀ ବା ଆମିଷ ଭୋଜନ ଅର୍ଡର କରି ପାରିବେ । ସୁରକ୍ଷା କାରଣରୁ ମୋଦୀ ଆସି ପାରିବେ ନାହି କିନ୍ତୁ ତାଙ୍କ ପସନ୍ଦର ସ୍ଵତନ୍ତ୍ର ଥାଳି ର ବ୍ଯଞ୍ଜନ ପ୍ରଶଂସକ ଙ୍କ ପାଇଁ ଭେଟି ଦେଇଛନ୍ତି ହୋଟେଲ ମାଲିକ ।
ଏହି ଖାଦ୍ୟ ଥାଳି ସହ ଗ୍ରାହକ ଙ୍କ ପାଇଁ କ୍ଯାସ ଜିତିବାର ଅଫର ମଧ୍ୟ ରହିଛି । ଯଦି କୌଣସି ଗ୍ରାହକ ୪୦ ମିନିଟ ଭିତରେ ଥାଳି ରେ ଥିବା ସବୁ ଖାଦ୍ୟ ଖାଇ ଦେବେ ତେବେ ତାଙ୍କୁ ସାଢେ ୮ ଲକ୍ଷ ଟଙ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ । ଏହା ସହ ମୋଦୀଙ୍କ ଜନ୍ମ ଦିନରେ ଆଜି ଠାରୁ ଅକ୍ଟୋବର ୨ ଯାଏଁ ଦିଲ୍ଲୀ ବିଜେପି ସେବା ପାକୁଆଡ ପାଳନ କରିବ । ବନ୍ଧୁଗଣ ଆପଣ ମାନଙ୍କୁ ମୋଦୀଙ୍କ ଜନ୍ମ ଦିନର ପ୍ରସ୍ତୁତି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।