Dinesh ମୁଁ ସତରେ ଚାଲିଯିବି, ତୁମେ ମୋର ସବୁ ପ୍ରଶ୍ନର ଉତ୍ତର ଦେଇଦିଅ… ଦେଖନ୍ତୁ Video କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ କେ ଦୀପିକା ନିଜ ପ୍ରେମିକ ଦିନେଶ ଙ୍କ ଘର ଆଗରେ ଧାରଣା ଦେଇ ବସି ରହିଛନ୍ତି ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ଆଉ ବି ବଡ ମଧ୍ୟ ଦେଖା ଗଲାଣି । ତଥାପି ଦୀପିକା ନିଜ ଜିଦ ରେ ଅଟଳ ରହିଛନ୍ତି ଆଉ ଦିନେଶ ଙ୍କୁ ଅପେକ୍ଷା କରି ରହିଛନ୍ତି ଯେ ସେ କେବେ ଆସିବେ ଆଉ ତାଙ୍କୁ ଓ ପୁଅକୁ ଗ୍ରହଣ କରି ନେବେ । ବର୍ତ୍ତମାନର ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ଦିନେଶ ମୁଁ ଚାଲିଯାଉଛି ତୁମେ ଖୁସିରେ ରୁହ, ଭଲରେ ରୁହ, ମୁଁ ସବୁଦିନ ପାଇଁ ଚାଲି ଯାଉଛି ।

ମୁଁ ତୁମକୁ ଆଉ ହଇରାଣ କରିବି ନାହିଁ । ମାତ୍ର କେବଳ ଥରେ ଆସି ମୋ ଆଗରେ ଛିଡା ହେଇଯାଅ ଏବଂ ମୋ ଆଖିରେ ଆଖି ମିଶେଇ କହିଦିଅ ଯେ ତୁମେ ମତେ କେବେ ମଧ୍ୟ ଭଲ ପାଉ ନ ଥିଲ । ଆଉ ମୋ ପାଖରେ ବଢୁଥିବା ପୁଅ ତୁମର ନୁହେଁ ବୋଲି । ଦୀପିକା କହିଛନ୍ତି ଯେ ସତରେ ଦିନେଶ ତୁମେ ମୋର ସବୁ ପ୍ରଶ୍ନର ଉତ୍ତର ଦେଇ ଦେଲେ ମୁଁ ଏଠାରୁ ଚାଲିଯିବି । ମୁଁ ଆଉ ଧାରଣାରେ ବସିବି ନାହିଁ ।

ମତେ ଭାରି କଷ୍ଟ ହେଲାଣି ବୋଧ ହୁଏ ଏମିତି କିଛି ଭାବନା ବର୍ତ୍ତମାନ ଦୀପିକା ଙ୍କ ମନରେ ଆସୁଥିବ କାରଣ ଏକମାସ ହେବ ଧାରଣାରେ ବସି ରହି କୌଣସି ପ୍ରକାରର ସୁଫଳ ପାଇ ପାରୁ ନାହାଁନ୍ତି ଦୀପିକା । ନା ପୋଲିସ ନା କୋର୍ଟ କେହି ମଧ୍ୟ ଦୀପିକାଙ୍କୁ ନ୍ୟାୟ ଦେଇ ପାରୁ ନାହାଁନ୍ତି ଅସହ୍ୟ ହୋଇ ପଡିଲାଣି ଦୀପିକାଙ୍କ ପାଇଁ ଅପେକ୍ଷା କରିବାର କଷ୍ଟ । ସେ ଧାରଣାରେ ବସିବା ପାଇଁ ଚାହୁଁ ନାହାଁନ୍ତି । ମାତ୍ର ତାଙ୍କୁ ବାଧ୍ୟ କରୁଛି ତାଙ୍କ ପାଖରେ ବଢୁଥିବା ଛୁଆର ପରିଚୟ ।

ଯେତେବେଳେ ସେ ବଡ ହୋଇ ପଚାରିବ ତା’ ବାପା କିଏ ବୋଲି ସେତେବେଳେ ତାଙ୍କୁ ଦୀପିକା କ’ଣ ଉତ୍ତର ଦେବେ ସେହି ଭାବନା ହିଁ କେବଳ ଦୀପିକାଙ୍କୁ ଧାରଣା ଦେବାକୁ ବାଧ୍ୟ କରୁଛି ।ସେ ଧାରଣା ଛାଡି ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ହେଲେ ଦିନେଶ ଖାଲି ତାଙ୍କ ପ୍ରଶ୍ନର ଉତ୍ତର ଦେବା ଦରାକର । ସେ ସମସ୍ତ ପ୍ରଶ୍ନର ଉତ୍ତର ପାଇଗଲା ପରେ ଚାଲିଯିବେ ବୋଲି ପୂର୍ବରୁ ଅନେକ ଥର କହି ସାରିଛନ୍ତି ଦୀପିକା ।  ଅନ୍ୟ ପକ୍ଷରେ ଏତେ ସବୁ କାଣ୍ଡ ହେଲା ପରେ ମଧ୍ୟ ଦିନେଶ କେଉଁ ଆଡେ ଯାଇ ଲୁଚି ରହିଛନ୍ତି ।

ଦୀପିକାଙ୍କ ପାଖକୁ ଥରୁଟିଏ ବି ଆସି ନାହାଁନ୍ତି । ପୋଲିସ ମଧ୍ୟ ଦିନେଶ ଙ୍କୁ ଗିରଫ କରୁ ନାହିଁ । ଦୀପିକା ଙ୍କ ପୁଅ ସହିତ ଦିନେଶ ଙ୍କ DNA ରିପୋର୍ଟ ପଜେଟିଭ ରହିଛି । ତେବେ ପୋଲିସ କଣ ପାଇଁ ଦିନେଶ ଙ୍କୁ ଗିରଫ କରୁ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଦୀପିକା ଦିନେଶ ଙ୍କୁ ଅପେକ୍ଷା କରି କରି ଥକି ପଡିଲେଣି । ବର୍ତ୍ତମାନ କୋର୍ଟ ଙ୍କ ରାୟ କୁ ଅପେକ୍ଷା କରି ରହିଛନ୍ତି ଦୀପିକା । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *