ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ଦୁଇ ଦିନ ତଳେ କିଶୋର ଭାଇନା ଙ୍କ ହୋଟେଲ କୁ ମାଟି ରେ ମିଶାଇ ଦେଇଥିଲା ବିଏମସି ଯାହା ପାଇଁ ସେ ଗାଁ କୁ ଯିବା ପାଇଁ ସ୍ଥିର କରିଥିଲେ । କାରଣ ସେ ନିଜ ହୋଟେଲ ସଫା ସୁତୁରା ରଖୁ ନ ଥିଲେ କି ଲୋକଙ୍କୁ ଭଲ ପ୍ରଡ଼କ୍ଟ ର ଜିନିଷ ଖାଇବାକୁ ଦେଉ ନ ଥିଲେ ଯାହା ପାଇଁ କିଶୋର ହୋଟେଲ କୁ ଶିଚ କାର ଯାଇଥିଲା । କିନ୍ତୁ ତାଙ୍କ ହୋଟେଲ କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ପୁଣି ବସିବ ହଣ୍ଡା ଆଉ ରନ୍ଧା ହେବ କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ।
ପୁଣି ଲାଗିବ କାଠ ଚୁଲି ଆଉ ଗମ ଗମ ହୋଇ ଫୁଟିବ ମଟନ ଝୋଳ । ପୁଣି ଜମିବ ଗ୍ରାହକଙ୍କ ଭିଡ ଆଉ ଟୁଲ ଉପରେ ଆସନ ପକାଇ ପ୍ଳେଟ ଉପରେ ପ୍ଳେଟ ମଟନ ବାଢି ଚାଳିବେ କିଶୋର ଭାଇନା । ହଁ ଦର୍ଶକ ବନ୍ଧୁ ଆପଣ ଠିକ ଶୁଣୁ ଛନ୍ତି ପୁଣି ଥରେ ଏବେ କିଶୋର ଭାଇନା ବସି ବାଢିବ ଖାସୀ ।
ଯେଉଁ ମାନେ କିଶୋର ମଟନକୁ ମିସ କରୁଥିଲେ କିମ୍ବା କିଶୋର ଭାଇନା ଗାଁକୁ ଯିବା କଥା ଶୁଣି ମନ ଦୁଃଖ କରୁଥିଲେ ଆଉ ମନ ଦୁଃଖ କରିବାର ନାହିଁ । ଆଉ ଠିକଣା ବି ଖୋଜିବାର ନାହିଁ କାରଣ ପୁଣି ଥରେ ଖୋଲିବାକୁ ଯାଉଛି କିଶୋର ମଟନ ହୋଟେଲ । ଆଉ ଏବେ ଆପଣଙ୍କ ମନକୁ ପ୍ରଶ୍ନ ଉଠୁ ଥିବ କିଶୋର ଭାଇନା କେଉଁଠି ହୋଟେଲ କରିବେ ।
ହଁ ଦର୍ଶକ ବନ୍ଧୁ ଯେଉଁଠି ତାଙ୍କର ହୋଟେଲ ଥିଲା ସେଇଠି ଆଖ ପାଖରେ ହିଁ ହୋଟେଲ କରିବେ କିଶୋର ଭାଇନା । ସେହି ଦୂରଦର୍ଶନ ପାଖ ଆଉ ଆପୋଲୋ ହସ୍ପିଟାଲ ପାଖରେ ହିଁ କିଶୋର ଭାଇନା ଜାଗା ଠିକ କରି ସାରିଲେଣି । ଆଉ ଖୁବ କମ ଦିନ ମଧ୍ୟରେ ସେ ପୁଣି ଥରେ ହଣ୍ଡା ବସେଇବାକୁ ଯାଉଛନ୍ତି । ନୂଆ ଲାଇସେନ୍ସ ସହ ସଫା ସୁତୁରା ସହ ଏଥର ପୁଣି ହଣ୍ଡା ବସିବ ।
କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ରୋଷେଇ ହେବ ଆଉ ଗରମ ଗରମ ମଟନ ଆଉ ଭାତ ଖାଇବା ପାଇଁ ଯେଉଁ ଭଳି ଭାବରେ ଲୋକ ମାନେ ଆସୁଥିଲେ ଠିକ ସେମିତି ହିଁ ଲୋକ ଆସିବେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଉ କେଉଁଠି ବି ହୋଟେଲ କରିବେ ନାହିଁ କିଶୋର ଭାଇନା ।
ଯେଉଁଠି ତାଙ୍କର ହୋଟେଲ ଥିଲା ସେହି ଆଖ ପାଖ ଅର୍ଥାତ ଦୂରଦର୍ଶନ ପାଖ ଆଉ ଆପୋଲୋ ହସ୍ପିଟାଲ ନିକଟରେ ଖୁବ ଶୀଘ୍ର ଖୋଲିବାକୁ ଯାଉଛି କିଶୋର ଭାଇନାଙ୍କ ମଟନ ହୋଟେଲ । ଯାହାକୁ କିଶୋର ଭାଇନାଙ୍କ ମଟନକୁ ଭଲ ପାଉ ଥିବା ଗ୍ରାହକ ମାନେ ଅପେକ୍ଷା କରି ରହିଛନ୍ତି ।
ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।