ଘନୀଭୂତ ହେଉଛି ଘୂର୍ଣ୍ଣୀବଳୟ, ଏହି 7ଟି ଜିଲ୍ଲାକୁ ପାଣିପାଗ ବିଭାଗ ଦେଲା ସତର୍କ ସୂଚନା

ନମସ୍କାର ବନ୍ଧୁଗଣ, ସୂଚନା ଅନୁଯାୟୀ ଘନୀଭୂତ ହେଉଛି ଘର୍ଣ୍ଣୀ ବଳୟ । ଉତ୍ତର ଓ ସଲଙ୍ଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗାର ରେ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇଛି ଯାହା ପାଇଁ ବଢିବ ଆହୁରି ବର୍ଷାର ପରିମାଣ । ସେପ୍ଟେମ୍ବର ୨୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । ଆଗାମୀ ୭୨ ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ନିଙ୍ଗ ଚେତାବନୀ ଜାରି କରା ଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି ୪ଟି ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଓ ପ୍ରବଳ ବର୍ଷା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।

ସେହିଭଳି ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ଟି ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ନୟାଗଡ କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କାର ଯାଇଛି । ପ୍ରବଳ ବର୍ଷା ପାଇଁ ଆସନ୍ତା କାଲି ୭ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ କରା ଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ପାହାଡିଆ ଅଞ୍ଚଳରେ ମାଟି ଅତଡା ଖସିବା ଓ ଭୂ-ସ୍ଖଳନ ଥିବା ସମ୍ଭାବନା ରହିଛି । କଚ୍ଚା ଘର ମଧ୍ୟ କ୍ଷତି ଗ୍ରସ୍ତ ହୋଇପାରେ । ତଳିଆ ଅଞ୍ଚଳରେ ଜଳ ବନ୍ଦୀ ସମସ୍ଯା ଉପୁଜିବାର ଅସାଙ୍କା ରହିଛି । ସେପ୍ଟେମ୍ବର ୨୨ ତାରିଖକୁ ବର୍ଷା କମିପାରେ ।

ଆଜି ଠାରୁ ସେପ୍ଟେମ୍ବର ୨୧ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣୀ ବଳୟ ଘନୀଭୂତ ହେବା ପରେ କାଲି ସକାଳ ସୁଧା ଲଘୁଚାପ ର ରୂପ ନେଇପାରେ । କାଲି ଅପରାହ୍ନ ସୁଧା ଘୂର୍ଣ୍ଣୀ ବଳୟ ଓଡିଶା ଦେଇ ପୁରୀ, ଭଦ୍ରକ, ଛତିଶଗଡ ଜିଲ୍ଲାକୁ ଗତି କରିପାରେ । ଆଜି ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ରାଏଗଡା ରେ ହେଭି ବର୍ଷା ଆରମ୍ଭ ହୋଇପାରେ । ବର୍ଷାର ପ୍ରଭାବ ସେପ୍ଟେମ୍ବର ୨୨ ତାରିଖ ଯାଏଁ ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗୀର, ନୂଆପାଡା, କନ୍ଧମାଳ, କଳାହାଣ୍ଡି ରେ ହେବାର ସମ୍ଭାବନା ରହିଛି ।

ୱେଷ୍ଟର୍ନ ଓଡିଶା କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଙ୍ଘପୁର, ଗଞ୍ଜାମ, ପୁରୀ ଆଦି ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ୨୭ରୁ ୩୦ ତାରିଖ ଏବଂ ଅକ୍ଟୋବର ୧ରୁ ୪ ତାରିଖ ମଧ୍ୟରେ ଘୂର୍ଣ୍ଣୀ ବଳୟ ହେବାର ସମ୍ଭାବନା ରହିଛି । ଆଜି ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରଣୀୟ ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ ।

ପଶ୍ଚିମ ଓଡିଶା ବରଗଡ, ସୋନପୁର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଆଦି ଜିଲାଲ ରେ ହେଭି ରେନ ହୋଇପାରେ । ପଶ୍ଚିମ ଓଡିଶା ଢେଙ୍କାନାଳ, ଯାଜପୁର, ଅନୁଗୁଳ ଆଦି ଜିଲ୍ଲା ଗୁଡିକରେ ବର୍ଷା ହୋଇପାରେ । ୧୯ରୁ ୨୧ ତାରିଖରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ବିଶେଷ ଖବରକୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *