ନମସ୍କାର ଅନ୍ଧୁଗଣ, ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ ଯୁବକ ଜଣକ ନିଜର କାମରେ ବ୍ୟସ୍ତ ଅଛନ୍ତି ଆଉ ସେହି କାମଟି ହେଉଛି ପାନୀୟ ଢଳିବା । କ୍ୟାମେରା ପଡିବା ପରେ ବି ସେ ନିଜ କାମରେ ବ୍ୟସ୍ତ ଅଛନ୍ତି ଜମା ବି ବ୍ୟସ୍ତ ବିବ୍ରତ ହେଉ ନାହାନ୍ତି । ଆଉ ତାଙ୍କ ପାଖରେ ଅଛନ୍ତି ଜଣେ ମହିଳା କର୍ମଚାରୀ । ତେବେ ଯୁବକ ଜଣକ ଏଠାରେ ବସି ମଦ୍ୟପାନ କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଏ ହେଉଛି କଟକ ବଡ ମେଡିକାଲର ଦୃଶ୍ୟ ଆଉ ଏଠାରେ ଗୋଟେ ଟିକେଟ କାଉଣ୍ଟର ରହିଛି ।
ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଲା ଏଠାରେ ଜଣେ ମହିଳା କର୍ତ୍ତବ୍ୟରତ ଥିବା ବେଳେ ଯୁବକ ଜଣକ ଆସ୍ଥାନ ଅବଧି ଦେଇଛନ୍ତି । ପ୍ରଥମ କଥା ଏହା ତାଙ୍କ ଘରେ ନୁହେଁ ଏହା ମେଡିକାଲ । ଦ୍ଵିତୀୟ କଥା ସେ ଜଣେ ମହିଳା କର୍ମଚାରୀଙ୍କ ସହ ଡିୟୁଟିରେ ଅଛନ୍ତି । କଟକ ବଡ ମେଡିକାଲର ଟିକେଟ କାଉଣ୍ଟରରେ ବସି ମଦ୍ୟପାନ କରିବା ପୂର୍ବରୁ ଥରୁଟିଏ ବି ଭାବିଲେ ନାହି କି ସେ ଯାହା କରୁଛନ୍ତି ତାହା ଠିକ ନା ଭୁଲ । ଏହି ଭିଡିଓ କେବେ କାର ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଏହା ବଡ ମେଡିକାଲରେ କାଜୁଆଲ ବୋଲି କୁହାଯାଉଛି । ତେବେ ଏ ନେଇ ବଡ ମେଡିକାଲ ପ୍ରଶାସନିକ ଅଧିକାରୀ ମତ ଦେଇଛନ୍ତି କି ଯୁବକ ଜଣକ କିଏ ତାହା ସ୍ପଷ୍ଟ ଭାବେ ଜଣା ପଡୁ ନାହି । ଯଦି ଏହି ଭିଡିଓ ଟି ସତ ତେବେ ନିଶ୍ଚୟ ଯୁବକ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ଆଉ ତାଙ୍କ ବିରୁଦ୍ଧରେ ଆକ୍ସନ ନିଆଯିବ । ତେବେ ଟିକେଟ କାଉଣ୍ଟର ରେ ଏଭଳି ହରକତ ଜମା ବି ବରଦାସ୍ତ ହେବ ନାହି ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।
ଏହି ଘଟଣା ବାବଦ ରେ ନିଶ୍ଚିନ୍ତ ଭାବେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ଆଉ ଯୁବକ ଏଭଳି ହରକତ କାହିଁକି କରୁଛନ୍ତି କିମ୍ବା କାହା କଥା ରେ ପଡି କରୁଛନ୍ତି ଏ ସବୁ ବିଷୟରେ ଯାଞ୍ଚ କରାଯିବ । ତେବେ ଟିକେଟ କାଉଣ୍ଟର ରେ ଏଭଳି କାରନାମା ବହୁତ ନିନ୍ଦନୀୟ ଆଉ ଲାଜ୍ୟା ଜନକ ଘଟଣା ଅଟେ ଯାହାକୁ ନେଇ ପ୍ରତିବାଦ କରା ଯାଇଛି । ତେବେ ଦେଖାଯାଉ ଯୁବକ ଙ୍କ ବିରୁଦ୍ଧରେ କେଉଁ ଦିନ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ଆଉ କେଉଁ ଭଳି ଆକ୍ସନ ନିଆଯିବ ତାହା ଦେଖିବା ବାକି ରହିଲା ।
ତେବେ ସେ ଯାହା ବି ହେଉ କଟକ ବଡ ମେଡିକାଲ ରେ ବହୁତ ନାଁ ଥିବା ବେଳେ ଏପରି ଘଟଣା ସାମନା କୁ ଆସିବା ପରେ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।