ଭାରତରେ କାହିଁକି ବ୍ୟାନ୍ ହେଲା 90 ଦଶକର ସବୁଠୁ ଲୋକପ୍ରିୟ Bike RX100 ? ଜାଣନ୍ତୁ ଏହା ପଛର କାହାଣୀ…

ବନ୍ଧୁଗଣ ଆମ ଦେଶରେ ୧୦୦ ରୁ ବି ଅଧିକ ବାଇକ ଲଞ୍ଚ ହୋଇ ସାରିଛି । ହେଲେ ସେଥି ମଧ୍ୟରୁ କିଛି ଅଳ୍ପ ପୁରୁଣା ମଡେଲ ବାଇକ ଅଛି ଯାହାକୁ ଏ ପର୍ଯ୍ୟନ୍ତ ଭୁଲି ହୁଏ ନାହିଁ । ଚାଲନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବାଇକ ବିଷୟରେ କହିବାକୁ ଯାଉଛୁ ଯାହା ୯୦ ଦଶକରେ ସବୁ ଯୁବପିଢି ପାଇଁ ପ୍ରଥମ ପସନ୍ଦ ଥିଲା । ଆମେ କହୁଛୁ ସବୁଠାରୁ ଲୋକପ୍ରିୟ ବାଇକ ୟମାହା RX100 ବିଷୟରେ । ବର୍ତ୍ତମାନ ରୟାଲ ଇନଫିଲ୍ଡ ଯେମିତି ସର୍ବାଧିକ ଲୋକପ୍ରିୟ ହୋଇଛି ସେତେବେଳେ ୟମାହା RX100ର କ୍ରେଜ ପୁରା ଭାରତରେ ଥିଲା ।

ଜାପାନୀଜ କମ୍ପାନୀ ୟମାହା ସବୁବେଳେ ହାଇ ପର୍ଫୋମାନ୍ସ ବାଇକ ପାଇଁ ଫେମସ ରହିଛି । ତେଣୁ ଆଜିର ବଜାରରେ ବି ୟମାହାର ଅନେକ ଗାଡିର ଚାହିଦା ଅଧିକ । ହେଲେ ଯଦି ଆମେ ପଛକୁ ଯାଇ ୮୦ ଦଶକକୁ ଦେଖିବା ସେତେବେଳେ ୟମାହାର ଏତେ ଚାହିଦା ଅଧିକ ନଥିଲା । ସେତେବେଳେ ଖୁବ କମ ବାଇକ କମ୍ପାନୀ ଭାରତରେ ଥିଲା ଆଉ ସେଥି ମଧ୍ୟରୁ ୟମାହା କମ୍ପାନୀ ଗୋଟିଏ ଥିଲା । ସେତେବେଳେ ୟମାହା କମ୍ପାନୀର ୟମହା RD350 ବାଇକ ଭାରତରେ ବଜାରରେ ଖାସ ସଫଳ ହୋଇପାରିନ ଥିଲା ।

ସେହି ସମୟରେ ଭାରତରେ ନିଜର କାୟା ବିସ୍ତାର କରିଥିଲା ସୁଜୁକି AX100 ଯାହା ବଜାରରେ ନିଜର ପ୍ରମୁଖ ସ୍ଥାନ ଅକ୍ତିଆର କରିବାକୁ । କିଛି ବର୍ଷ ସର୍ଭେ କରିବା ପରେ ଯୁବପିଢିଙ୍କ ପସନ୍ଦକୁ ନଜରରେ ରଖି 1985 ମସିହା ନଭେମ୍ବରରେ ୟମାହା ଲଞ୍ଚ କରିଲା ନୂଆ ବାଇକ ଯାହାର ନାମ ଥିଲା ୟମାହା RX100 । ଆଉ ଏହା ବଜାରରେ ପ୍ରବେଶ କରିବା ପରେ ବଜାରରେ ଚହଳ ପକେଇ ଦେଲା ଆଉ 10 ବର୍ଷ ପର୍ଯ୍ୟନ୍ତ ବଜାରକୁ କବଜା କରି ରହିଲା ।

ୟମାହା RX100 ର ଡିଜାଇନ ସମସ୍ତ ଭାରତୀୟ ମାନଙ୍କୁ ବେସ ଅଧିକ ପସନ୍ଦ ଆସିଲା ତେଣୁ ଏହି ବାଇକର ଚାହିଦା ବହୁତ ଅଧିକ ଥିଲା । ଏହାର ସାଇଜ ଆଉ ସ୍ପିଡକୁ ଦେଖି ଏହାକୁ ପକେଟ ରକେଟର ନାଁ ବି ଦିଆଯାଇଥିଲା । ଏହାର ଓଜନ ମାତ୍ର ୯୮କିଲୋ ଥିଲା । ଏହି ବାଇକକୁ ନେଇ ରେସ ହେଉଥିଲା । ରେସର ମାନେ ଏହି ବାଇକକୁ ମୋଡିଫାଏ କରି ଟ୍ରାକକୁ ନେଉଥିଲେ । ଆଉ ଦର୍ଶକ ମାନେ ଏହାର ସ୍ପିଡ ଓ ପର୍ଫୋମାଂସକୁ ଦେଖି ବିଶ୍ଵାସ କରିପାରୁ ନଥିଲେ ଯେ ଏହା ଏକ 100ସିସିର ବାଇକ ।

ୟମାହା RX100ର ସୁନ୍ଦର ଓ ଆକର୍ଷିତ ଥିଲା ତେଣୁ ଲଞ୍ଚ ପରେ ଯୁବପିଢି ଏହି ବାଇକ ପାଇଁ ପାଗଳ ଥିଲେ । ଏହାର ଲୋକପ୍ରିୟତା ଯୋଗୁଁ ସାଉଥ ସିନେମାରେ ବ୍ୟବହାର ହେଉଥିଲା । ଏହାର ଲାଇଟ ୱେଟ ଯୋଗୁଁ ସିନେମାରେ ବ୍ୟବହାର ହେଉଥିଲା । ସବୁ ଭଲ ଗୁଣ ଏହାର ପତନର କାରଣ ହୋଇଗଲା ।

ଚୋର ଡକାୟତିଙ୍କର ବାହନ ହୋଇଯାଇଥିଲା ଏହାର ଫୁରତି ଓ ସ୍ପିଡ ଯୋଗୁଁ ଅନ୍ୟ ବାଇକ ତୁଳନାରେ ବିଜୁଳିର ବେଗ ଭଳି କାମ ଦେଉଥିଲା । ୧୯୯୬ରେ ସରକାର ଏହାର ପ୍ରଡକସନ ଉପରେ ରୋକ ଲାଗିଲେ । ବନ୍ଧୁଗଣ ଆପଣ ମାନଙ୍କୁ ୟମାହା RX100 ବାଇକ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *