ଚପଲ ପିନ୍ଧି ବାଇକ ଚଲାଉଥିଲେ ଏହି ଖବର ଠାରେ ନିଶ୍ଚୟ ପଢନ୍ତୁ , ନଚେତ ପଡିବ ମହଙ୍ଗା!

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ବୟକ ଚଳାଇବା ସମୟରେ ଚପଲ ପିଣଢୁଛନ୍ତି କି ଘରୁ ସ୍ଲିପର ପିନ୍ଧି ବାଇକ ନେଇ ବାହାରକୁ ଯାଉଛନ୍ତି କି ? ତେବେ ଟିକେ ସତର୍କ ହୋଇ ଯାଆନ୍ତୁ ଚେତ ଆପଣଙ୍କ ଉପରେ ଲାଗିପାରେ ଟ୍ରାଫିକ ଫାଇନ । ୧୦୦ କି ୨୦୦ ଟଙ୍କା ନୁହେଁ ବରଂ ଆପଣଙ୍କୁ ଦେବାକୁ ପଡିପାରେ ୧୦୦୦ ଟଙ୍କା ଫାଇନ । ଟ୍ରାଫିକ ନିୟମ ପାଳନ ନେଇ ଏବେ ସବୁ ଆଡେ ଚାଲିଛି କଡା କାର୍ଯ୍ୟ ଅନୁଷ୍ଠାନ । ସହର ଠାରୁ ଆରମ୍ଭ କରି ଗାଁ ଏବଂ ଛକ ଠାରୁ ନେଇ ରାଜପଥ ସବୁ ଆଡେ ଚାଲିଛି ଜୋର ଦାର ଚେକିଙ୍ଗ ।

ତେଣୁ ଆପଣ ଯଦି ବାଇକ ବା ସ୍କୁଟି ଚପଲ ପିନ୍ଧି ଚଲାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଗାଡି ଚଳାଇବା ପାଇଁ ଅନେକ ନିୟମ ରହିଛି ଯାହାକୁ ଭାଙ୍ଗିଲେ ଟ୍ରାଫିକ ପୋଲିସ ଫାଇନ ଆଦାୟ କରିଥାଏ । ମୋବାଇଲରେ କଥା ହୋଇ ଗାଡି ଚଳାଇବା, ହେଲମେଟ ନ ପିନ୍ଧିବା, ଟ୍ରାଫିକ ସିଙ୍ଗନାଲ ଭାଙ୍ଗିଲେ ଆମକୁ ମୋଟା ଅଙ୍କ ର ଜୋରିମାନା ଦେବାକୁ ପଡେ । ହେଲେ ଏମିତି ଅନେକ ନିୟମ ରହିଛି ଯାହାକୁ ଭାଙ୍ଗିଲେ ଟ୍ରାଫିକ ପୋଲିସ ଫାଇନ କାଟିଥାଏ ।

ମୋଟର ଯାନ ନିୟମ ଅନୁଯାୟୀ ଜଣେ ବାଇକ ବା ସ୍କୁଟି ଚାଳକ ଚପଲ କି ସ୍ଳିପର ପିନ୍ଧି ଗାଡି ଚଳେଇ ପାରିବେ ନାହି । ଏପରି କରିଲେ ଏହାକୁ ନିୟମର ଉଲଂଘନ ବୋଲି ଧରାଯିବ । ବାଇକ ଚଳାଇବା ବେଳେ ପାଦକୁ ପୂରାପୂରି ଘୋଡାଇ ରଖୁଥିବା ଜୋତା ପିନ୍ଧିବା ଆବଶ୍ୟକ । ତେଣୁ ଆପଣ ଯଦି ଏହି ନିୟମ ଭାଙ୍ଗୁଛନ୍ତି ତେବେ ଟ୍ରାଫିକ ପୋଲିସ ଆପଣଙ୍କୁ କୌଣସି ସମୟରେ ହଜାରେ ଟଙ୍କା ଜୋରିମାନା କରିପାରନ୍ତି । ଏହା ସହ ବାଇକ ଚଳାଇବା ସମୟରେ ଜଣେ ଗାଡି ଚାଳକ ସଠିକ ଡ୍ରେସ ମଧ୍ୟ ପିନ୍ଧିଥିବା ଆବଶ୍ୟକ ।

ଖାଲି ଦେହରେ ଗାଡି ଚଲାଉଥିଲେ ଏହାକୁ ନିୟମର ଉଲଙ୍ଘନ ବୋଲି ଧରାଜୀବ । ପରି ସ୍ଥିତିରେ ଜଣେ ଟ୍ରାଫିକ ପୋଲିସ ଚାଳକ ଙ୍କ ପାଖରୁ ୧୦୦୦ ଟଙ୍କା ଫାଇନ ଏଇ ପାରିବେ । ସେହିପରି ନୂଆ ନିୟମ ଅନୁଯାୟୀ ଗାଡିରେ ହାଇ ସିକ୍ଯୁରିଟି ନମ୍ବର ମଧ୍ୟ ବାଧ୍ୟତାମୂଳକ କରା ଯାଇଛି । ଯାହାକୁ ଭାଙ୍ଗିଲେ ଗାଡି ଚାଳକଙ୍କୁ ଫାଇନ ଗଣିବାକୁ ପଡିବ । ତେଣୁ ଆପଣ ଯଦି ଏ ଯାଏଁ ହାଇ ସିକ୍ଯୁରିଟି ପାଇଁ ସ୍ଲଟ ବୁକିଙ୍ଗ କରି ନାହାନ୍ତି ତେବେ ତୁରନ୍ତ କରନ୍ତୁ ଆଉ ନିଜ ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇ ଦିଅନ୍ତୁ ।

ନଚେତ ଆପଣଙ୍କୁ ଦେବାକୁ ପଡିପାରେ ଫାଇନ । ଗାଡି ଚଳାଇବା ସମୟରେ ନିୟମର ପାଳନ କିଛି ସ୍ଥାନରେ ହେଉଥିବା ବେଳେ ଆଉ କିଛି ସ୍ଥାନରେ ଠିକ ଭାବେ ହେଉ ନାହି । ତେଣୁ ଆଜି ବି ଅନେକ ଲୋକ ଏହି ନିୟମ ବିଷୟରେ ଜାଣି ନାହାନ୍ତି । ଏଣୁ ଆପଣ ମାନେ ସତର୍କ ରହିବା ସହ ଟ୍ରାଫିକ ନିୟମ ପାଳନ କରନ୍ତୁ । ଆଉ ଫାଇନ ଗଣିବାରୁ ବଞ୍ଚିତ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *