ଫୁଲ ଗଛ ନା ରେ ବିକୁଛନ୍ତି ଦଳ, ବାହାରୁ ଆଣିଛନ୍ତି କହି ଲୋକଙ୍କୁ ବନାଉଛନ୍ତି ବୋକା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଯଦି ଫୁଲ ଗଛ କିଣୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଆଜି ଭୁବନେଶ୍ଵର ବଜାର ରେ ଏମିତି ଏକ ଫୁଲ ଗଛ ହାଇଛାଇ ସୃଷ୍ଟି ଅରିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ମାନେ ଏହି ଭିଡିଓ ରେ ଫୁଲ ଗଛକୁ ଦେଖି ପାରିବେ । ଏହି ଫୁଲ ଗଛ ପ୍ରତି ୪ ଖଣ୍ଡକୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ଏହି ଗଛର ସତ୍ୟତା ହେଉଛି ଏହା ପାଣି ଜାଗାରେ ଉଠିଥାଏ ଯାହାକୁ ଆମେ ଛୁଇଁ ନ ଥାଏ । ଆଉ ଏବେ ଏହି ଗଛକୁ ଫୁଲ ଗଛ ଭାବି ଗ୍ରାହକ ମାନେ ୧୦୦ ଟଙ୍କା ଦେଇ କିଣୁଛନ୍ତି ତାହା ପୁଣି ସ୍ମାର୍ଟ ସିଟି ଭୁବନେଶ୍ଵର ରେ ।

ଏହି ଫୁଲ ଗଛକୁ କିଣିବା ପାଇଁ ଗ୍ରାହକ ମାନଙ୍କର ଭିଡ ଜମୁଛି । ଏ ନେଇ ଜଣେ ଗ୍ରାହକ କହିଛନ୍ତି ସାରା କହିଲେ ଏହି ଗଛ ନେଲେ ଭଲ ଫୁଟିବ ତାହା ପୁଣି ୫ ମିନିଟ ରେ । ଓଡିଶା ଲୋକଙ୍କୁ ଏମିତି ଠକା ଯାଉଛି କାରଣ ଓଡିଶା ଲୋକଙ୍କ ପାଖରେ ପଇସା ପ୍ରବଳ ତେଣୁ ଅଲୌକକ ଘଟଣା ଦେଖାଉଛନ୍ତି ବାହାରୁ ଆସୁଥିବନା ଲୋକେ ।

ଓଡିଶା ଲୋକଙ୍କୁ ବୋକା ବନାଇବା ପାଇଁ ଆସୁଛନ୍ତି ବାହାର ରୁ ଲୋକ ବୋଲି ଗ୍ରାହକ ଜଣକ ମତ ଦେଇଛନ୍ତି । ତେବେ ଫୁଲ ଗଛ ବିକ୍ରି କରୁଥିବା ମହିଳା ଜଣକ କହୁଛନ୍ତି ଏ ଗଛ ଆମେ ବେଙ୍ଗଳା ଆଉ ନାସିକ ରୁ ଆଣୁଛୁ । ସତ କଥା ହେଲା ଫୁଲ ଗଛ ନାଁ ରେ ଦଳ ବିକ୍ରି କରୁଛନ୍ତି ବାହାରୁ ଲୋକ ଆସି ଆଉ ଓଡିଶା ଲୋକ ତାକୁ ସତ ମାନି ୧୦୦ ଟଙ୍କା ଦେଇ କିଣିବାରେ ଲାଗିଛନ୍ତି ।

ଅନ୍ୟ ଜଣେ ଗ୍ରାହକ କହୁଛନ୍ତି ଜଣେ ଭାଇ ଫୁଲ ଗଛ ତା ସତରେ ଫୁଲ ଗଛ ନୁହେଁ ବରଂ ଦଳ ବୋଲି ତାଙ୍କୁ ଦେଖାଇଥିଲେ । ସେ ୫ଟି ଗଛ ନେଇଥିଲା ଊ ସତ ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କର ପଇସା ଫେରାଇ ନେଇଥିଲେ ଗଛ ବିକ୍ରି କରୁଥିବା ମହିଳା ଙ୍କ ଠାରୁ । ସେ ନିଜ ବାଳକୁନି ରେ ଲଗାଇବା ପାଇଁ ଫୁଲ ଗଛ ବାବି ନେଉଥିଲେ କିନ୍ତୁ ସେ କଣ ଜାଣିଥିଲେ ଏହା ଦଳ ବୋଲି ।

ଏମିତି ଠକ ବାହାରୁ ଆସି ଓଡିଶାରେ ରହୁଛନ୍ତି ଆଉ ବ୍ୟବସାୟ ମଧ୍ୟ କରୁଛନ୍ତି । ଏହି ଦଳ ର ଡାଙ୍ଗ ଭାଙ୍ଗି ଦେଲେ ଜଣା ପଡୁଛି ସେଥିରେ ରଙ୍ଗ ମିଶା ଯାଉଛି ଯାହାକୁ ନେଇ ସେମାନେ ବ୍ୟବସାୟ କରୁଛନ୍ତି । ଏହି ଖବର ପାଇବା ପରେ ପୋଲିସ ଆସି ଠକ ଫୁଲ ଗଛ ବିକ୍ରି କରୁଥିବା ବେପାରୀ ମାନଙ୍କୁ ନେଇ ଥାନା କୁ ଯାଇଛି । ବଡ ଠକାମିର ଶିକାର ରୁ ବର୍ତ୍ତୀ ଯାଇଛନ୍ତି ଫୁଲ ପ୍ରେମୀ କହିଲେ କିଛି ଭୁଲ ହେବ ନାହି ।

ତେବେ ଆଗାମୀ ସମୟରେ ପୋଲିସ ଏହି ଘଟଣା କୁ ନେଇ କେଉଁ ଭଳି ଆକ୍ସନ ନେଉଛି ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣଙ୍କର ଫୁଲ ଗଛ ବିକ୍ରି ର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *