ବନ୍ଧୁଗଣ ଝିଅଟି ଆଖିରେ ଲୁହ ଭାରି ପଟି ଖନେଇ ଖନେଇ କହୁଛି ମୋ ବାପା ମୋତେ ଜଙ୍ଗଲରେ ଛାଡିଗଲେ ଆଉ ମା ବା ଦୁହେଁ ଆରପାରିକୁ ଚାଲି ଯାଇଛନ୍ତି ମୁଁ ଏକା ରହୁଛି କେହି ନାହାନ୍ତି ପାଖରେ ସରକାର ମତେ ସାହାଜ୍ଯ କରିଲେ ମୁଁ ପାଠ ପଢିବି । ହଁ ଆଜ୍ଞା ଜଙ୍ଗଲ ଭିତରୁ କିଛି ଦିନ ହେବ ଜଣେ ଯୁବତୀଙ୍କର କାନ୍ଦ ଶୁଭିଥିଲା । ଏତେ ବଡ ଜଙ୍ଗଲରେ ସେ ଏବେ ଏକା ରହୁଛନ୍ତି । ଯୁବତୀଙ୍କ ନାଁ ହେଉଛି ଦୀପା ବୟସ ମାତ୍ର ୧୮ ବର୍ଷ । କିନ୍ତୁ ନିଛାଟିଆ ଜଙ୍ଗଲରେ ସେ ଏବେ ଏକା ଜୀବନଯାପନ କରୁଛନ୍ତି ।
ବାପା ମା ଚାଲିଗଲା ପରେ ରାତି ଦିନ ଏବେ ଜଙ୍ଗଲରେ ବିତାଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ଆମାଶା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୧ ଗ୍ରାମର ଦୀପା ମଣ୍ଡଳ । ତାଙ୍କ ଆଖି ରେ ଆଖିଏ ଲୁହ କି ଜୀବନ ଆଗକୁ କଣ ହେବ ? ଯୁବତୀ ଙ୍କୁ ଧରି ଜୀବିକା ନିର୍ବାହ କରିବା ପାଇଁ ବାପା ଏଣେତେଣେ ଘୁରି ବୁଲୁଥିଲା ।
ହେଲେ ଏହି ଗାଁ ରେ ପହଞ୍ଚିବା ପରେ ଗାନ ଲୋକେ ତାଙ୍କୁ ଜଙ୍ଗଲ ଭିତରେ ଝାଟି ମାଟି ଘର କରି ରହିବାକୁ ଦେଇଥିଲେ ଆଉ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଥିଲେ । ପରେ ଅନ୍ୟ ଘରେ କାମ କରି ଏକମାତ୍ର ଝିଅକୁ ପାଠ ପଢାଇବା ସହ ବହୁତ କଷ୍ଟରେ ପରିବାର ଚଲାଉଥିଲେ ଦୀପକ ମଣ୍ଡଳ ।
ହେଲେ କ୍ୟାନ୍ସର ରୋଗରେ ପୀଡିତ ଦୀପକ ମଣ୍ଡଳ ଗତ ୧୬ ତାରିଖ ଦିନ ମୃତ୍ୟୁବରଣ କରିଛନ୍ତି ଆଉ ଏବେ ଏକା ହୋଇଯାଇଛି ଝିଅ । ଖାଇବାକୁ ଘରେ କିଛି ନ ଥିବା ବେଳେ ମାସକୁ ମିଳୁଥିବା ଚାଉଳ ରେ ଭାତ ରୋଷେଇ କରି ଲୁଣ ଲଙ୍କା ଲଗାଇ ଖାଉଛନ୍ତି ଦୀପା । ଜଙ୍ଗଲ ଭିତରେ କେମିତି ନାବାଳିକା ଝିଅ ଜୀବନଯାପନ କରୁଛି ତାହା ସ୍ପଷ୍ଟ ବାରି ହେଉଛି ।
ବାପାଙ୍କ ମୃତ୍ୟୁ ପରେ ଗାଁ ଲୋକେ କ୍ରିୟାକର୍ମ କରିଥିଲେ । ଜଙ୍ଗଲରେ ରହୁଥିବା ନାବାଳିକା ଝିଅକୁ ସାନ୍ତ୍ଵନା ଦେବା ଲାଗି ଗାଁର କିଛି ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି । ଗାଁ ଲୋକେ ବୈଠକ ବସାଇ ଦୀପା ରହୁଥିଲା ଜଙ୍ଗଲ ପାଖ ସଫା କରିଥିଲେ କାରଣ ଏହା ରହିବା ସୁରକ୍ଷିତ ନୁହେଁ । ଏବେ ଦୀପା ଯୁକ୍ତ ୨ ପଢୁଛନ୍ତି ।
ହେଲେ ଅନାଥ ଝିଅକୁ ସରକାର ପାଠ ପଢିବା ଲାଗି ସାହାଜ୍ଯ କରିବା ସହ ହଷ୍ଟେଲରେ ରହିବାର ବ୍ୟବସ୍ଥା କରିଲେ ତାଙ୍କ ଭବିଷ୍ୟ ଉଜ୍ବଳ ହେବ ବୋଲି ଦୀପକା କହିଛନ୍ତି । ବାପା ଚାଲିଗଲା ପରେ ଏବେ ଦୀପା ର ଦୁନିଆରେ କେହି ନାହାନ୍ତି । ଏବେ କେବେଳ ଭରସା ସରକାର ଙ୍କ ସାହାଯ୍ୟକୁ । ସରକାର ସାହାଜ୍ଯ କରିଲେ ଦୀପା ଙ୍କ ଜୀବନ ଆଗକୁ ବଢିବ ଆଉ ଉଜ୍ବଳ ହେବ ବୋଲି ଆଶା କର ଯାଉଛି । ସତରେ ଏ ଦୃଶ୍ୟ ରୋମା ଟାଙ୍କୁରି ଦେଲା ଭଳି ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତା ମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।