ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଆକ୍ସନ ଓ ଦମଦାର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ ଅନେକ ସାରା ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି କୁ ଭେଟି ମଧ୍ୟ ଦେଇଛନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି । ତାଙ୍କ ଫିଲ୍ମ ହଲ ରେ ପଡିବା ମାତ୍ରେ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଥାଏ ଥିଏଟର ଆଗରେ । ତେବେ ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଆଉ ବିବାଦ ହୋଇଥିଲା ।
କିନ୍ତୁ ପରେ ସବୁ କିଛି ଠିକ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଆସିଲା ସବୁଠାରୁ ବଡ ଓ ଦୁଖଦ ଖବର ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ନେଇ । ଅଭିନେତା ବାବୁସାନ ମହାନ୍ତି ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଆଉ ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଛି । ସୂଚନା ଅନୁଯାୟୀ ଦମନ ଫିଲ୍ମ ପ୍ରମୋଶନ କରିବା ପାଇଁ ସେତେବେଳେ ସେ ଲଦାଖ ଯାଇଥିଲେ ।
ଆଉ ସେଠାରେ ବାଇକ ରେ ପାଖାପାଖି ୧୮୦ କିମି ଭ୍ରମଣ କରିଥିଲେ । ଆଉ ସେହି କାରଣରୁ ତାଙ୍କ ଶରୀରରେ ଅକ୍ସିଜେନ ଲେବଲ କମି ରହିଥିଲା ଓ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସମ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ସୂତ୍ର ରୁ ଜଣା ପଡିଛି । ତେବେ ୬ ଜଣିଆ ଟିମ ଲଗାତାର ଭାବେ ଅନୁଧ୍ୟାନ କରୁଛନ୍ତି ଓ ତାଙ୍କର ଚିକିତ୍ସା କରୁଛନ୍ତି ।
ସେ ଗୁରୁତର ଅବସ୍ଥାରେ ସମ ହସ୍ପିଟାଲ ରେ ଚିକିତ୍ସିତ ହେବାର ଖବର ଏବେ ସାମନା କୁ ଆସିଛି । ତେବେ ଘଟଣା କିଛି ଏଭଳି ରହିଥିଲା କି ଯେବେ ଦମନ ଫିଲ୍ମ ପ୍ରମୋଶନ ପାଇଁ ସେ ୧୮୦ କିମି ନିଜର ହିମାଳୟନ ବାଇକରେ ଯାତ୍ରା କରିଥିଲେ ସେହି ସମୟରେ ଗୁରୁତର ହୋଇ ପଡିଥିଲେ ।
ଯାହା ପାଇଁ ତାଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁତ ଅସୁବିଧା ହୋଇଥିଲା । ତେବେ ହୁଏ ତ ଆଗକୁ ଜଣା ପଡିବ ବାବୁସାନ ଏମିତି କଣ ପାଇଁ ଗୁରତୁର ହୋଇ ପଡିଲେ ଯେ ସମ ହସ୍ପିଟାଲ ରେ ଭର୍ତ୍ତି ହେବାକୁ ପଡିଲା । ତେବେ ବାବୁସାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କଥା ଦମନ ଫିଲ୍ମ ର ପ୍ରଯୋଜକ ସୂଚନା ଦେଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି ଆଉ ବହୁତ ଜଲ୍ଦି ସୁସ୍ଥ ହେବେ ବୋଲି ଅନୁମାନ କରା ଯାଇଛି ।
ଡାକ୍ତର ଟିମ ୬ ଜଣ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ପରିକ୍ଷା ନିରୀକ୍ଷା କରିବାରେ ଲାଗିଛନ୍ତି ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।