ନମସ୍କାର ବନ୍ଧୁଗଣ । ସୋସିଆଲ ମିଡିଆରେ ସ୍ଵାମୀ ହେଲେ ଟ୍ରୋଲ ଆଉ ସ୍ତ୍ରୀ ସମାଲୋଚକ ଙ୍କୁ ଚୁପ କରି ଦେଲେ । ଅଷ୍ଟ୍ରେଲିୟା ବିପକ୍ଷ ଟି-୨୦ ରେ ଭାରତର ପରାଜୟ ପରେ ଏବେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ଭୁବନେଶ୍ଵର କୁମାର । ୧୯ତମ ଓଭର ରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ କ୍ରିକେଟ ପ୍ରେମୀ ମାନେ ଟ୍ରୋଲ କରିଛନ୍ତି । ଭୁବନେଶ୍ବର କୁମାର ଟ୍ରୋଲ ହେବା ପରେ ଏବେ ତାଙ୍କ ସ୍ତ୍ରୀ ମିଡିଆ ଆଗକୁ ଆସିଛନ୍ତି । ଆଉ ସମାଲୋଚକ ଙ୍କୁ କଡା ଜବାବ ଦେଇ ନିଜ କାମ ନିଜେ କରିବାକୁ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ଵର କୁମାର ଙ୍କ ସ୍ତ୍ରୀ ନୁପୁର ନାଗର ନିଜ ଇଂଷ୍ଟାଗ୍ରାମ ପେଜ ରେ ଲେଖିଛନ୍ତି ଲୋକଙ୍କ ପାଖରେ ଫାଲଟୁ ର ସମୟ ବହୁତ ଅଛି ଲୋକ ମାନେ ଏବେ ଅଯୋଗ୍ୟ ହୋଇ ବସି ରହୁଛନ୍ତି ସେଥିପାଇଁ ତାଙ୍କ ମାନଙ୍କ ପାଖରେ ଘୃଣା ସୃଷ୍ଟି କରିବା ଛଡା ଆଉ କିଛି କାମ ନାହି ।
ଏହା ସହ ନୁପୁର ସମାଲୋଚକ ଙ୍କୁ ପରାମର୍ଶ ଦେଇ କହିଛନ୍ତି ଏହି ସ୍ମାୟ ନିଜକୁ ଉତ୍ତମ କରିବାରେ ଲଗାନ୍ତୁ କାରଣ ଏହାରା ସୁଯୋଗ କମ ରହିଛି । ଟି-୨୦ ରେ ଟିମ ଇଣ୍ଡିଆର ରଦର୍ଶନ ଏବେ ଦଳ କୁ ଚିନ୍ତା ରେ ପକାଇଛି । ୧୯ ତମ ଓଭର ଯୋଗୁଁ ଦଳ ପରାଜୟ ଭୋଗ କରୁଛି । ଗତ ୪ଟି ଟି-୨୦ ମ୍ୟାଚ ରୁ ୩ଟି ମ୍ଯାଚ କେବଳ ୧୯ତମ ଓଭର ପାଇଁ ଭାରତ ହାରିଛି ।
ଆଉ ଏହି ୧୯ତମ ଓଭର ପକାଉଛନ୍ତି ଭୁବନେଶ୍ଵର କୁମାର । ଏହି କାରଣରୁ ସେ ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି । ଏସିଆ କପ ରେ ପାକିସ୍ତାନ ବିରୁଦ୍ଧରେ ଭାରତର ସୁପର ଫୋର ମ୍ଯାଚ ରେ ପରାଜିତ ହୋଇଥିଲା । ଯାହାର ମୁଖ୍ୟ କାରଣ ଥିଲା ୧୯ତମ ଓଭର । ଏହି ଓଭର ରେ ଭୁବନେଶ୍ବର ମୁକାର ୧ ୯ ରନ ଦେଇଥିଲେ । ଫଳରେ ଇଣ୍ଡିଆ ପରାଜୟର ସାମନା କରିଥିଲା ।
ସେହିପରି ଶ୍ରୀ ଲଙ୍କା ବିପକ୍ଷରେ ୧୯ତମ ଓଭର ରେ ଭୁବନେଶ୍ବର କୁମାର ୧୪ ରନ ଦେଇଥିଲେ । ଆଉ ଏବେ ଅଷ୍ଟ୍ରେଲିୟା ବିପକ୍ଷ ରେ ଭାରତ ସେହି ୧୯ ତମ ଓଭର ରେ ପରାଜୟ ହୋଇଛି । ଭୁବନେଶ୍ଵର କୁମାର ଏହି ଓଭର ରେ ୧୬ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।
ତେବେ ଏହି ସବୁ ମ୍ଯାଚ ରେ ଗୋଟିଏ କାରଣ ଯୋଗୁଁ ଭାରତର ପରାଜୟ ପାଇଁ ଫ୍ୟାନ ମାନେ ଭୁବବେଶ୍ଵର କୁମାର ଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି । ତେଣୁ ନିଜ ସ୍ଵାମୀ ଙ୍କ ସପକ୍ଷରେ ବାହାରି ସମାଲୋଚକ ଙ୍କୁ କଡା ଜବାଜ ଦେଇଛନ୍ତି ଭୁବନେଶ୍ଵର ଙ୍କ ସ୍ତ୍ରୀ ନୁପୁର ନାଗର । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।