ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ଖବର ରହିଛି ବାବୁସାନ ମହାନ୍ତି ଙ୍କ ଜୀବନ ବିଷୟାରେ । ସୂଚନା ଅନୁଯାୟୀ ଆଉ ନାହିଁ ରାଗ କି ଅଭିମାନ କେମିତି ବା ରହିବ ଦର୍ଶକ ବନ୍ଧୁ । ଯେତେବେଳେ ସ୍ତ୍ରୀ ତୃପ୍ତି ଶୁଣିଲେ କି ତାଙ୍କ ସ୍ଵାମୀ ବାବୁସାନଙ୍କ ଦେହ ଖରାପ ସେତେବେଳେ ସବୁ ରାଗ ଆଉ ଅଭିମାନ ଛାଡି ସ୍ତ୍ରୀ ତୃପ୍ତି ସିଧା ଯାଇ ପହଞ୍ଚି ଥିଲେ ହସ୍ପିଟାଲରେ । ଯେଉଁ ହସ୍ପିଟାଲରେ ତାଙ୍କ ସ୍ଵାମୀ ସୁପର ଷ୍ଟାର ବାବୁସାନ ଚିକିତ୍ସିତ ହେଉଥିଲେ ।
ଆଉ ହସ୍ପିଟାଲ ବେଡ ରେ ଓଲିଉଡର ସୁପର ଷ୍ଟାର ବାବୁସାନ ମହାନ୍ତି ହସ୍ପିଟାଲରେ ଥିବା ବେଳେ ସବୁ ରାଗ ଆଉ ଅଭିମାନ ଭୁଲି ତାଙ୍କ ପାଖରେ ଅଛନ୍ତି ସ୍ତ୍ରୀ ତୃପ୍ତି ଶତପଥି । ହଁ ଦର୍ଶକ ବନ୍ଧୁ ସ୍ଵାମୀ ସ୍ତ୍ରୀ ଏବଂ ପ୍ରକୃତିଙ୍କ ବିବାଦ ପରେ ବାପାଙ୍କ ପାଖରେ ରହୁଥିଲେ ତୃପ୍ତି । ଏମିତି କି ତାଙ୍କ ପୁଅ ଗୂହାନକୁ ବି ନିଜ ପାଖରେ ରଖୁଥିଲେ । ତେବେ ତୃପ୍ତି କେବେ ନିଜ ସ୍ଵାମୀ ବାବୁସାନଙ୍କ ପାଖକୁ ଫେରିବ ଆଉ ନାତିକୁ ଧରି କେବେ ଖୁସି ହେବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ଏମିତି ଅନେକ ଚର୍ଚ୍ଚା ଲାଗି ରହିଥିଲା ।
ଯେଉଁ ଚର୍ଚ୍ଚା ଆଜି ଠାରୁ ବନ୍ଦ ହୋଇଛି କାରଣ ବାବୁସାନଙ୍କ ପାଖରେ ତାଙ୍କ ସ୍ତ୍ରୀ ତୃପ୍ତି ଅଛନ୍ତି । ଆଉ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁପର ଷ୍ଟାରର ବାବୁସାନଙ୍କ ସଂପୂର୍ଣ୍ଣ ଯତ୍ନ ନେଉଛନ୍ତି ସ୍ତ୍ରୀ ତୃପ୍ତି ଶତପଥି । ବାବୁସାନଙ୍କ ପାଖରେ ତାଙ୍କ ସ୍ତ୍ରୀ ଏକା ନାହାନ୍ତି ବରଂ ତାଙ୍କ ପରିବାର ଲୋକେ ଏବଂ ବନ୍ଧୁ ବାନ୍ଧବ ସମସ୍ତେ ଅଛନ୍ତି । ହଁ ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ହୋଇ ପଡିଛନ୍ତି ।
କୁହାଯାଉଛି କିଛି ଦିନ ତଳେ ବାବୁସାନ ରାଇଡିଙ୍ଗ ଫଲ ଦମନ ଫିଲ୍ମ ପାଇଁ ଲଦାଖ ଯାଇଥିଲେ ଆଉ ସେଠାରେ ବାଇକ ଚଳେଇବା ବେଳେ ତାଙ୍କର ଅକ୍ସିଜେନ ଲେବଲ କମି ଯାଇଥିଲା । ଆଉ ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ବର ଫେରିଥିଲେ ମାତ୍ର ଏଠାରେ ପୁଣି ସେ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ । ଆଉ ସିଧା ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ଆଉ ଆଜିକୁ ୫ ଦିନ ହେବ ବାବୁସାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତାଙ୍କ ପାଖରେ ତାଙ୍କ ପତ୍ନୀ ତୃପ୍ତି ମଧ୍ୟ ଅଛନ୍ତି ।
ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ଅଳ୍ପ କିଛି ଦିନ ଭିତରେ ସେ ଘରକୁ ଯିବେ ବୋଲି ଜଣା ପଡିଛି । ଆଉ ସବୁଠାରୁ ବଡ କଥା ହେଉଛି ସୋସିଆଲ ମିଡିଆରେ ଏକ ଖବର ପ୍ରସାର ହେବା ପରେ ପ୍ରଶଂସକ ମାନେ ବାବୁସାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।