କ୍ରିକେଟ ପ୍ରେମୀ ଙ୍କ ପାଇଁ ଆସିଲା ବଡ ଖବର, ଏହି ଦିନରୁ ଆରମ୍ଭ ହେବ IPL Auction

ନମସ୍କାର ବନ୍ଧୁଗଣ, ଟି-୨୦ ବିଶ୍ଵକପ ପାଇଁ ଆଉ ଦିନ କେତେ ତା ବାକି ଅଛି । ଟି-୨୦ ବିଶ୍ଵକପ ପାଇଁ ବିଭିନ୍ନ ଦେଶ ନିଜର ଦଳ ଘୋଷଣା କରି ସାରିଲେଣି । ଅଷ୍ଟ୍ରେଲିୟା ରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ଆଉ ଏ ସବୁ ଭିତରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଟି-୨୦ ଫର୍ମାଟ ରେ ବେସ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ପାଲଟିଥିବା ଆଇପିଏଲ କୁ ନେଇ ଆସିଛି ବଡ ଖବର । ଟି-୨୦ ବିଶ୍ଵକପ ପରେ ଅର୍ଥାତ ଡିସେମ୍ବର ମାସରେ ଆପିଏଲ ୨୦୨୩ ପାଇଁ ନିଲାମି ହୋଇପାରେ ।

ପୂର୍ବ ଥର ଭଳି ମେଗା ନିଲାମି ନୁହେଁ ଏଥର ଆଇପିଏଲ ରେ ଛୋଟ ନିଲାମି ହେବ । ତେବେ ନିଲାମି କେଉଁଠି ହେବ ତାହାର ମେନ୍ୟୁ ସ୍ଥିର ହୋଇ ନାହି । ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁ ଯାୟୀ ଡିସେମ୍ବର ମାସର ଦ୍ଵିତୀୟ ବା ତୃତୀୟ ସପ୍ତାହ ରେ ବିଶିସିଆଇ ଆପିଏଲ-୨୦୨୩ ପାଇଁ ମିନି ନିଲାମି କରିପାରେ । ଖାସ କରି ଡିସେମ୍ବର ୧୬ରେ ଏହି ନିଲାମି ହୋଇପାରେ ବୋଲି ବିଶ୍ଵସ୍ତ ସୁତରୁ ରୁ ସୂଚନା ମିଳିଛି । ୨୦୨୨ରେ ଆଇପିଏଲ ଓ ମେଗା ନିଲାମି ହୋଇଥିଲା । କିନ୍ତୁ ଚଳିତ ବର୍ଷ ମିନି ନିଲାମି ହେବ ।

ନିଲାମି ପାଇଁ ପ୍ରତି ଟିମ ପାଖରେ ୯୫ କୋଟି ଟଙ୍କା ରହିବ । ଯଦି କୌଣସି ଖେଳାଳି ଦଳ କାହାଡି ଯାଇଥାନ୍ତି ଓ ସେହି ହିସାବରେ ଦଳର ପର୍ସ ମୂଲ୍ୟ ବୃଦ୍ଧି ପାଇବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଟିମର ପର୍ସ ରେ ୫ କୋଟି ଟଙ୍କା ଅଧିକ ଦିଆ ଯାଇଛି । ତେଣୁ କେଉଁ ଦଳ କେତେ ଟଙ୍କା ଖର୍ଚ୍ଚ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଚଳିତ ବର୍ଷ ନିଲାମି ରେ ଅନେକ ନୂଆ ଖେଳାଳୀ ଙ୍କ ଉପରେ ବିଭିନ୍ନ ପ୍ରାଚାଈଚ ର ନଜର ରହିଛି ।

ସେହିଭଳି କିଛି ପୁରୁଣା ଖେଳାଳି ଦଳ ଛାଡିବା ନେଇ ସୂଚନା ରହି ଥିବାରୁ ସେମାନଙ୍କ ଉପରେ ମଧ୍ୟ ପ୍ରାଚାଇଚ ଟଙ୍କା ଖର୍ଚ୍ଚ କରି ପାରନ୍ତି । ଯେଉଁ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଦେଯ, ସୁମନ ଗିଲ ଙ୍କ ଭଳି ଖେଳାଳି ନାନ ଆଗକୁ ଆସୁଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛନ୍ତି କି ପୂର୍ବ ଆଇପିଏଲ ଭଳି ଆଇପିଏଲ-୨୦୨୩ ଖେଳାଳି ଖେଳିବା ନାହି । ଚଳିତ ବର୍ଷ ଆଇପିଏଲ ଭାରତରେ ଖେଳାଯିବ ଓ ନିଜ ହୋମ ଗ୍ରାଉଣ୍ଡ ରେ ମଧ୍ୟ ଖେଳି ପାରିବେ ଦଳ ।

ଆଗାମୀ ଆଇପିଏଲ ଅନେକ ଦୃଷ୍ଟିରୁ ବେଶ ସ୍ଵତନ୍ତ୍ର ହେବାକୁ ଯାଉଛି । ଏହା ମହେନ୍ଦ୍ର ସିଂ ଧୋନୀଙ୍କର ଶେଷ ଆଇପିଏଲ ହୋଇପାରେ । ଏହା ଛଡା ୨୦୨୩ରେ ମହିଳା ଆଇପିଏଲ ମଧ୍ୟ ବିଗୁଲ ବାଜିପାରେ । ଆଗକୁ ବ୍ୟସ୍ତ କାର୍ଯ୍ୟସୂଚୀ ଥିବାରୁ ବିସିସିଆଇ ଏବେ ଠାରୁ ଆପିଏଲ ପ୍ରସ୍ତୁତି ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *