ଧୋନୀ ଲାଇଭ ଆସିବା ପରେ ପୁଣି ମୁହାଁମୁହିଁ ହେଲେ Dhoni-Gambhir ଫ୍ୟାନ୍ସ, ଗମ୍ଭୀରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଲଗାଇଲା ନିଆଁ!

ନମସ୍କାର ବନ୍ଧୁଗଣ, ପୁଣି ଥରେ ସୋସିଆଲ ମିଡିଆରେ ମୁହାଁ ମୁହିଁ ହେବେ ଗମ୍ଭୀର ଓ ଧୋନୀ ଫ୍ୟାନ୍ସ । ବିଶ୍ଵକପ ବିଜୟୀ ଏହି ଦୁଇ ଫ୍ୟାନ୍ସଙ୍କ ମଧ୍ୟରେ କଥା କଟା କାଟି ଦେଖିବାକୁ ମିଳିଛି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତ କଥା ହେଉଛି ସେପ୍ଟେମ୍ବର ୨୫ ତାରିଖ ରେ ଧୋନୀ ନିଜର ଫେସବୁକ ଆକାଉଣ୍ଟରେ ଲାଇଭ ଆସି କିଛି ବଡ ଘୋଷଣା କରିବେ ବୋଲି ଆନାଉନ୍ସ କରିଥିଲେ । ଆଉ ଏହି ଲାଇଭରେ ଧୋନୀ ଓରିଓ ବିସ୍କୁଟର ଲଞ୍ଚ କରିଥିଲେ ।

ଖାଲି ସେତିକି ନୁହେଁ ଧୋନୀ ବିସ୍କୁଟର ଲଞ୍ଚକୁ ବିଶ୍ଵକପ ସହ ଯୋଡିଥିଲେ । ୨୦୧୧ରେ ଓରିଓ ଲଞ୍ଚ ହୋଇଥିଲା । ଭାରତର ବିଶ୍ଵକପ ବି ୨୦୧୧ରେ ଜିତିଥିଳା । ତେଣୁ ୨୦୨୨ରେ ଓରିଓ ଋ-ଲଞ୍ଚ ହୋଇଛି ଆଉ ଭାରତର ପୁଣି ଥରେ ବିଶ୍ଵକପ ଜିତିବ ବୋଲି ଲାଇଭରେ ଧୋନୀ କହିଥିଲେ । ହେଲେ ଧୋନୀଙ୍କର ଏହି ଭିଡିଓ କୁ ଏଇ ଚର୍ଚ୍ଚା ହୋଇଥିଲା । କିଛି ଲୋକ ଏହାକୁ ପ୍ରଶଂସା ନ କରିଥିବା ବେଳେ ଅନ୍ୟ କେତେକେ ପ୍ରେସ କଂଫିରେନ୍ସକୁ ନିନ୍ଦା କରିଥିଲେ ।

ଆଉ ଠିକ ସେହି ସମୟରେ ଗମ୍ଭୀର ନିଜର ଇଂଷ୍ଟାଗ୍ରାମ ଆଇଡିରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହା ଧୋନୀ ଗମ୍ଭୀର ଫ୍ୟାନ୍ସଙ୍କ ମଧ୍ୟରେ ତିକ୍ତତା ବଢାଇ ଦେଇଥିଲା । ଏହି ଭିଡିଓ ରେ ଗମ୍ଭୀର ନିଜ ସହ ଝିଅଙ୍କ ସହ ନଜର ଆସୁଥିଲେ ଆଉ ତାଙ୍କ ଝିଅ କୁକୁର ସହ ଖେଳିବା ସମୟରେ ଓରିଓ ଓରିଓ କହି ଡାକୁଥିଲା । ଯାହାକୁ ନେଇ ଫ୍ୟାନ୍ସ ମାନେ ଧୋନୀଙ୍କ ପ୍ରେସ କଂଫିରେନ୍ସକୁ ଯୋଡି ମଜାକ ଉଡାଇବା ସହ ଧୋନୀ ଙ୍କୁ ଟ୍ରୋଲ କରିଥିଲେ ।

ଆଉ କିଛି ଲୋକ ଧୋନୀ ଓ ଯୁବରାଜଙ୍କ ଫୋଟୋ ସେୟାର କରି ବିଶ୍ଵକପ ବିଜୟ ପଛର ଅସଲି ବିଜେତା ଯୁବରାଜ ଥିଲେ ବୋଲି କହିଥିଲେ । ଯୁବରଜ ହିଁ ଭାରତକୁ ୨୦୧୧ରେ ବିଶ୍ଵକପ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ ।  ଧୋନୀ ଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ଫ୍ୟାନ୍ସ । ୨୦୧୧ରେ ଭାରତର ଦ୍ଵିତୀୟ ଥର ପାଇଁ ବିଶ୍ଵକପ ଜିତିଥିଲା । ଏଥିପାଇଁ ଟିମ ଇଣ୍ଡିଆ ଶ୍ରୀଲଙ୍କା କୁ ହରାଇବା ସହ ଦୀର୍ଘ ୨୮ ବର୍ଷ ପରେ ବିଶ୍ଵକପକୁ ନିଜ ନା ରେ କରିଥିଲା

। ଫାଇନାଲ ମ୍ଯାଚ ରେ ଗମ୍ଭୀର ୯୭ ରନ ର ଗୁରୁତ୍ଵ ପୂର୍ଣ୍ଣ ଇନିଙ୍ଗ୍ସ ଖେଳିବା ସହ ଭାରତକୁ ବିଜୟି କରିବାରେ ମୁଖ୍ୟ ଭିମିକା ନେଇଥିଲେ । ସେହିପରି ଧୋନୀ ମଧ୍ୟ ଏହି ମ୍ଯାଚରେ ଅପରାଜିତା ୯୧ ରନ ର ଇନିଙ୍ଗ୍ସ କରିଥିଲେ । ଯୁବରାଜ ମଧ୍ୟ ପୁରା ୱ୍ହାଇଟ କପ ରେ ଚମତ୍କାର ଖେଳିଥିଲେ । ସେଥିପାଇଁ ଯୁବରାଜ ଙ୍କୁ ମ୍ୟାନ ଅଫ ଟୁର୍ଣ୍ଣା ମେଣ୍ଟ ମଧ୍ୟ ଘୋଷଣା ଅରା ଯାଇଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *