ମୁଁ ମୋ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଛି! ହେଲେ ମୋ ଶଶୁର ଆଉ ଦିଅର…. ଏହି ମହିଳା ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ମୁଣ୍ଡ ଗରମ ହୋଇଯିବ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ପୁଣି ଥରେ ଯୌତୁକ ନିର୍ଯ୍ୟାତନାକୁ ନେଇ ଆଉ ଯାଜପୁର ର ଜଣେ ମହିଳା ଶ୍ଵଶୁର ଘରେ ଆଗରେ ଧାରଣା ଦେଇ ବସିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ପୀଡ଼ିତା ମହିଳା କହୁଛନ୍ତି ଶ୍ଵଶୁର ଆଉ ଦିଅର ତାଙ୍କୁ ଘରେ ପୁରାଇ ଦେଉ ନାହାନ୍ତି ଆଉ ଶାଶୁ କହୁଛନ୍ତି ଯୌତୁକ ଆଣି ନାହି । ଆଗକୁ ମହିଳା କହିଛନ୍ତି ତାଙ୍କ ବାହାଘର ମାତ୍ର ୫ ମାସ ହୋଇଛି ଆଉ ସେ ୩ ମାସର ଗର୍ଭବତୀ ଅଟନ୍ତି ।

ମହିଳାଙ୍କ ବାପାଙ୍କୁ ଶ୍ଵଶୁର ଘର ଲୋକେ କହୁଛନ୍ତି ଯୌତୁକ ନେଇ ଆସିଲେ ଆମେ ଘରକୁ ରଖିବୁ ନ ହେଲେ ନାହି । ତେବେ ମହିଳାଙ୍କ ଘର ହେଉଛି କେନ୍ଦ୍ରାପଡା । ମହିଳା ନିଜ ସ୍ବାମୀଙ୍କ ପାଖରେ ରହିବାକୁ ଚାହୁଁଛନ୍ତି ଆଉ ତାଙ୍କ ଶ୍ଵଶୁର ଘର ଲୋକେ ଯେମିତି ତାଙ୍କୁ ଆଗକୁ କିଛି ନ କୁହନ୍ତୁ ସେଥିପାଇଁ ସେ ଦାବି କରିଛନ୍ତି । ପୀଡ଼ିତା ଙ୍କ ବାପା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଇଛନ୍ତି ଆଉ ଝିଅ ପାଖରେ ଅଛନ୍ତି ।

ଆଉ ଶ୍ଵଶୁର ଘର ଲୋକେ କହୁଛନ୍ତି ତୁମ ଗାଁ ର ଭାଦ୍ର ଲୋକକୁ ନେଇକି ଆସ ଆମେ ଲେଖା ପଢି କରିବୁ ତା ପରେ ଝିଅକୁ ରଖିବୁ ନ ହେଲେ ନାହି । ପୀଡତା ଙ୍କ ବାପା କହୁଛନ୍ତି ଝିଅକୁ ନ୍ୟାୟ ମିଳୁ ସ୍ଵାମୀ ସହ ଭଲରେ ରହୁ ଆଉ ଶାଶୁ, ଶ୍ଵଶୁର ଆଉ ଦିଅର ଯେମିତି ପଡେ ଆଉ ନ କୁହନ୍ତୁ । ପୀଡ଼ିତା ଙ୍କ ମାଉସୀ କହିଛନ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଝିଅ ଶ୍ଵଶୁର ଘର ଲୋକଙ୍କ ଠାରୁ ଅନୁମତି ନେଇ ତାଙ୍କ ଘରକୁ ଯାଇଥିଲା କିନ୍ତୁ ଶ୍ଵଶୁର ଯାଇ ମାଉସି ଘରେ ଗଣ୍ଡୋଗୋଳ କରି ଖରାପ ଭାଷା ରେ ଗାଳି କରି ଆସିଲେ ।

ଏହା ପରେ ପୀଡ଼ିତାଙ୍କୁ ତାଙ୍କ ମାଉସୀ ଶ୍ଵଶୁର ଘରକୁ ପଠାଇଥିଲେ ଆଉ ଝିଅ ମଧ୍ୟ ଆସିଥିଲା । କିନ୍ତୁ ଶ୍ଵଶୁର ଘରେ ପହଞ୍ଚିବା ବେଳେକୁ ଶ୍ଵଶୁର ଘର ଲୋକେ ଝିଅକୁ ରାସ୍ତା ରେ ବାଡେଇବା ସହ ତା ଲୁଗା ପଟା ଚିରି ଦେଇଛନ୍ତି । ସେହି ସମୟରେ ପୀଡ଼ିତା ଙ୍କ ସ୍ଵାମୀ ଘରେ ନ ଥିଲେ । ସ୍ଵାମୀ ମଧ୍ୟ ପୀଡ଼ିତା ଙ୍କ ଠାରୁ ଦୂରରେ ରହିଛନ୍ତି । ଆଉ ପୀଡ଼ିତାଙ୍କ ଦିଅର କହୁଛନ୍ତି ସେ ପିଲା ମୋର ଭାଇର ବୋଲି କଣ ପ୍ରମାଣ ଅଛି ? ଦୀର୍ଘ ୩ ଦିନ ହେଲାଣି ପୀଡ଼ିତା ଜଣକ ରାଜ ରାସ୍ତା ରେ ବସିଛନ୍ତି ଆଉ ବହୁତ କଷ୍ଟ ପାଉଛନ୍ତି କାରଣ ସେ ଗର୍ଭବତୀ ଅଟନ୍ତି ।

ଆଗକୁ ଯେମିତି ଶ୍ଵଶୁର ବୋହୁ ଦେହରେ ହାତ ନ ଦେବେ ଆଉ ଦିଅର କିଛି ନ କହିବେ ଏମିତିକି ଝିଅର ଯେମିତି କିଛି ଅଭାବ ନ ହେଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ମାଉସୀ । ଝିଅର ବାପା ତାଙ୍କୁ ଶ୍ଵଶୁର ଘରେ ଛାଡିବାକୁ ଆସିଥିଲେ ମଧ୍ୟ ଦିଅର କହୁଛି ପଥର ପକେଇ ମାରି ଦେବୀ ଆଉ ସ୍ଵାମୀ ଦେଖୁଛନ୍ତି କିନ୍ତୁ କିଛି କହୁ ନାହାନ୍ତି । ତେବେ ନ୍ୟାୟ ପାଇଁ ପୀଡ଼ିତା ଓ ବାପା ଦାବି କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *