ଆଜି ପବିତ୍ର କୁମାର ପୂର୍ଣ୍ଣିମା ସନ୍ଧ୍ୟା ସମୟରେ ତୁଳସୀ ଗଛରେ ବାନ୍ଧନ୍ତୁ ଏହି 1 ଜିନିଷ, ହୋଇଯିବେ କୋଟିପତି

ବନ୍ଧୁଗଣ ଆପଣ ସମସ୍ତଙ୍କୁ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ର ହାର୍ଦ୍ଦିକ ଅଭିନନ୍ଦନ । ହିନ୍ଦୁ ଧର୍ମରେ କୁମାର ପୂର୍ଣ୍ଣିମାକୁ ବହୁତ ମହତ୍ଵପୂର୍ଣ୍ଣ ମାନାଯାଇଛି । ଏହି ପୂର୍ଣ୍ଣିମା ଆଶ୍ଵିନ ମାସ ଶୁକ୍ଳ ପକ୍ଷରେ ପଡିଥାଏ ଏହାକୁ କୁମାର ପୂର୍ଣ୍ଣିମା କୁହାଯାଏ । ଆଜି ହେଉଛି କୁମାର ପୂର୍ଣ୍ଣିମା । ମାନ୍ୟତା ଅଛି ଏହି ଦିନ ଚନ୍ଦ୍ର ୧୬ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି । ଯେବେ ସମୁଦ୍ର ମନ୍ଥନ ହୋଇଥିଲା ସେହିଦିନ କୁମାର ପୂର୍ଣ୍ଣିମା ଥିଲା । ଆଉ ସେଠାରେ ମା ଲକ୍ଷ୍ମୀ ପ୍ରକଟ ହୋଇଥିଲେ । ସେଥିପାଇଁ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କ ସହ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଆଜି ଆସନ୍ତୁ ଜାଣିବା କୁମାର ପୂର୍ଣ୍ଣିମା ଦିନ ତୁଳସୀ ଗଛରେ କଣ ବାନ୍ଧିଲେ କୋଟିପତି ହୋଇଥାନ୍ତି ।

ଯେଉଁ ଘରେ କୁମାର ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ପୂଜା ହୋଇଥାଏ ତାଙ୍କୁ ଉଚିତ ଫଳ ପ୍ରାପ୍ତ ହୋଇଥାଏ । ମାନ୍ୟତା ଅଛି ଏହି ଦିନ କ୍ଷିତି ଭୋଗ ଲଗାଇ ଚନ୍ଦ୍ରମାଙ୍କ ଆଲୋକରେ ରଖି କ୍ଷୀରୀ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଯଦି କୌଣସି ବ୍ୟକ୍ତି ଚର୍ମ ରୋଗରେ ପୀଡିତ ଅଛନ୍ତି ତେବେ ଏହି କ୍ଷୀରୀ ଖାଇବା ଉଚିତ । କାରଣ ପୂର୍ଣ୍ଣିମା ଦିନ ଚନ୍ଦ୍ରମା ୧୬ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି । ଏହି ଦିନ ମା ଲକ୍ଷ୍ମୀଙ୍କ ପାଖରେ ଦୀପ ଜଳାଇ ଗୋଲାପ ମାଳ ଅର୍ପଣ କରିବେ ।

କୌଣସି ଧଳା ରଙ୍ଗର ମିଠା ମା ଙ୍କ ପାଖରେ ଭୋଗ ଲଗାଇ ପାରିବେ । ଆପଣ ଏହି ଦିନ ବ୍ରତ ରଖିଲେ ଫଳ ସଂପୂର୍ଣ୍ଣ ଭାବେ ପ୍ରାପ୍ତ ହୋଇଥାଏ । ଧାର୍ମିକ ଶାସ୍ତ୍ର ଅନୁଯାୟୀ ଘର ଦ୍ଵାରା ଭଲ ଭାବେ ସଫା କରିବା ଉଚିତ । କାରଣ ଏହି ଦିନ ମା ଲକ୍ଷ୍ମୀ ଘର ଘର ଭ୍ରମଣ କରିଥାନ୍ତି । ମା ଲକ୍ଷ୍ମୀଙ୍କୁ ପୂଜା କରିବାରେ କୁମାର ପୂର୍ଣ୍ଣିମା ରାତିର ଧାର୍ମିକ ମାନ୍ୟତା ରହିଛି । ଏହି ଦିନ ମା ଲକ୍ଷ୍ମୀ ଧରା ପ୍ରୁଷ୍ଠା କୁ ଆସିଥାନ୍ତି ବୋଲି ମାନ୍ୟତା ରହିଛି । ଏହି ଦିନ ରାତି ସମୟରେ ଘରର ମୁଖ୍ୟ ଦ୍ଵାରା ଖୋଲିବା ଉଚିତ ।

ଏହା ସହ ଫୁଲରେ ଘରର ମୁଖ୍ୟ ଦ୍ଵାରକୁ ସଜାଇଲେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କୁ କ୍ଷୀରୀ ଭୋଗ ନିଶ୍ଚୟ ଲଗାଇବା ଉଚିତ । ଚନ୍ଦ୍ରଙ୍କୁ ମଧ୍ୟ ପୂଜା କରିବା ସହ କ୍ଷୀର ଓ ଫୁଲ ଅର୍ପଣ କରିବା ଉଚିତ । ଏହି ପବିତ୍ର କୁମାର ପୂର୍ଣ୍ଣିମା ଦିନ ତୁଳସୀ ଗଛ ରେ ଗୋଟେ ଧଳା ସୂତା ନେଇ ସେଥିରେ ୧୬ଟି ଗଣ୍ଠି ପକାଇ ହଳଦୀ ରେ ଲଗାଇ ବାନ୍ଧି ଦିଅନ୍ତୁ । ଏହି ସୂତା ରେ ୧୬ ପ୍ରକାରର କାମନା ପୂରଣ ହେବ ।

ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଶ୍ଚୟ ଆଗମନ କରିବେ । ଏହା ସହ ଧନଧାନ୍ୟ ର ଅଭାବ ରହିବ ନାହି । ଆପଣଙ୍କର ଅର୍ଣ୍ଣ ଧନ କେବେ ସରିବ ନାହି । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ରହିବ ଏହି ଉପାୟ କରିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *