ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଘରେ ଛୋଟ ହେଉ ବା ବଡ ମନ୍ଦିର ରଖିବା ନିହାତି ଜରୁରୀ ଅଟେ । ଆଉ ଠାକୁର ହରେ ସକାଳୁ ଓ ସନ୍ଧ୍ୟାରେ ଦୀପ ଜାଳି ଠାକୁରଙ୍କୁ ପୂଜନ କରିବା ଦରକାର ହୋଇଥାଏ । ଏମିତି କରିବା ଦ୍ଵାରା ଆମ ଘରେ ସୁଖ ଶାନ୍ତି ର ବାସ ହୋଇଥାଏ । ଆଉ ଆମର କେଉଁ କାମରେ ବାଧା ଉପଜିଜୀବ ନାହି । ବାସ୍ତୁ ଅନୁଯାୟୀ ଏମିତି କିଛି ପ୍ରତିମା ରଖିବା ଘରକୁ ସୁଖ ଶାନ୍ତି ଆସିବା ବଦଳରେ ଆପଣଙ୍କ ଘରକୁ ଦୁଖ ଓ ଦାରିଦ୍ରତା ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଘରର ଠାକୁର ଘରେ କେଉଁ ଦେବୀ ଦେବତାଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।
୧- ରାହୁ ଓ କେତୁଙ୍କ ମୂର୍ତ୍ତି : ଏହି ଦୁଇ ଠାକୁରଙ୍କ ମୂର୍ତ୍ତି ଘରେ ରଖିଲେ ଜୀବନରେ ଦୁଖର ପାହାଡ ପଡିଥାଏ । ସେଥିପାଇଁ ଏହି ଠାକୁରଙ୍କ ପୂଜା ବାହାର ମନ୍ଦିର ରେ କରିବା ଚିତ । ଘରେ ଠାକୁର ଘରେ ପୂଜା କରିବା ଅନୁଚିତ ।
୨- ଶନିଦେବ : ଭଗବାନ ଶନି ଙ୍କ ପୂଜା ମଧ୍ୟ ଘରେ ଠାକୁର ଘରେ କରିବା ଉଚିତ ନୁହେଁ । କାରଣ ଶନିଦେବ ଙ୍କ ମୂର୍ତ୍ତି ଘରେ ରଖିବା ଦ୍ଵାରା ଘର ଉନ୍ନତି ରେ ବାଧା ଆସିଥାଏ । ଏପରି ହେଲେ ତାଙ୍କ ପ୍ରଭାବ ମଣିଷ ଜୀବନରେ ପଡିଥାଏ । ତେଣୁ ଶନିଦେବ ଙ୍କ ମୂର୍ତ୍ତି ବା ଫୋଟୋ ରଖିବା ଉଚିତ ନୁହେଁ କି ତାଙ୍କର ପୂଜା କରିବା ଉଚିତ ନୁହେଁ ।
୩- କାଳ ଭୈରବ : କାଳ ଭୈରବ ଭଗବାନ ଶିବଙ୍କର ଅବତାର ଅଟନ୍ତି । ବାସ୍ତୁ ଅନୁଯାୟୀ କାଳ ଭୈରବ ଙ୍କ ଫୋଟୋ ବ ମୂର୍ତ୍ତି ଘରେ ରଖିବା ଭଲ ନୁହେଁ । କାରଣ କାଳ ଭୈରବ ତନ୍ତ୍ର ବିଦ୍ୟାର ସ୍ଵାମୀ ଅଟନ୍ତି । ସେଥିପାଇଁ ତାଙ୍କୁ ବାହାର ମନ୍ଦିର ରେ ପୂଜା କରିବା ଉଚିତ ।
୪- ନଟରାଜ : ନଟରାଜ ମହାଦେବ ଙ୍କ ରୁଦ୍ର ଅବତାର ଅଟନ୍ତି । ତେଣୁ ଏହାକୁ ଘରର ଠାକୁର ଘରେ ରଖିବା କି ପୂଜା କରିବା ଉଚିତ ନୁହେଁ । ନଚେତ ଆପଣଙ୍କ ଉପରେ ରୁଦ୍ର ରୂପୀ ନଟରାଜ ଙ୍କ ଖରାପ ପ୍ରଭାବ ପଡିବ । ଏହି ୪ଟି ଦେବା ଦେବୀ ଙ୍କୁ ଘରେ କେବେ ବି ରଖନ୍ତୁ ନାହି କି ପୂଜା କରିବା ଉଚିତ ନୁହେଁ ।
ଏପରି ହେଲେ ଆପଣଙ୍କ ଜୀବନରେ ଅନେକ ସମସ୍ଯାମାନ ଆସିବା ସହ ଦୁଖ ର ସାମନା କରିବାକୁ ପଡିଥାଏ । ତେଣୁ ଏହି ୪ଟି ପ୍ରତିମା ଙ୍କୁ କେବଳ ବାହାର ମନ୍ଦିର ରେ ରଖି ପୂଜା କରିବା ଉଚିତ । ଯାହାର କୌଣସି ଖରାପ ପ୍ରଭାବ ପଡିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।