ଦୂର ହେବ ଏବେ ଭବିଷ୍ୟତ ଚିନ୍ତା, 2 ଟଙ୍କା ଜମା କଲେ ମିଳିବ 36 ହଜାର ଟଙ୍କା… କେମିତି ଓ କଣ ରହିଛି ଏହାର ପ୍ରକ୍ରିୟା ଜାଣନ୍ତୁ

ମୋଦି ସରକାରଙ୍କ ବଡ ଯୋଜନା ୨ ଟଙ୍କା ଜମା କଲେ ମିଳିବ ୩୬ ହଜାର ଟଙ୍କା । ସାଧାରଣତଃ ଗରିବ ପରିବାରର ଲୋକେ ତାଙ୍କର ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ଦିନ ମଜୁରି କରି ଯାହା ଟଙ୍କା ଆଣନ୍ତି ତାହା ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଯାଏ । ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିବା ସମ୍ଭବ ହୋଇ ପାରେନି । ତେବେ ଏଭଳି ପରିସ୍ଥିତିରେ ପିଏମ ଶ୍ରମ ଯୋଗୀ ମନଧନ ପେ ନ ସ ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜର ଭ ବି ଷ୍ୟତକୁ ସୁଦୃଢ କରି ପାରିବେ ।

ଏହି ଯୋଜନାରେ ସାମିଲ ହେବାକୁ ହେଲେ ୧୮ ବର୍ଷ ବୟସରୁ ଉର୍ଦ୍ଧ ଏବଂ ୪୦ ବର୍ଷ ବୟସରୁ କମ ବୟସ ହୋଇଥିବା ନିହାତି ଆବଶ୍ୟକ । ଯଦି ଆପଣ ଏହି ଯୋଜନାରେ ସାମିଲ ହେଉଛନ୍ତି ଆଉ ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସକୁ ମାତ୍ର ୫୫ ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ ଆପଣଙ୍କୁ ଦୈନିକ ୨ ଟଙ୍କା ଦେବାକୁ ପଡିବ । ସେହିଭଳି ୨୯ ବର୍ଷ ବୟସରେ ଯେଉଁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ ତାଙ୍କୁ ମାସିକ ୧୦୦ ଟଙ୍କା ଏବଂ ୪୦ ବର୍ଷ ବୟସର ଲୋକଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ ।

ତେବେ ଏହି ଯୋଜନା ରେ କେମିତି ସାମିଲ ହେବେ ତାହା ଜାଣିବା ପୂର୍ବରୁ କିଛି ସର୍ତ୍ତ ଉପରେ ନଜର ପକାନ୍ତୁ । ଏହି ଯୋଜନା ରେ ସାମିଲ ହେବାକୁ ହେଲେ ବ୍ୟକ୍ତିଙ୍କ ରୋଜଗାର ମାସିକ ୧୫ ହଜାରରୁ କମ ହୋଇଥିବା ନିହାତି ଆବଶ୍ୟକ । ବ୍ୟକ୍ତି ଜଣକ ଶ୍ରମିକ, ଡ୍ରାଇଭର, ଇଲେକ୍ଟ୍ରିସିଆନ କିମ୍ବା ସ୍ଵୀପର ଶ୍ରେଣୀର ହୋଇଥିବା ଜରୁରୀ । ଏହା ସହିତ ବୟସ ସୀମା ୧୮ ବର୍ଷ ରୁ ୪୦ ବର୍ଷ ହେବା ଆବଶ୍ୟକ । ଏବେ ଆସନ୍ତୁ ଜାଣିବା ଏହି ଯୋଜନାର ଅନ୍ତର୍ଭୁକ୍ତ କେମିତି ହେବେ ।

ଏହି ଯୋଜନାରେ ରେଜିଷ୍ଟ୍ରେଶନ କରିବାକୁ ହେଲେ ପ୍ରଥମେ ଆପଣ ମାନଙ୍କୁ ସିଏମସି ସେଣ୍ଟର ଯିବାକୁ ହେବ । ସେଠାରେ ଆପଣ ମାନଙ୍କୁ ଆଧାର କାର୍ଡ ଏବଂ ଜନଧନ ଯୋଜନା ଖାତାରେ ଥିବା ଆଇଏଫସି କୋର୍ଟ ଦେବାକୁ ପଡିବ । ଆପଣଙ୍କ ଦସ୍ତାବିଜ କମ୍ପୁଟରରେ ସବମିଟ ହେବା ମାତ୍ରେ ଆପଣଙ୍କୁ ଶ୍ରମ ଯୋଗୀ କାର୍ଡ ମିଳିଯିବ । ତେବେ ଆପଣଙ୍କୁ ଆମେ ଏଠାରେ କହି ରଖୁଛୁ କି ଏହା ହେଉଛି ଏକ ପେନସନ ଯୋଜନା ।

ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଏଥିରେ ଟଙ୍କା ଜମା କରିବାକୁ ପଡିବ । ୬୦ ବର୍ଷ ପରେ ପେନସନ ଆକାର ରେ ଆପଣଙ୍କୁ ମାସିକ ୩ ହଜାର ଟଙ୍କା ଅର୍ଥାତ ବାର୍ଷିକ ୩୬ ହଜାର ଟଙ୍କା ମିଳିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଜନାଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *