ଅନ୍ଧବିଶ୍ୱାସ କି ବିଶ୍ୱାସ ! ଗୁଣିଆକୁ ଡାକି ଗାଁରେ ପୂଜା ଅର୍ଚ୍ଚନା, ଗାଁ ଚାରିପଟେ ପୋତିଲେ ଲୁହା କଣ୍ଟା… ଦେଖନ୍ତୁ Video

ବନ୍ଧୁଗଣ ଗାଁ ରେ ପ୍ରତିବର୍ଷ ହେଉଥିବା ବାଲିଯାତ୍ରା ଦୀର୍ଘ ୭ ବର୍ଷ ହେଲାଣି ହୋଇ ନାହି । ଏଥିପାଇଁ ଗ୍ରାମବାସୀ ଉପରେ ରାଗି ଯାଇଛନ୍ତି ଗ୍ରାମ ଦେବୀ । ଗାଁ ରେ ଦୋ ଷ ଲାଗିଛି ଏହାକୁ ଦୂର କରିବାକୁ ପଡିବ ଗାଁ କୁ ସୁରକ୍ଷିତ କରିବାକୁ ପଡିବ । ଗରମାଦେବୀଙ୍କ ଯାତ୍ରା ରେ ଅବହେଳା କରିବାରୁ ୧୨ ଦିନରେ ଗଡିଲା ୫ ମୁ ଣ୍ଡ । ସେଥିପାଇଁ ଗୁରୁମାଇ ଆସିଛନ୍ତି ଗାଁ କୁ ଏହାର ନିରାକରଣ କରିବାକୁ । ଧୂପ, ଦୀପ, ନଡିଆ, କଦଳୀ, ଘଣ୍ଟା ଘଣ୍ଟା ସହ ପୂଜା ହେବ ଗାଁ ଚାରିଆଡେ କିଳା ମା ରି ବାକୁ ପଡିବ ।

ମା ଙ୍କୁ ଦେଶୀ କୁକୁଡା, ମ ଦ, ଅଣ୍ଡା, ଘୁଷୁରି ଆଦି ବଳି ଦେବକାଉ ହେବ । ଚାନ୍ଦା ଆଦାୟ କରି ଗୁରୁମାଇ କହିଥିବା ସବୁ ସ ର ଞ୍ଜା ମ ଆସିଲା । ଘୁଷୁରି ବି ଆସିଲା ଆଉ ଗୁରୁମାଇ ପୂଜା ବିଧି ସହ ଘୁଷୁରି ବଳି ବି ପକାଇଲେ । ଏମିତି କରିଲେ ଆଉ କାହାର ମୃ ତ୍ୟୁ ହେବ ନାହି । ଦର୍ଶକ ବନ୍ଧୁ ଏ ହେଉଛି ଅନ୍ଧବିଶ୍ଵାସ ଓ ବିଶ୍ଵାସ ମଝିରେ ଫସି ରହିଥିବା କିଛି ଲୋକଙ୍କ କଥା । ଯାହାକି ଆଜିର ଆଧୁନିକ ସମୟକୁ ଆଶ୍ଚର୍ଯ୍ୟ କରି ଦେବ । ନବରଙ୍ଗର ତେନ୍ତୁଳୀଖୁଣ୍ଟ ବ୍ଲକ ଖଣ୍ଡିଆଗୁଡ ଗାଁ ରେ ଗତ ୧୨ ଦିନ ମଧ୍ୟରେ ୫ ଜଣଙ୍କର ମୃ ତ୍ୟୁ ହୋଇଛି ।

ଏକ ଡାକ୍ତରୀ ଦଳ ଗାଁ କୁ ଆସି ଫେରିବା ପରେ ଗାଁ ଆସିଥିଲେ ଗୁରୁମାଇ । ଆଉ ଗୁରୁମାଇ କହିଥିଲେ ଯେ ୩ ବର୍ଷରେ ହେବାକୁ ଥିବା ଗାଁ ବାଲିଯାତ୍ରା ୭ ବର୍ଷ ହେଲା ନ ହେବାରୁ ଗ୍ରାମଦେବୀ ରାଗିଯାଇ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛନ୍ତି । ଏହା ପରେ ଆରମ୍ଭ ହୋଇଥିଲା ଗ୍ରାମଦେବୀ ଙ୍କୁ ସାନ୍ତ କରିବାର ଯୋଜନା । ଗୁରୁମାଇ ଙ୍କ କହିବା ଅନୁଯାୟୀ ସବୁ ଜିନିଷ ଯୋଗାଡ ହେବା ସହ ଆରମ୍ଭ ହେଲା ପୂଜା ପୃକ୍ରିୟା । ଗାଁ ମସାଣି ରେ ଦେବୀଙ୍କୁ ରଖିବା ସହ ସାମନାରେ ଭୋଗରାଗ ଲାଗିଲା ଦେଶୀ କୁକୁଡା, ଅଣ୍ଡା ଆଦି ।

ଗାଁ କୁ ସୁରକ୍ଷିତ ରଖିବାକୁ ଗାଁ ର ଚାରିଆଡେ ଲୁହା ବାଡା ହେଲା । ଗଛ ତଳେ ଥିବା ଦେବୀଙ୍କ ପାଖରେ ଦୀପ ଢିପ ଦେଇ କୁଷି ଗାଁ ବୁଲିଲା । ଗାଁ ଲୋକେ କୁଷି ଦେବତାଙ୍କୁ ପୂଜା କରିଲେ । ଗାଁ ବୁଲିବା ପରେ କୁଷି ଦେବତା ଯାଇ ବାଲିଯାତ୍ରା ପଡିଆରେ ରହିଗଲେ । ଏହା ପରେ ଘୁଷୁରିକୁ ଚାଉଳ ଖାଇବାକୁ ଦିଆଗଲା ଓ ପରେ ଅସ୍ଥାୟୀ ଭାବେ ପ୍ରତିଷ୍ଠା କରଯାଇଥିବା ଦେବୀଙ୍କ ନିକଟରେ ବଳି ଦିଆଗଲା ।

ମଦ୍ୟପାନ ଦ୍ଵାରା ଲୋକଙ୍କର ମୃ ତ୍ୟୁ ହେଉଛି ଏହା ସତ୍ୟ ନୁହେଁ ବରଂ ମା ଙ୍କର ପ୍ରକୋପ ମୃ ତ୍ୟୁ କାରଣ ବୋଲି ଗୁରୁମାଇ କହିଛନ୍ତି । ମା ଙ୍କୁ ସାନ୍ତ କରାଯିବା ପରେ ଏବେ ଗାଁ ଲୋକେ ଶାନ୍ତିରେ ରହିବେ ଆଉ କିଛି ଭୟ ନାହି । ତେବେ ୧୨ ଦିନରେ ୫ଜଣଙ୍କର ମୃ ତ୍ୟୁ ପରେ ଭଗବାନଙ୍କ ଉପରେ ଆସ୍ଥା ଗାଁ ଲୋକଙ୍କ ମାରେ ରହିଛି ଯାହାକୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ତେଣୁ ପ୍ରଶାସନ ଏ କ୍ଷେତ୍ରରେ ଦ୍ରୁଷ୍ଟି ଦେବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *