ଏହି ସୂର୍ଯ୍ୟପରାଗ କେଉଁ ରାଶି ପାଇଁ ଶୁଭଫଳ ଓ ବିପଦ ଆଣିବ, ଆସନ୍ତୁ ଜାଣିବା

ବନ୍ଧୁଗଣ ସରିବାକୁ ଯାଉଛି ଅକ୍ଟୋବର ମାସର ଶେଷ ସପ୍ତାହ । ଏହି ମାସରେ ରହିଛି ଅନେକ ପର୍ବ ପର୍ବାଣି । ଆଲୋକର ପର୍ବ ଦୀପାବଳି ରୁ ଆରମ୍ଭ ହେବ ଅକ୍ଟୋବର ମାସର ଶେଷ ସପ୍ତାହ । ଏହାରି ମଧ୍ୟରେ ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟପରାଗ ହେବ । ଏହା ଭାରତରେ ବି ଦ୍ରୁଶ୍ଯମାନ ହେବ । ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗ ଆପଣଙ୍କ ରାଶି ଅନୁଯାୟୀ କେଉଁ ଶୁଭ ଫଳ ପ୍ରଦାନ କରିବ ଓ କେଉଁ ରାଶି ପାଇଁ ବିପଦ ଆଣିପାରେ ।

ମେଷ ରାଶି : ସପ୍ତାହ ଆରମ୍ଭରୁ ମାନସିକ ସ୍ଥିତିରେ ଉନ୍ନତି ହେବ । ଧୀରେ ଧୀରେ ଟଙ୍କା ଆସିବା ଜାରି ରହିବ । ଘରୋଇ କାର୍ଯ୍ୟ ଓ ଶିକ୍ଷାରେ ବ୍ୟସ୍ତରେ ରହିବେ । ପରିବାରରେ କିଛି ଶୁଭ କାମ ହେବ ।

ବୃଷ ରାଶି : ସପ୍ତାହ ଆରମ୍ଭରେ ଆର୍ଥିକ ସ୍ଥିତି ଭଲ ରହିବ । ମାନସିକ ଚିନ୍ତା ଦୂର ହେବ । ଟଙ୍କା ଓ କ୍ୟାରିୟର ସ୍ଥିତି ଠିକ ରହିବ । ବୃହସ୍ପତି ମନ୍ତ୍ର ଜପ କରନ୍ତୁ ।

ମିଥୁନ ରାଶି : ସପ୍ତାହ ଆରମ୍ଭରେ ଅନାବଶ୍ୟକ ଚାପ ହୋଇପାରେ । ଟଙ୍କା ଖର୍ଚ୍ଚ ସହ ଋଣ ସମସ୍ଯା ହୋଇପାରେ । ସପ୍ତାହ ମଧ୍ୟ ଭାଗରୁ ସ୍ଥିତିରେ ସୁଧାର ଆସିବ ।

କର୍କଟ ରାଶି : ସପ୍ତାହ ଆରମ୍ଭରେ କିଛି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ହୋଇପାରେ । ପରିବାରରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ସପ୍ତାହ ଶେଷରେ ଯାତ୍ରା କରିବାର ସମ୍ଭାବନା ରହିଛି ।

ସିଂହ ରାଶି : ସପ୍ତାହ ଆରମ୍ଭରେ ସ୍ଥଗିତ କାର୍ଯ୍ୟ ଶେଷ ହେବ । ଟଙ୍କା ସମସ୍ଯା ଦୂର ହେବ । ସମାପ୍ତି କାର୍ଯ୍ୟରେ ବ୍ୟସ୍ତରେ ରହିବେ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ । ସପ୍ତାହ ଶେଷରେ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

କନ୍ୟା ରାଶି : ସପ୍ତାହ ଆରମ୍ଭରୁ ସବୁ ଭଲ ହେବ । ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥାରେ ଉନ୍ନତି ଆସିବ । ଆପଣ ହଠାତ ଟଙ୍କା ଓ ଉପହାର ଲାଭ ପାଇବେ ।

ତୁଳା ରାଶି : ସପ୍ତାହ ଆରମ୍ଭରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କ୍ୟାରିୟର ନିଷ୍ପତିରେ ସତର୍କ ରୁହନ୍ତୁ । ଟଙ୍କା ର ସ୍ଥିତି ଭଲ ରହିବ । ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ସ୍ଥଗିତ ରହିବ ନାହି ।

ବିଛା ରାଶି : ସପ୍ତାହ ଆରମ୍ଭରେ ନୂତନ ଯୋଜନା ସଫଳ ହେବ । କ୍ୟାରିୟର ଦୃଷ୍ଟିରୁ ଭଲ ସଫଳତା ପାଇବାର ସମୟ ଅଛି । ଅର୍ଥ ବ୍ୟବସ୍ଥା ସୁଧୁରିବ ।

ଧନୁ ରାଶି : ସପ୍ତାହ ଆରମ୍ଭରେ ଲାଭଜନକ ଭ୍ରମଣର ସମ୍ଭାବନା ରହିଛି । ବ୍ୟସ୍ତତା ବୃଦ୍ଧି ପାଇବ କିନ୍ତୁ ସବୁ ସ୍ଥିତିରେ ଲାଭ ହେବ । କ୍ୟାରିୟରରେ ପରିବର୍ତ୍ତନ ହେବ ।

ମକର ରାଶି : ସପ୍ତାହ ଆରମ୍ଭରେ କିଛି ଜରୁରୀ କାମ କରିବେ । ପାରିବାରିକ ସମସ୍ଯା ଦୂର ହେବ । କ୍ୟାରିୟରରେ ବାଧା ଦୂର ହେବ ।

କୁମ୍ଭ ରାଶି : ସପ୍ତାହ ଆରମ୍ଭରୁ କାର୍ଯ୍ୟର ଭାର ଅସୁବିଧା କରାଇବ । ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିକୁ ନେଇ ସମସ୍ଯା ହୋଇପାରେ ।

ମୀନ ରାଶି : ସପ୍ତାହ ଆରମ୍ଭରେ କ୍ଯାରିୟରରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଶେଷ ହେବ ।

ବନ୍ଧୁଗଣ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *