ବନ୍ଧୁଗଣ ଭାରତୀୟ ସଂସ୍କୃତି ରେ ତୁଳସୀ ଗଛକୁ ଲୋକେ ସବୁ ଦିନ ପୂଜା କରିଥାନ୍ତି । ଏହା ଛଡା ଆୟୁର୍ବେଦିକ ରେ ତୁଳସୀ ର ବ୍ୟବହାର ଔଷଧ ତିଆରି କରିବାରେ କରାଯାଏ । ଏହା ଦ୍ଵାରା ବନା ଯାଇଥିବା ଔଷଧ ଅନେକ ରୋଗର ନିବାରଣ କରିଥାଏ । ଅନେକ ଲୋକ ପ୍ରତି ଦିନ ସକାଳେ ତୁଳସୀ ପତ୍ର ଚୋବାଇ ଖାଇଥାନ୍ତି । ଆହୁରି ମଧ୍ୟ କିଛି ଲୋକ ଚାହା ରେ ତୁଳସୀ ପତ୍ର ପକାଇ ସେବନ କରିଥାନ୍ତି । ଏହା ଦ୍ଵାରା ଅନେକ ଫାଇଦା ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ ପ୍ରତି ଦିନ ତୁଳସୀ ପାତ୍ର ୪ଟି ଚୋବାଇ ଖାଇବା ଦ୍ଵାରା କଣ ଲାଭ ମିଳିଥାଏ ।
୧- ଅନେକ ଲୋକ ଙ୍କ ଠାରେ ଚିଡିଚିଡାପଣ ଅଧିକ ଦେଖା ଯାଇଥାଏ । ଯାହା ପାଇଁ ସେମାନେ ଟେନସନ ରେ ରହିଥାନ୍ତି । ଏହି କାରଣରୁ ବ୍ୟକ୍ତି ନିଜ କାମରେ ମଧ୍ୟ ଧ୍ୟାନ ଦେଇପାରେ ନାହି । ତେଣୁ ଯଦି ଆପଣ ଶକ୍ତିହୀନ ର ଶିକାର ଅଟନ୍ତି ବା ଆପଣ ଟେନସନ ରେ ଅଛନ୍ତି ବା ଆପଣ ଚିଡିଚିଡା ପଣ ଅନୁଭବ କରୁଛନ୍ତି ତେବେ ପ୍ରତି ଦିନ ସକାଳୁ ତୁଳସୀ ର ୪ ଟି ପତ୍ର ସେବନ କରନ୍ତୁ । ଆପଣଙ୍କୁ ଏହି ସବୁ ରୋଗରୁ ମୁକ୍ତି ମିଳିଯିବ ।
୨- ଆଜିକାଲି ଅନେକ ଲୋକଙ୍କ ଠାରେ ମଧୁମେହ ଏକ ସାମନ୍ୟା ରୋଗ ହୋଇ ଗଲାଣି । ଯାହା ପାଇଁ ସେମାନେ ଇନସୁଲିନ ମଧ୍ୟ ନେଉଛନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ କିଛି ମାତ୍ର ରେ ଭଲ ହୋଇଥିଲେ ବି ବହୁତ କ୍ଷତିକାରକ ହୋଇଥାଏ । ଆଉ କିଛି ଲୋକଙ୍କ ଠାରେ ହାର୍ଟ ଆଟାକ ଭଳି ସମସ୍ଯା ରହିଛି । ତେବେ ଏହାର ମୁଖ୍ୟ କାରଣ ଅଧିକ ତେଲ ଜାତୀୟ ଖାଦ୍ଯ ବ ଜଣକ ଫୁଡ ଖାଇବାରୁ ହୋଇଥାଏ । ତେଣୁ ଯଦି ଆପଣଙ୍କୁ ମଧୁମେହ ବା ହାର୍ଟ ଆଟାକ ସମସ୍ଯା ରହିଛି ତେବେ ତୁଳସୀ ପତ୍ର କୌଣସି ଚମତ୍କାରିତା ଠାରୁ କମ ନୁହେଁ । ପ୍ରତି ଦିନ ତୁଳସୀ ପତ୍ର ର ସେବନ ଦ୍ଵାରା ଏହି ସବୁ ରୋଗରୁ ରିହାତି ମିଳିଥାଏ ।
୩- ପ୍ରାୟତ ମହିଳା ମାନଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ସମସ୍ଯା ଅଧିକ ଦେଖାଯାଏ । ଯାହା ପାଇଁ ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି । ଅନ୍ୟ କ୍ଷେତ୍ର ରେ ପୁରୁଷ ଙ୍କ ଠାରେ ମଧ୍ୟ ଅଧିକ କାମ ଭାର ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ଯା ଦେଖା ଯାଇଥାଏ ।
ଯଦି ଆପଣଙ୍କର ମୁଣ୍ଡ ସବୁବେଳେ ବିନ୍ଧା ହେଉଥାଏ ତେବେ କିଛି ତୁଳସୀ ପତ୍ର କୁ ଗୋଟେ ଗ୍ଳାସ ପାଣିରେ ଫୁଟାଇ ଏହାର ସେବନ ପ୍ରତି ଦିନ କରନ୍ତୁ । ଏହା ଦ୍ଵାରା ମୁଣ୍ଡ ବ୍ୟଥା ରୁ ବହୁତ ଜଲ୍ଦି ଆରାମ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।