ଝିଅ ହେବା ପରେ ଅଭିନେତା Amlanଙ୍କ ପୁରା ପରିବାର ଦେଖନ୍ତୁ, କେମିତି କରୁଛନ୍ତି ମସ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ସମତେ ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ ବେଶ ଭଲ ଜାଣିଥିବେ । ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ଓଡିଆ କଳାକାର ମାନେ କାହାଳି ଆମ ଓଡିଶାରେ ନୁହନ୍ତି ବରଂ ଓଡିଶା ବାହାରେ ମଧ୍ୟ ଲୋକପ୍ରିୟ ହୋଇ ସାରିଛନ୍ତି । ଓଡିଆ କଳାକାର ମାନେ ନିଜର ବେଷ୍ଟ ଓ ଦମଦାର ଅଭିନୟ ଦ୍ଵାରା ଚର୍ଚ୍ଚା ର ପ୍ରିୟ ପାତ୍ର ହୋଇ ପାରିଛନ୍ତି । ଏମିତି ବି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ମ୍ୟାରେଜ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଅଭିନେତା ଅମ୍ଳାନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ହେଉଛନ୍ତି ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପୁଅ । ତେବେ ଅମ୍ଳାନ ଅଭିନୟ ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରି ଆଜିକା ସମୟରେ ବହୁତ ଆଗ ଧାଡିର କଳାକାର ମାନଙ୍କ ସହ ଅଛନ୍ତି । ତାଙ୍କର ପ୍ରତେକ ଟି ଫିଲ୍ମ ହିଟ ହୋଇଛି ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ଫିଲ୍ମ ଦେଖିବାକୁ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ଅଭିନେତା ଅମ୍ଳାନ ବିବାହ କରିଛନ୍ତି ଆଉ ତାଙ୍କ ସ୍ତ୍ରୀ ଙ୍କ ନାଁ ଭୂମିକା ।

ତେବେ ଗତ କିଛି ଦିନ ତଳେ ଦୁହିଙ୍କର ଏକ କନ୍ୟା ସନାତ ଜନ୍ମ ହୋଇଛି ଯାହା ବିଷୟରେ ଅମ୍ଳାନ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଥିଲେ । ବର୍ତ୍ତମାନ ଅମ୍ଳାନ ନିଜ କୁନି ଆଉ କ୍ୟୁଟ ଝିଅ ସହ ଅଧିକରୁ ଅଧିକ ସମୟ ବ୍ଯତୀତ କରୁଛନ୍ତି । ବାପା ମା ହେବା ପରେ ଅମ୍ଳାନ ଓ ଭୂମିକା ବେଶ ଖୁସି ରେ ଅଛନ୍ତି । ଯେତେ ସମ୍ଭବ ନିଜ କୁନି ଝିଅ ସହ ମସ୍ତି କରିବା ଆଉ ଖେଳିବାରେ ଟାଇମ ସ୍ପେନ୍ଡ କରୁଛନ୍ତି ଅମ୍ଳାନ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନଜର ଆସୁଛି ।

ଏହି ଭିଡିଓ ରେ ଅମ୍ଳାନ ନିଜ ଝିଅ କୁ କୋଳରେ ଧରି ଗେଲ କରୁଛନ୍ତି ଆଉ ତା ସହ ବହୁତ ସାରା ମସ୍ତି ମଧ୍ୟ କରୁଛନ୍ତି । ଝିଅ ହେବା ପରେ ଅମ୍ଳାନ ଙ୍କ ପୁରା ପରିବାର ବେଶ ହସ ଖୁସି ରେ ଅଛନ୍ତି । ତେବେ ଅମ୍ଳାନ ଏବେ ବି ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି ଆଉ ଆଗକୁ ଖୁବ ସୁନାମ ଅର୍ଜନ କରିବେ ବୋଲି ଆଶା ବାନ୍ଧିଛନ୍ତି ଠିକ ତାଙ୍କ ବାପା ମିହିର ଦାସ ଙ୍କ ଭଳି ।

ଅମ୍ଳାନ ଅନେକ ସାରା ଫିଲ୍ମରେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି । ଅମ୍ଳାନ ଙ୍କ ବୈବାହିକ ଜୀବନ ମଧ୍ୟ ବେଶ ଆନନ୍ଦ ରେ ବ୍ଯତୀତ ହେଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅମ୍ଳାନ ଓ ଭୂମିକା ଙ୍କ ଝିଅ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *