ଦହିବରା, ଆଳୁଦମ, କାକରା ପିଠା ଠାରୁ ଆରମ୍ଭ କରି ଜାତି ଜାତିକା ପାଟି ସୁଆଦିଆ ଖାଦ୍ୟ ଆଇଟମ । ଏହି ସବୁ ବ୍ୟଞ୍ଜନ ଘରେ ତିଆରି କରି ମେଳାରେ ବିକ୍ରି କରୁଥିବା ଯୁବତୀ ଜଣକ ହେଉଛନ୍ତି ଆସ୍ଯୁକ୍ତା ପଣ୍ଡା । ଆଣକ ବାପା ସରକାରି ଶିକ୍ଷା ଅନୁଷ୍ଠାନରେ ଆସୋସିଏଟ ପ୍ରପୋଫେସର ଓ ମା ପବ୍ଲିକ ସ୍କୁଲ ଚଲାଉଛନ୍ତି । ତାଙ୍କ ଜେଜେବାପା ଦିବଙ୍ଗତ IAS ଅଫିସର ଦିନାନାଥ ପଣ୍ଡା । ଘରେ ଟଙ୍କା ପଇସାର ଅଭାବ ନାହି । କିନ୍ତୁ କାହିଁକି ସେ ମେଲାରେ ଠେଲା ଲଗାଇଛନ୍ତି ଆସ୍ଯୁକ୍ତା ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
ସୂଚନା ଅନୁଯାୟୀ ତାଙ୍କ ଷ୍ଟଲ ରୁ ଯାହା ବିକ୍ରି ହେବ ଆଉ ସେଥିରୁ ଯେଉଁ ଦୁଇ ପଇସା ମିଳିବ ତାହା ସେ ନିଜେ ରଖିବେ ନାହି କି ଖର୍ଚ୍ଚ କରିବେ ନାହି । ବରଂ ଅସହାୟ କୁନି କୁନି ପିଲାଙ୍କ ପାଇଁ ଓ ବୃଦ୍ଧାଶ୍ରମରେ ପୀଡିତ ଅନାଳୟକୁ ଯିବ । ସ୍ତନ କର୍କଟରେ ପୀଡିତ ମହିଳା ଙ୍କ ପାଇଁ ସେ ଅର୍ଥ ଦାନ କରିଦେବେ । ଖାସ ଏଥିପାଇଁ ସେ ମେଲା ରେ ଷ୍ଟଲ ପକାଇଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ । ଓଡିଶାର କୃଷି ଓ ବୈଷୟିକ ବିଦ୍ୟାଳୟ OUT ରୁ ଯୁକ୍ତ 2 ପାସ କରିଛନ୍ତି । ମେକାନିକାଲ ଇଞ୍ଜିନିୟରିଙ୍ଗରେ ବିଟେକ ଡିଗ୍ରୀ ହାସଲ କରିଛନ୍ତି ।
XIMB ରୁ ଏମବିଏ ପାସ ବି କରିଛନ୍ତି । ସେ ଓଡିଶୀ ନୃତ୍ୟୁ ରେ ମଧ୍ୟ କମ ନୁହନ୍ତି । ଏବେ ସେ ଈପକୋ ରେ ଭଲ ଦରମା ପାଇ ଚାକିରି କରୁଛନ୍ତି । ସେ ଯେଉଁ ଖାଦ୍ୟ ବିକ୍ରି କରୁଛନ୍ତି ସେ ସବୁ ତାଙ୍କ ମା ଓ ଅନ୍ୟ ଝିଅ ମାନେ ମିଶି ଘରେ ତିଆରି କରିଛନ୍ତି । କାର୍ତ୍ତିକ ମାସ ଚାଲି ଥିବାରୁ ବିନା ପିଆଜ ରସୁଣ ରେ ମଧ୍ୟ ଆଇଟମ ତିଆରି କରୁଛନ୍ତି । ମା ଙ୍କ ସାହାଜ୍ଯ ବିନା ଏତେ ଆଇଟମ ତିଆରି କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆସ୍ଯୁକ୍ତା ।
ଜଣେ ପାଠୋଇ ରୋଜଗାର କ୍ଷମ ଝିଅର ଏଭଳି ନିଆରା ପ୍ରୟାସ ଦେଖି ଏଠାକୁ ଆସିଥିବା ଗ୍ରାହକ ମାନେ ବି ଖୁସି ଅଛନ୍ତି । ଆଜିକାଲିର ଯୁବକ ଯୁବତୀ ମାନେ କିଛି ନୂଆ କରି ଦେଖାଇବାର ଟ୍ରେଣ୍ଡ ଆରମ୍ଭ ହେଲାଣି । କିଏ ନିଜକୁ ବିଟେକ ଚାହା ବାଲା କହୁଛି ତ ଆଉ କିଏ ଏମବିଏ ବିରିଆନୀ ନାଁ ରେ ଷ୍ଟଲ ଖୋଲୁଛି । ପାଠ ପଢୀ ନିଜେ ସ୍ଵାଧୀନ ହେବାର ମାନସିକତା ଧୀରେ ଧୀରେ ବିକଶିତ ହେଉଛି ।
ହେଲେ ଏଠାରେ ଆସ୍ଯୁକ୍ତା ଏହା ଠାରୁ ଆଉ ଦୁଇ ପାଦ ଆଗକୁ ବଢି ଯାଇଛନ୍ତି । ତାଙ୍କ ଷ୍ଟଲ ରୁ ଯେଉଁ ଦୁଇ ପଇସା ଲାଭ ହେବ ତାହା ଗରିବ, ଅସହାୟ ଓ କ୍ୟାନ୍ସର ରୋଗୀ ଙ୍କ ପାଖକୁ ଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆସ୍ଯୁକ୍ତା ଙ୍କ ଏଭଳି ନିଆରା କାମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।