ସୂର୍ଯ୍ୟକୁମାର ଯାଦବଙ୍କ ଅଜବ ଗଜବ ବ୍ୟାଟିଂ ପାଇଁ ବଦଳିପାରେ କ୍ରିକେଟର ନିୟମ ! ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଭାରତୀୟ କ୍ରିକେଟର ଯୁବ କ୍ରିକେଟର ତାରକା ସୂର୍ଯ୍ୟ କୁମାର ଯାଦବ ବା ସୂର୍ଯ୍ୟାଙ୍କ କଥା ଆମେ ଆଜି କହିବାକୁ ଯାଉଛି ଆପଣ ମାନଙ୍କୁ । ଯାହାଙ୍କ ଆକ୍ରମଣତ୍ମାକ ଓ ବିସ୍ଫୋରକ ବ୍ୟାଟିଙ୍ଗ ଏବେ କ୍ରିକେଟ ପଣ୍ଡିତ ମାନଙ୍କ ଚକିତ କରିଛି । ତାଙ୍କ ବ୍ୟାଟିଙ୍ଗ ଶୈଳୀ କୁ ଏବେ ଅନେକ ପୂର୍ବତନ କ୍ରିକେଟର ଓ ଓମ୍ପେୟାର ମଧ୍ୟ ବିଶ୍ଳେଷଣ କରିବାରେ ଲାଗିଛନ୍ତି । ଚଳିତ ଟି-୨୦ ବିଶ୍ଵ କପ ରେ ସୂର୍ଯ୍ୟ କୁମାର କିଛି ଏପରି ସର୍ଟ ଖେଳିଛନ୍ତି ଯାହା କ୍ରିକେଟ ବ୍ୟାକରଣ ବାହାରେ ବୋଲି କୁହାଯାଉଛି ।

ରବିବାର ଦିନ ଜିମ୍ବାୱେ ବିପକ୍ଷରେ ସୂର୍ଯ୍ୟଙ୍କ ଚମତ୍କାର ବ୍ୟାଟିଙ୍ଗର କିଛି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତର ସ୍କ୍ରୋର ୪ ୱିକେଟ ୧୦୪ ରନ ଥିବା ବେଳେ ଲାଗୁଥିଲା ୧୪୦ ରେ ସୀମିତ ରହିବ ଦଳୀୟ ସ୍କୋର । କିନ୍ତୁ ଏତିକି ବେଳେ ଗିୟର ବଦଳାଇ ଥିଲେ ସୂର୍ଯ୍ୟ । ମାତ୍ର ୨୫ ବଲ ରୁ ସେ ଅପରାଜତ ୬୧ ରନ କରିଥିବା ବେଳେ ଏଥିରେ ସାମିଲ ଥିଲା ୬ଟି ଚଉକା ଓ ୪ଟି ବିଶାଳ ଛକା ।

ଆଉ ସୂର୍ଯ୍ୟା ଙ୍କ ଏହି ଦମଦାର ଇନିଙ୍ଗ୍ସ ବଳରେ ମୋଟ ୧୮୬ ରନ କରି ଜିମ୍ବାୱେ କୁ ବିଶାଳ ଟାର୍ଗେଟ ଦେଇ ପରାଇଥିଲା ଟିମ ଇଣ୍ଡିଆ । ତେବେ ବଡ କଥା ହେଉଛି ଏହି ମ୍ଯାଚରେ ସୂର୍ଯ୍ୟ କିଛି ଏମିତି ସର୍ଟ ଖେଳିଥିଲେ ଯାହା କ୍ରିକେଟ ବିଶେଷଜ୍ଞ କୁ ଚକିତ କରିଛି । ଏକ ୱ୍ହାଇଟ ବଲ କୁ ସେ ଯେଉଁ ଭଳି ଭାବେ ଛକା ଲଗାଇଥିଲେ ତାହା ଏବେ ଓମ୍ପେୟାର କୁ ମଧ୍ୟ ଦ୍ଵନ୍ଦ ରେ ପକାଇ ଦେଇଛି । ଟିମ ଇଣ୍ଡିଆର ରନ ୧୮୦ ଥିବା ବେଳେ ମାତ୍ର ୧ ରନ ବାକିଥିଲା ।

ଏହି ବଲ ରେ ୱିକେଟ ନେବାକୁ ନଚେତ କମ ସେ କମ ରନ ଦେବାକୁ ଚାହୁଁ ଥିବା ଜିମ୍ବାୱେ ଦଳ ଟାଇଟ ଫିଲଡିଙ୍ଗ ସଜାଇଥିଲା । ୪ ଜଣ ଅଫ ସାଇଟ ରେ, ୪ ଜଣ ଷ୍ଟାମ୍ପ ପଛରେ, ଲଙ୍ଗନ ରେ ଜଣେ ଓ ଲଙ୍ଗଫରେ ଜଣେ  ଫିଲ୍ଡର ରହିଥିଲେ । ଏତିକି ବେଳେ କିଛି ଅଲଗା କରିବାକୁ ଯାଇ ବୋଲର ଏକ ୱ୍ହାଇଟ ବଲ ପିଙ୍ଗିଥିଲେ । ଅନ୍ୟ କେହି ହୋଇଥିଲେ ହୁଏତ ଏହି ବଲ କୁ ଛାଡି ଦେଇଥାନ୍ତେ । କିନ୍ତୁ ଅଫ ସାଇଟ ର ବହୁତ ବାହାରକୁ ଯାଉଥିବା ଏହି ବଲ କୁ ଖେଳିବାକୁ ସୂର୍ଯ୍ୟ ପ୍ରାୟ ୫ ଫୁଟ ପର୍ଯ୍ୟନ୍ତ ସ୍ଟେପ ଆଉଟ କରିଥିଲେ ।

ଆଉ ଅନ ସାଇଟ ଗଲିକ ଉପର ଦେଇ ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ । ଏହି ଛକା ଦ୍ଵାରା ଦଳର ସ୍କୋର ୧୮୬ ରନରେ ପହଞ୍ଚି ଯାଇଥିଲା । ହେଲେ ଅଫ ସାଇଟ ବାହାରର ଏହି ୱ୍ହାଇଟ ବଲକୁ ଅନ ସାଇଟ ଗଲିକ ଅଞ୍ଚଳକୁ ସୂର୍ଯ୍ୟ ଯେଉଁ ଭଳି ଖେଳିଲେ ତହ ବହତ ବରିଷ୍ଠ କ୍ରିକେଟରଙ୍କୁ ମଧ୍ୟ ଚକିତ କରିଛି । କିଛି କ୍ରିକେଟ ପଣ୍ଡିତ ମଯାରେ ଏମିତି କହିଛନ୍ତି କି ସୂର୍ଯ୍ୟାଙ୍କ ଏପରି ସର୍ଟ ବିଶ୍ଵ କ୍ରିକେଟର ନିୟମ ବଦଳାଇବାକୁ ବାଧ୍ୟ କରିବ । ବନ୍ଧୁଗଣ ଆପଣ ମାନଙ୍କୁ ସୂର୍ଯ୍ୟ ଙ୍କ ସର୍ଟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *