କିମିଆ କରୁଛି ସ୍ମୋକ ବିସ୍କୁଟ, କଣ ରହିଛି ଏହାର Process… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଚଳିତ ବର୍ଷ ୨୦୨୨ ରେ ବାଲିଯାତ୍ରା ଆରମ୍ଭ ହୋଇ ସାରିଛି । ତେବେ ଏଥର ବାଲିଯାତ୍ରା ରେ ନୂଆ ନୁଆ ସବୁ ଜିନିଷ ଦେଖିବାକୁ ମିଳିଛି ଯାହାକୁ ନେଇ ଚର୍ଚ୍ଚ ଜୋର ଧରିଛି । ତେବେ ଆପଣ ମାନେ ଦେଖିଥିବେ ଆଉ ଖାଇଥିବେ ମଧ୍ୟ ବାଲିଯାତ୍ରା ରେ ସ୍ମୋକ ପାନ ମିଳିଥାଏ । କିନ୍ତୁ ଏଥର ଇଛି ନୂଆ ଆଉ ହଟକେ ଧରଣର ସ୍ମୋକ ବିସ୍କୁଟ ବାଲିଯାତ୍ରା ରେ ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ କେବେ ଦେଖି ନ ଥିବେ କି ଶୁଣି ନ ଥିବେ ।

ତେବେ ଏହି ସ୍ମୋକ ବିସ୍କୁଟ ତିଆରି କରିବା ପାଇଁ କାଗଜ କପ ରେ ବିସ୍କୁଟ ରଖାଯାଇଛି ଆଉ ସେଥିରେ ସ୍ମୋକ ଦିଆ ଯାଉଛି । ଆପଣ ମାନେ ଯଦି ତାକୁ ଖାଇବେ ପାଟି ଓ ନାକ ପରେ ଧୂଆଁ ବାହାରିବ । ଏହି ବିସ୍କୁଟ ଖାଇବାକୁ ଆଉ ଦେଖିବାକୁ ବେଶ ମଜାଦାର ଓ କୌତିକିଆ । ବାଲିଯାତ୍ରା ରେ ଏହି ବିସ୍କୁଟ ଖାଇବା ପାଇଁ ଲୋକ ମାନଙ୍କର ଗହଳି ଯମୁଚି । ତେବେ ଆପଣ ମାନେ ବି ଭିଡିଓ ରେ ଦେଖି ପାରିବେ କି କିଭଳି ଲୋକ ମାନେ ସ୍ମୋକ ବିସ୍କୁଟ ଖାଉଛନ୍ତି ଆଉ ଖାଇବା ପରେ ସେମାନଙ୍କର ପାଟି ଓ ନାକ ପଟୁ ଧୂଆଁ ବାହାରୁଛି ।

ଏହି ବିସ୍କୁଟ ଖାଇବାକୁ ବହୁତ ଟେଷ୍ଟି ଲାଗୁଛି ଯାହା ଲୋକ ମାନେ ରାୟ ଦେଇଛନ୍ତି । ବାଲିଯାତ୍ରା ରେ ପ୍ରତେକ ବର୍ଷ କିଛି ନା କିଛି ଇନୋଭେଟିଭ ଜିନିଷ ଆସିଥାଏ । ଆଉ ଏଥର ବି ସ୍ମୋକ ବିସ୍କୁଟ ଏକ ଇନୋଭେଟିଭ ଜିନିଷ ଅଟେ ଯାହା ପ୍ରଥମ ଥର ପାଇଁ ବାଲିଯାତ୍ରା ରେ ପଡିଛି । ଯେଉଁ ମାନେ ଛୋଟ ପିଲା ସେମାନେ ଏହି ବିସ୍କୁଟ ଖାଇ ବେଶ ମଜା ନେଉଛନ୍ତି । ତେବେ ଏହି ବିସ୍କୁଟ ତିଆରି କରୁଥିବା ଲୋକ ମାନେ କହିଛନ୍ତି ଆମର ନାଇଟ୍ରୋଜେନ ଗ୍ଯାସ କୁ ଲିକୁଇଡି ଫର୍ମ ରେ କିଣିକି ଆଣିଛୁ ।

ତାହାକୁ କଣ୍ଟେନର ରେ ଷ୍ଟୋର କରି ରଖିଛୁ । ଲିକୁଇଡି ନାଇଟ୍ରୋଜେନ କୁ ଯଦି ଆମେ ବିସ୍କୁଟ ରେ ମିସ୍କ କରୁଛୁ ଲିକୁଇଡି ନାଇଟ୍ରୋଜେନ ଅବଜର୍ଭ କରୁଛି । ସେ ଯେତିକି ଅବଜର୍ଭ କରୁଛି ପାଟି ରେ କାହାଇବା ପରେ ତାହା ଧୂଆଁ ହୋଇ ବାହାରୁଛି । ସ୍ମୋକ ବିଶୁକ୍ତ ଗୋଟେ ଗ୍ଳାସ ର ମୂଲ୍ୟ ହେଉଛି ମାତ୍ର ୫୦ ଟଙ୍କା ।

ଏହା ଏକ ଭିନ୍ନ ଓ ନୂଆ ଧରଣର ଆଇଟମ ପଡିଛି ବାଲିଯାତ୍ରା ରେ । ସ୍ମୋକ ବିସ୍କୁଟ ର ମଜା ଅନେକ ଗ୍ରାହକ ମାନେ ନେଉଛନ୍ତି ଆଉ ଏହାକୁ ଖାଇ ବେଶ ଖୁସି ମଧ୍ୟ ହେଉଛନ୍ତି । ଏ ବିସ୍କୁଟ ପେଟ ପୁରିବ ନାହି କିନ୍ତୁ ପାଟି ପୁରିଯିବ ନିଶ୍ଚୟ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ସ୍ମୋକ ବିସ୍କୁଟ ବିଷୟରେ କଣ ରାୟ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *