ଦର୍ଶକ ବନ୍ଧୁ ଆପଣ ମାନେ ସମସତେ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କାମ ପାଇଁ ଯେତିକି ଚର୍ଚ୍ଚା ରେ ରହିଥାନ୍ତି ତା ଠାରୁ ଅଧିକ ବିବାଦ ପାଇଁ ଚର୍ଚ୍ଚା ରେ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥି ରେ ସେ ଲୋକ ମାନଙ୍କ କଲ୍ୟାଣ ପାଇଁ କିଛି ମତ କାମ କରି ଚର୍ଚ୍ଚା ରେ ରହିଥାନ୍ତି । ଆଉ କିଛି ସମୟରେ ସେ ବିବାଦ ଘେର ରେ ଫସି ରହିବାର ମଧ୍ୟ ନଜର ଆସିଥାନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଆଉ ଏକ ଭିଡିଓ ଭିରାଳ ହୋଇଛି ସୋସିଆଲ ମିଡିଆରେ ଯାହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି ।
ପୁଣି ଚର୍ଚ୍ଚା ରେ ଅଭିନେତ୍ରୀ ରାନୀ ପଣ୍ଡା । ଏଥର ରାନୀ ଙ୍କୁ ଭାରି ଜୋରସୋର ରେ ଚାଲିଛି ଚର୍ଚ୍ଚା । ଏ କଥା ଜାଣିବା ପରେ ଆପଣ ବି ଭାବୁଥିବେ ରାନୀ ବୋଧ ହୁଏ ଉଦଣ୍ଡ ଡ୍ୟାନ୍ସ କରି ଚର୍ଚ୍ଚା ରେ ରହିଛନ୍ତି । କିନ୍ତୁ ଏଥର ସେମିତି କିଛି ହୋଇ ନାହି । ଏଥର ସେ କୌଣସି ଉଦଣ୍ଡ ନୃତ୍ୟୁ ବା କାହାକୁ ନେଇ ଟିପ୍ପଣୀ ଦେଇ ନାହାନ୍ତି । ବରଂ ସାହାଜ୍ୟର ହାତ ବଢାଇ ସାଉଣ୍ଟି ଛନ୍ତି ପ୍ରଶଂସା । ଆପଣ ମାନେ ଏହି ଭିଡିଓ ର ଦୃଶ୍ୟ ଦେଖିଲେ ଭାବୁଥିବେ ଏ କୌଣସି ନାଚ ପେଣ୍ଡାଲ ଏଠାରେ ରାନୀ କଣ କରିଲେ ?
ରାନୀ ପଣ୍ଡା ଏହି ପେଣ୍ଡାଲ କୁ ଯାଇଛନ୍ତି ଆଉ ସେଠାରେ କହିଛନ୍ତି କି ମୁଁ ଏହି ଅନୁଷ୍ଠାନ ତଥା ଗରିବ ପରିବାର କୁ ୫୦ ହଜାର ଟଙ୍କା ଡୋନେଟ କରୁଛି । ସମ୍ବଲପୁର ଡଙ୍ଗାମାଳ ଗାଁ ରେ ଆୟୋଜିତ ଉଶ୍ଚବ ରେ ଯୋଗ ଦେଇ ହଠାତ ଆୟୋଜିତ କମିଟି ଙ୍କ ଉପସ୍ଥିତିରେ ସେହି ଅଞ୍ଚଳ ର ଗରିବ ଓ ଅସହାୟ ଲୋକ ଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିବା ସହ ଏହି ପ୍ରୋଗ୍ରାମ ରେ ମିଳିଥିବା ପାରିଶ୍ରାମିକ ର ୧୦ ପ୍ରତିଶତ ନିଯୋଜିତ ଥିବା ସବୁ ମ୍ୟୁଜିସିଆନ, ଲାଇଟ, ସାଉଣ୍ଡ ଅପରେଟର ଓ ଅନ୍ୟ କଳାକାର ଙ୍କ ପାଇଁ ଦାନ କରିବା ପରେ ସମସ୍ତେ ରାନୀ ଙ୍କର କରିଛନ୍ତି ବେସ ପ୍ରଶଂସା ।
ଏମିତିକି ରାନୀ ପ୍ରତିଶ୍ରୁତି ଦେଇଛନ୍ତି କି ସ୍ଥାନିୟ ଲୋକ ମାନଙ୍କର ଝିଅ ମାନଙ୍କର ବିବାହ ରେ ସେ ସହାୟତାରେ ହାତ ବଢାଇବେ । ମଞ୍ଚ ଉପରେ ରାନୀ ଙ୍କର ଏଭଳି ବଦାନ୍ୟତା ଦେଖି ଦର୍ଶକ ମାନେ ତାଳି ମାଡ କରିବା ସହ ହୁଳହୁଳି ପକାଇ ଥିଲେ । ଆଉ ଦର୍ଶକ ମାନଙ୍କର ରାନୀ ଙ୍କ ପ୍ରତି ଏତେ ସ୍ନେହ ଭଲ ପାଇବା ଦେଖି ବିମୁଗ୍ଧ ହୋଇ ଯାଇଥିଲେ ରାନୀ ।
ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା କ ମଞ୍ଚ ଉପରେ ଏଭଳି ବଦାନ୍ୟତା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଏଭଳି ମହାନତା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।