“ହଜାରେ ମିଛ କହିଲେ ଯାଇଁ ଝିଅ ଫସେ, ଯେଉଁଠି ଅସୁବିଧା ଥାଏ ସେଇଠି ଫସେଇବାକୁ ପଡେ”… ନିଜ Relationshipକୁ ନେଇ କଣ କହିଲେ Raju Das

ଦର୍ଶକ ବନ୍ଧୁ ଆପଣ ମାନେ ସମତେ କମେଡିଆନ ରାଜୁ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କମେଡି ମାଧ୍ୟମରେ ଓଡିଆ ଅବସି ଙ୍କୁ ହସାଇ ହସାଇ ଗଡାଇଥାନ୍ତି । ସେ ଜଣେ ଲୋକପ୍ରିୟ ତଥା ଜଣାଶୁଣା କମେଡିଆନ ଅଟନ୍ତି । ତାଙ୍କର ବହୁତ ନାଁ ମଧ୍ୟ ଅଛି ଓଡିଶାରେ । ତେବେ ତାଙ୍କୁ ନେଇ ଏବେ ରହିଛି ବହୁତ ବଡ ଖୁସି ଖବର । ତାଙ୍କର ବିବାହ ସମ୍ପନ୍ନ ହୋଇଛି ସୋନାଲି ଙ୍କ ସହ ଯାହାଙ୍କ ସହ ସେ ନୂଆ ଜୀବନ ଆରମ୍ଭ କରି ସାରିଛନ୍ତି ।

ଏ ନେଇ ରାଜୁ ଦାସ ଏକ ସାକ୍ଷାତତ୍କାର ରେ ଗଣମାଧ୍ୟାମ କୁ କହିଛନ୍ତି କି “ହସିବାକୁ ପଡେ ସେଠାରେ ଯେଉଁଠି ହଜାର ଲୋକଙ୍କ କଥା ଥାଏ । କିନ୍ତୁ ଏଠି ଗୋଟେ ଲୋକଙ୍କ କଥା ତେଣୁ ୫ କୋଟି ଓଡିଆ ଙ୍କୁ ଧୋକା ଦେଇ ହେବ ନାହି । ତେଣୁ ଯେଉଁ କର୍ତ୍ତବ୍ୟ ଯାହା ଆମର କର୍ମ ଯାହା ଇଶ୍ଵର ଆମକୁ ଦେଇଛନ୍ତି ଦିବ୍ୟ ଶକ୍ତି କି ଯାହା ତୁମେ କରି ପାରିବ କର । ହସାଇବା କିଛି ଖରାପ ନୁହେଁ । ତାହାକୁ ଜାରି ରଖିବା ଠିକ । ମୁଁ ସିୟୁର ଅଛି ସୋନାଲୀ ନିଶ୍ଚିନ୍ତ ମୋ କାମରେ ସହଯୋଗ କରିବେ ।

ମୁଁ ଭାବୁଛି ସେ ମୋର ଅଧା କାମ କରିବେ ଯାହା ଦାୟିତ୍ଵ ମୁଁ ତାଙ୍କୁ ଦେବି ଆହୁରି ଜଲ୍ଦି କେମିତି ସେ ଜିନିଷ ହେବ । ହଜାରେ ମିଛ କହିଲେ ଯାଇ ଝିଅ ମାନେ ଫସିଥାନ୍ତି କିନ୍ତୁ ଯେଉଁଠି ଅସୁବିଧା ଥାଏ ସେଇଠି ଫସେଇବାକୁ ପଡିଥାଏ । ମୋର ଆଉ ସୋନାଲୀ ଙ୍କ ଭିତରେ ସବୁ କିଛି ଠିକ ଠାକ ଥିଲା କିଛି ଅସୁବିଧା ନ ଥିଲା । ଏହା ଛଡା ଆମ ଦୁହିଙ୍କର ମ୍ୟାରେଜ ଆରେଞ୍ଜ ମ୍ୟାରେଜ ହୋଇଛି । ଆମ ଭାଇ ଭଉଣୀ ମାନେ ସବୁ ଯାଇଥିଲେ ମୋ ସହ ।

ସେତେବେଳେ ମୋତେ ଲାଗିଲା ସୋନାଲୀ ଙ୍କ ପରିବାର ବହୁତ ସୁନ୍ଦର ତାଙ୍କ ବ୍ୟବହାର ବହୁତ ଭଲ । ଗର୍ବୀ ଅହଙ୍କାରୀ ନୁହେଁ ସୋନାଲୀ ଙ୍କ ପରିବାର । ସୋନାଲି ମଧ୍ୟ ବହୁତ ଭଲ ଆଉ ଦେଖିବାକୁ ସୁନ୍ଦର । ତାଙ୍କ କଥାବାର୍ତ୍ତା ରୁ ମୁଁ କଥା ଆଗକୁ ବଢାଇବାକୁ ଇଚ୍ଛା କରିଲି । ଏହା ଛାଡ ଭଗବାନ ଙ୍କ ଇଚ୍ଛା ଯାହା ଥାଏ ସେହା ହୁଏ ସେଥିପାଇଁ ମୁଁ ବହୁତ ଖୁସି ଅଛି ।

ଘର ସହ ସେ କେମିତି ଚଳିବେ ତାହା ସୋନାଲି ଙ୍କ ଦାୟିତ୍ଵ ତଥାପି ମୁଁ ଏଥିରେ ତାଙ୍କୁ ନିଶ୍ଚିନ୍ତ ସହଯୋଗ କରିବି ” । ତେବେ ରାଜୁ ଓ ସୋନାଲି ଙ୍କ ଯୋଡି ଆଗକୁ ଏମିତି ସୁଖମୟ ହେଉ ଦୁହେଁ ଏକାଠି ମିଶି ଖୁସି ଖୁସି ନୂଆ ଜୀବନର ଆରମ୍ଭ କରନ୍ତୁ ଏହା ଅମାର କାମନା । ବନ୍ଧୁଗଣ ଆପଣ ମାନଙ୍କୁ ରାଜୁ ଦାସ ଓ ସୋନାଲି ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *