ବାଜିବ ବାଜା ପଡିବ ହାତଗଣ୍ଠି, ବୁଢା ବୟସରେ ମଉସା ମାଉସୀ ହେବେ ଏକାଠି… ଦେଖନ୍ତୁ ନିଜ ବାହାଘରକୁ ନେଇ କଣ କହୁଛନ୍ତି ମାଉସୀ

ଦର୍ଶକ ବନ୍ଧୁ ଦୀର୍ଘ ୨୩ ବର୍ଷର ସଙ୍ଘର୍ଷର କାହାଣୀ । ଆଜି ବି ସେଦିନ ମନେ ପଡିଲେ କାଲି ପରି ଲାଗୁଛି । ମୋ ସ୍ବାମୀଙ୍କ ଫେରିବା ବାଟକୁ ମୁଁ ସେମିତି ଚାତକ ପରି ଅନାଇ ବସିଥିଲି । ସମସ୍ତେ ବାତ୍ୟା ପାଇଁ ପ୍ରସ୍ତୁତ ହୋଇଥାନ୍ତି କିଏ ନିଜର ଖାଇବା ସଂଗ୍ରହ କରୁଥାଏ ତ ଆଉ କିଏ ତଳିଆ ଅଞ୍ଚଳରୁ ଉଚ୍ଚ ଜାଗାକୁ ଯାଉଥାଏ । ସେପଟୁ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଶବ୍ଦରେ ଛାତି ଥରି ଉଠୁଥାଏ । ଦିନ ଯାଇ ରାତି ହେବାକୁ ବସିଲା । ବାତ୍ୟାର ବେଗ ଧୀରେ ଧୀରେ ବଢୁଥାଏ ।

ରେଡିଓରେ ବାରମ୍ବାର କହୁଥାଏ ବାତ୍ୟାର ବେଗ ବଢିବା ସହ ପବନର ବେଗ ଅଧିକା ବଢିବ । ଏ କଥା ଶୁଣିବା ପରେ ସମସ୍ତଙ୍କ ମନରେ ଛନକା ପସୁଥାଏ । ହେଲେ ମୋର ମନ ମାନୁ ନ ଥିଲା । ମୋ ସ୍ଵାମୀଙ୍କ ପାଇଁ ମୋ ମନକୁ ପାପ ଛୁଉଁଥିଲା । କିଟିମିଟି ଅନ୍ଧାର ସାଙ୍ଗକୁ ଗାଁରେ ଲାଇନ ବି ନ ଥାଏ । ଏହି ଅନ୍ଧାର ଦୂରରୁ ଭାସି ଆସୁଥାଏ ସୁ ସୁ କରି ପବନ ଗର୍ଜନ । ଭଉଣୀ ଘରକୁ ଯାଉଛି କହି କୁଆଡେ ଚାଲିଗଲେ ଯେ ଦିନ ପରେ ଦିନ ବୀତି ଚାଲିଗଲା କିନ୍ତୁ ତାଙ୍କର କିଛି ପତା ମିଳିଲା ନାହି ।

ପିଲାମାନେ ବର୍ଷା ପବନକୁ ଖାତିର ନ କରି ବାପାଙ୍କୁ ବ୍ଯାକୁଳ ହୋଇ ଖୋଜିଲେ । ସନ୍ଧାନ ନ ଆଇ ପିଲାମାନେ ଘରକୁ ଫେରିଲେ । ସମସ୍ତେ କହିଲେ ବାତ୍ୟାରେ କୁଆଡେ ସ୍ଵାମୀଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ମୁଁ କି ପିଲାମାନେ ଏ କଥା ବିଶ୍ଵାସ କରିଲୁ ନାହି । ଦିନ ପରେ ଦିନ ବର୍ଷ ପରେ ବର୍ଷ ବିତିଗଲା କିନ୍ତୁ ସ୍ଵାମୀଙ୍କ ସନ୍ଧାନ ମିଳିଲା ନାହି । ଲୋକେ ଦୁନିଆ କଥା କହିଲେ ଆଉ ସହିପାରିଲି ନାହି । ମୋ ମଥାର ସିନ୍ଦୁର ପୋଛିଦେଲି ଆଉ ହାତର ଶଙ୍ଖାକୁ ଭାଙ୍ଗି ଦେଲି ଆଉ ମୋ ସ୍ଵାମୀଙ୍କର ଶୁଦ୍ଧିକ୍ରିୟା ମଧ୍ୟ ହୋଇଗଲା ।

ଆଉ ଆମ ମାନଙ୍କର ଆଶା ନ ଥିଲା କି ସ୍ଵାମୀ ଆଉ ଫେରିବେ ନାହି । କିନ୍ତୁ ହଠାତ ଫୋନ ଆସିଲା ମୋ ସ୍ଵାମୀ ବଞ୍ଚିଛନ୍ତି । ସତରେ ଖୁସିରେ ମୋ ପାଦ ଆଜି ତଳେ ଲାଗୁନି । ତେବେ ବୁଢୀ ମାଉସୀ ନିଜର ହଜି ଯାଇଥିବା ସିନ୍ଦୁରକୁ ଫେରି ପାଇଛନ୍ତି ଆଉ କେତେ ଖୁସିରେ ଅଛନ୍ତି । ୟାକୁ କୁହାଯାଏ ପ୍ରକୃତ ଭଲ ପାଇବା । ମାଉସୀଙ୍କ ପ୍ରେମ ଓ ନିଷ୍ଠା ଆଜି ମଉସାଙ୍କୁ ତାଙ୍କ ପାଖକୁ ଟାଣି ଆଣିଛି । ହଁ ଦର୍ଶକ ବନ୍ଧୁ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ବାମନାଳ ପଞ୍ଚାୟତର ସମାପାତି ଗାଁରେ ।

୧୯୯୯ ମହାବାତ୍ୟାର ଦୁଇ ଦିନ ପୂର୍ବରୁ କୃତୀଚନ୍ଦ୍ର ବରାଳ ଭଉଣୀ ଘରକୁ କୁସୁପୂରକୁ ଯାଇ ନିଖୋଜ ହୋଇଯାଇଥିଲେ । ମହାବାତ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ବାର ବର୍ଷ ଧରି ଚାହିଁଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ । ଏହି ପ୍ରେମ କାହାଣୀ ଇତିହାସରେ ସାରା ଜୀବନ ପାଇଁ ଲିପିବଦ୍ଧ ହୋଇ ରହିବ । ବନ୍ଧୁଗଣ ଆପଣଙ୍କର ଏହି ପ୍ରେମ କାହାଣୀକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *