ହେ ପ୍ରଭୁ ବଡ଼ ଠାକୁର! ଦେଖନ୍ତୁ କାହିଁକି ଏମିତି ହାତଯୋଡି ଠାକୁରଙ୍କୁ ଡାକୁଛନ୍ତି Anubhab, କଣ କହୁଛନ୍ତି ଦେଖନ୍ତୁ Video

ଦର୍ଶକ ବନ୍ଧୁ କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ଘଟଣା ଦିନ ପରେ ଦିନ ଗାଡି ଚାଲିଛି । କିନ୍ତୁ ଲୋକଙ୍କ ମନରେ ଭୟ ଯାଉ ନାହି । ଏହି ଘଟଣାରେ ଆଇସିୟୁରେ ୧୦ ଜଣ ଥିବା ବେଳେ ଭଏଣ୍ଟିଲେଟର ରେ ଅଛନ୍ତି ୩ ଜଣ । ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଏ କଥା ଭାବିଲେ ରୋମ ଟାଙ୍କୁରି ଉଠି ଯାଉଛି । ଏମିତି ଲାଗିଛି ସମୟ କେତେବେଳେ କଣ ଅଘଟଣ ଘଟାଇ ଦିଏ ଯାହାକୁ କେହି କେବେ କଳ୍ପନା କରି ନ ଥିବେ । ଯେମିତି କାର୍ତ୍ତିକେଶ୍ଵର ଭସାଣି ବେଳେ କେନ୍ଦ୍ରାପଡାରେ ସମସ୍ତେ ଖୁସିରେ ଥିଲେ ।

କିନ୍ତୁ ହଠାତ ଦୁଖର କଳା ବାଦଲ ଘୋଟି ଆସିଲା । ପ୍ରଚଣ୍ଡ ଶବ୍ଦ ସହ ବାଣ ଗୁଡିକ ଫୁଟିବାରେ ଆଗିଳା । ବାଣ ଶବ୍ଦ କମିବା ପରେ ଚିତ୍କାର ଶୁଭିଲା । କାହା ଉପରେ କିଏ ଚଢି ଯାଇଛି ତ ଆଉ କିଏ କ୍ଷତାକ୍ତ ହୋଇଛି । ଚିତ୍କାର କରୁଛି ମୋତେ ଉଧାର କର ବଞ୍ଚାଇ ଦିଅ ମୋତେ ହସ୍ପିଟାଲ ନେଇ ଚାଲ । ବାସ୍ତବିକ ସେ ସମୟର ଦ୍ରୁଶ୍ଯ ଥିଲା ଅତ୍ୟନ୍ତ ବେଦନା ଦାୟକ । ଏହି ଘଟଣା ଘଟି ସାରିବା ପରେ ଏଭଳି ଏକ ଘଟଣା କେଉଁ ସ୍ଥିତିରେ ଘଟିଲା ତାହାକୁ ନେଇ ତଦନ୍ତ ହେଉଥିବା ବେଳେ ବାଣ ପ୍ରତିଯୋଗୀତା ପାଇଁ କିଏ ଅନୁମତି ଦେଇଥିଲା କିଭଳି ଏ ଘଟଣା ଘଟିଲା ତାହାର ତଦନ୍ତ କରି ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ମେୟର ସୁଭାଷ ସିଂ ଦାବି କରିଛନ୍ତି ।

ସେପଟେ ବ୍ଯବହ୍ରୁତ ବାଣର ପୋଡା ସୁତୁଲି, କତିଳେ ତିଆରି ନାଳ ସଂଗ୍ରହ କରାଯାଇଛି । କୁହାଯାଇଛି ଏହି ନାଳ ତିଆରି ପାଇଁ ବାଣ ବିସ୍ଫୋରଣ ଘଟିଛି । ବାଣ ଫୁଟିବା ବେଳେ ଏହି ନାଳ ଗୋଟିଏ ତଳ ମୁହଁ ହୋଇ ପଡିଥିବା ସହ ଆକାଶକୁ ଉଠିବା ବଦଳରେ ବାଣ ଟି ଲୋକଙ୍କ ମେଳରେ ଫୁଟି ଯାଇଥିଲା । ଯେଉଁଥି ପାଇଁ ବସ୍ତାରେ ଥିବା ବାନରେ ଲାଗି ଯାଇଥିଲା ଆଉ ତା ପରେ ହୋଇଥିଲା ବିସ୍ଫୋରଣ ।

ଆଉ ଏହା ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯେବେ ଲଣ୍ଡନରେ ଅଛନ୍ତି ଭାରତ ଠାରୁ ଅଭୁତ ଦୂରରେ ଅଛନ୍ତି ସେତିକିବେଳେ ଏମିତି ଖବର ଶୁଣିବ ପରେ ସେ ମର୍ମାହତ ହୋଇଛନ୍ତି । ସେ ନିଜେ ହୁଅନ୍ତୁ କି ଅଫିସିୟାଲି ଟିମ ହେଉ ସ୍ଵତଃ ଡାକ୍ତରୀ ଟିମ ସହ ଯୋଗାଯୋଗ କରିଛନ୍ତି । ସମସ୍ତଙ୍କର କିଭଳି ଚିକିତ୍ସା ଚାଲିଛି ପଚାରି ବୁଝୁଛନ୍ତି । ଆଉ କିପରି ଉତ୍ତମ ଚିକିସା ସୁବିଧା ଯୋଗାଇ ଦିଆଯିବ ସେ ବିଷୟରେ ପରାମର୍ଶ କରୁଛନ୍ତି ଅନୁଭବ ।

ଅନୁଭବ ମହାନ୍ତି ଭିଡିଓ ଜାରି କରି କହିଛନ୍ତି ମୁଁ ମୁଁ ଲଣ୍ଡନରେ ଅଛି ସତ କିନ୍ତୁ ଯେଉଁ ମାନେ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମତେ ବହୁତ ଜଲ୍ଦି ଭଲ ହୋଇଯିବେ । ଏହା ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସବ୍ୟସାଚି ନାୟକ, ମେୟର ସୁଭାଷ ସିଂ, ବିଧାୟକ ଶଶିଭୂଷଣ ବେହେରା ପ୍ରମୁଖ କଟବ ଏସସିବି ରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *