Daman ଫିଲ୍ମର ହିନ୍ଦୀ ଡବିଂକୁ ନେଇ Voice Artist Sanket Mahtre ଯାହା କହିଲେ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ଦମନ ଫିଲ୍ମକୁ ନେଇ କେବଳ ଓଡିଶା ନୁହେଁ ସାରା ଭାରତରେ ଚର୍ଚ୍ଚା । ଅନେକ ସମୟ ପରେ ଓଡିଆ ଇଣ୍ଡଷ୍ଟ୍ରି ଏକ ଏପରି ଫିଲ୍ମ ଆସିଛି ଯାହା ଓଡିଆ ଇଣ୍ଡଷ୍ଟ୍ରିର ଦିଶା ବଦଳାଇବା ପାଇଁ ଏକ ବଡ କାରଣ ପାଲଟିଛି । କାରଣ ଅନେକ ବର୍ଷ ଧରି ଓଡିଆ ଫିଲ୍ମ ଗୁଡିକ ସାଉଥ ଫିଲ୍ମର କପି ହେଉଥିଲା ତେଣୁ ଲୋକ ମାନେ ଆଉ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନ ଥିଲେ । କିନ୍ତୁ ଏହି ଦମନ ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ ।

ଦମନ ଫିଲ୍ମଟି ଆମ ଓଡିଶାର ଏକ ମାତ୍ର ଫିଲ୍ମ ଯାହା ଆଗାମୀ ଦିନରେ ହିନ୍ଦୀ ଡବିଙ୍ଗରେ ରିଲିଜ ହେବାକୁ ଯାଉଛି । ଭାରତର ୫୦୦ ହଲରେ ଦମନ ଫିଲ୍ମ ରିଲିଜ ହେବାକୁ ଯାଉଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ ଚାଲିଛି । ଫିଲ୍ମର ଡାଇଲଗ ଆଉ ଗୀତ ଗୁଡିକ ହିନ୍ଦୀ ଡବିଙ୍ଗ ହେବ ଆଉ ଦରକାର ପଡିଲେ କିଛି ସିନ୍ସ ପଲିସ ମଧ୍ୟ ହେବ ବୋଲି ବାବୁସାନ ମହାନ୍ତି କହିଛନ୍ତି ।

ଏହି ଫିଲ୍ମରେ ବାବୁସାନଙ୍କ ହିନ୍ଦୀ ଭଏସ ଦେବେ ସଙ୍କେତ ମେହେତା । ସଙ୍କେତ ହେଉଛନ୍ତି ଭାରତର ଜଣେ ଲୋକପ୍ରିୟ ଭଏସ କଳାକାର । ସେ ଅନେକ ଫିଲ୍ମରେ ନିଜର ଭଏସ ଦେଉଛନ୍ତି । ସଙ୍କେତ ବାବୁସାନଙ୍କ ଭଏସ ଦେବାକୁ ଯାଉଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଙ୍କେତ କହୁଛନ୍ତି “ମୋର ସୌଭାଗ୍ୟ ଅଟେ ଯେ ମୁଁ ଦମନ ଫିଲ୍ମର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତିଙ୍କର ଭଏସ ଦେବାର ଅବସର ମିଳିଲା ।

କିଛି ଦିନ ତଳେ ମୋତେ ସୋସିଆଲ ମିଡିଆରେ ବହୁତ ଲୋକ ମେସେଜ କଲେ ଆଉ କହିଲେ ମୋତେ ଦମନ ଫିଲ୍ମରେ ଭଏସ ଦେବା ଉଚିତ । ଏହା ପରେ ମୁଁ ଦମନ ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରିଲି । ଏହା ପରେ ମୁଁ ସାମ୍ପଲ ପଠେଇଲି ଆଉ ଅଚାନକ ଦମନ ଟିମର କଲ୍ ମୋ ପାଖକୁ ଆସିଲା କାମ କରିବା ପାଇଁ । ଆଉ ଆଜି ମୋର ରେକର୍ଡିଙ୍ଗ ଥିଲା । ହିନ୍ଦୀରେ ପ୍ରଥମ ଥର ଏହି ଫିଲ୍ମ ଦେଖିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ବହୁତ ଅଧିକ ଖୁସି ଅଛି ।

ଦମନ ଫିଲ୍ମ ଗୋଟେ ବହୁତ ଭଲ ଫିଲ୍ମ ଆଉ ୱଣ୍ଡରଫୁଲ ଫିଲ୍ମ ଅଟେ । ଏହି ଫିଲ୍ମ ଟି ସତ୍ୟ ଘଟଣା ଉପରେ ଆଧାରିତ ଅଟେ । ମୁଁ ସବୁ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଦେଉଛି ଯେଉଁ ମାନେ ମୋତେ ମ୍ଯାସେଜ କରିଥିଲେ । ମୋତେ ଏହି ଫିଲ୍ମ ରେ ଭଏସ ଦେଇ ବହୁତ ମଯା ଆସିଲା । ମୁଁ ସବୁ ଓଡିଆ ଦର୍ଶକ ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି କି ମୋତେ ଓଡିଆ ଫିଲ୍ମ ରେ ଭଏସ ଦେବାକୁ ପ୍ରେରଣା ଦେଲେ । ଦମନ ଫିଲ୍ମର ପୁରା ଟିମ କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି ଏହା ମୋର ପ୍ରଥମ ଓଡିଆ ଫିଲ୍ମ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *