ନମସ୍କାର ବନ୍ଧୁଗଣ, ଭଗବାନ ବିଷ୍ଣୁଙ୍କ ହାତରେ ସୁଦର୍ଶନ ଚକ୍ର ସଦା ସର୍ବଦା ରହିଥାଏ । ଭଗବାନ ବିଷ୍ଣୁଙ୍କର ଶ୍ରେଷ୍ଠ ଅସ୍ତ୍ର ହୋଇଥାଏ ସୁଦର୍ଶନ ଚକ୍ର । ତେବେ ଏହି ସୁଦର୍ଶନ ଚକ୍ରର ଉତ୍ପତ୍ତି କେବେ ହେଲା । କିଏ ଏହାକୁ ଭଗବାନ ବିଷ୍ଣୁଙ୍କୁ ଦେଇଥିଲେ ଏହିସବୁ ପୌରାଣିକ କଥା ଗୁଡିକୁ ଜାଣିବାର ଜିଜ୍ଞାସା ଆପଣ ମାନଙ୍କ ମନରେ କେବେ ନା କେବେ ନିଶ୍ଚୟ ଆସିଥିବ । ତେଣୁ ଆଜି ଆପଣ ମାନେ ଏହାର ଉତ୍ତର ଜାଣିବାକୁ ପାଇବେ କିଏ ବନେଇଥିଲେ ସୁଦର୍ଶନ ଚକ୍ର ? ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସୁଦର୍ଶନ ଚକ୍ରକୁ ଭଗବାନ ବିଷ୍ଣୁ ଥରେ ନିଜ ହାତରୁ ଛାଡିବା ପରେ ତାହା ନିଜର ଲକ୍ଷ ସ୍ଥଳରେ ପହଞ୍ଚି ପୁଣି ଫେରି ଆସିଥାଏ ଭଗବାନ ବିଷ୍ଣୁଙ୍କ ହାତର ଆଙ୍ଗୁଠିକୁ । ଏହି ସୁଦର୍ଶନ ଚକ୍ରକୁ ଭଗବାନ ବିଷ୍ଣୁ ହାଲ କରିବା ନିମନ୍ତେ ଗଡବାଲର ଶ୍ରୀନଗର ସ୍ଥିତ କମଲେଶ୍ଵର ଶିବ ମନ୍ଦିରରେ ତପସ୍ୟା କରି ହାସଲ କରିଥିଲେ । ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କୁ ହରିଙ୍କ ଶିବ ଲିଙ୍ଗରୁ ପ୍ରାପ୍ତ ହୋଇଥିଲା ।
ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ମହଦେବଙ୍କ ଆଶୀର୍ବାଦରୁ ମିଳିଥିବାର ଉଲ୍ଲେଖ ରହିଛି । କୁହଯାଏ ଏହି ସୁଦର୍ଶନ ଚକ୍ର ଦେବତା ମାନଙ୍କ ରକ୍ଷା ପାଇଁ ରକ୍ଷାସ ମାନଙ୍କ ବିନାଶରେ ଶ୍ରେଷ୍ଠ ଭୂମିକା ନେଇଥିଲା । ଥରେ ଭଗବାନ ବିଷ୍ଣୁ ଶିବଙ୍କୁ ପ୍ରସନ୍ନ କରିବା ନିମନ୍ତେ ଶିବଙ୍କ ମନ୍ଦିରରେ ବସିଲେ । ଭଗବାନ ବିଷ୍ଣୁ ହଜାର ଥର ମନ୍ତ୍ର ଜପ କରିବାକୁ ଲାଗିଲେ ।
ପ୍ରତ୍ୟକ ମନ୍ତ୍ରରେ ଗୋଟିଏ ଗୋଟିଏ ପଦ୍ମ ଅର୍ପଣ କରିବା ନିମନ୍ତେ ୧୦୦୦ଟି ପଦ୍ମ ଫୁଲ ଆଣିଥିଲେ । ଏହି ସମୟରେ ଭଗବାନ ଶିବ ତାଙ୍କ ପରୀକ୍ଷା ନେବାକୁ ଯାଇ ଗୋଟିଏ ପଦ୍ମ ଫୁଲ ଲୁଚାଇଦେଲେ । ଏହାପରେ ଶ୍ରୀକୃଷ୍ଣ ସେହି ପଦ୍ମ ଫୁଲକୁ ନ ପାଇଁ ଅନେକ ଖୋଜିବା ପରେ ବିଫଳ ହେଲେ , ଭାବିଲେ ତାଙ୍କୁ ନିଜକୁ ତ ସମସ୍ତ କମଳ ନୟନ ନୋଳି ବିବେଚିତ କରିଥାନ୍ତି ।
ତେଣୁ ସେ ତାଙ୍କ କମଳ ସଦୃଶ ଆଖିକୁ ଅର୍ପଣ କରିବା ପାଇଁ ବାହାରି ପଡିଲେ । ଠିକ ସେତିକି ବେଳେ ଶିବ ପ୍ରସନ୍ନ ହୋଇ ତାଙ୍କ ସାମ୍ନାରେ ପ୍ରକଟ ହେଲେ । ଏବଂ ଭଗବାନ ବିଷ୍ଣୁଙ୍କୁ ନିଜ ଇଚ୍ଛା ଅନୁଯାୟୀ ବାର ମାଗିବାକୁ କହିଲେ । ଏହାପରେ ବିଷ୍ଣୁ ଭଗବାନ ଶିବଙ୍କୁ ରାକ୍ଷସ ମାନଙ୍କ ବିନାଶ ନିମନ୍ତେ ଏକ ଅମୋଘ ଅସ୍ତ୍ରର ବରଦାନ ମାଗିଥିଲେ । ତେଣୁ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ତାଙ୍କୁ ପ୍ରଦାନ କଲେ ।
ସୁଦର୍ଶନ ଚକ୍ରକୁ ପ୍ରଦାନ କରି କହିଲେ ତିନି ଲୋକରେ ଏହି ସୁଦର୍ଶନ ଚକ୍ରର ସମକକ୍ଷ କୌଣସି ଅସ୍ତ୍ର ହେବ ନାହିଁ । ବିଷ୍ଣୁ ଏହି ଚକ୍ରକୁ ପ୍ରାପ୍ତ କରି ଅସୁର ମାନଙ୍କ ସଂହାର କରିଲେ । ଯାହା ଫଳରେ ଦେବତା ମାନଙ୍କୁ ରାକ୍ଷସଙ୍କ ଠାରୁ ମୁକ୍ତି ମିଳିଲା । ସେବେଠାରୁ ଏହି ସୁଦର୍ଶନ ଚକ୍ର ପ୍ରାପ୍ତ ଦିନଟିକୁ ବୈକୁଣ୍ଠ ଚତୁର୍ଦସୀ ଭାବରେ ମନାଗଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।