ନମସ୍କାର ବନ୍ଧୁଗଣ, ଆମେ ଠାକୁର ଘରେ ପୂଜା କରୁଥିବା ଫଟୋ ପୁରୁଣା ହେବା ପରେ ଏଣେ ତେଣେ ଫୋପାଡି ଦେବା ଉଚିତ ହୋଇନଥାଏ । ଏହି ଫଟୋକୁ ବିସର୍ଜନ କରିବାର କିଛି ସ୍ଵତନ୍ତ୍ର ନିୟମ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ଠାକୁର ଘରେ ଥିବା ଠାକୁରଙ୍କ ପୁରୁଣା ଫଟୋକୁ ଆପଣ କିଭଳି ବିସର୍ଜନ କରିବାର ନିୟମ ରହିଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।
ଯଦି ଆପଣ ମା ମଙ୍ଗଳାଙ୍କ ପୁରୁଣା ଫଟୋକୁ ବିସର୍ଜନ କରିବା ପାଇଁ ଚହୁଁଛନ୍ତି ତେବେ ଆପଣ ପ୍ରଥମେ ମାଆଙ୍କର ନୂଆ ଫଟୋଟିଏ କିଣି ଆଣନ୍ତୁ । ଆପଣ ମାଆଙ୍କ ପ୍ରିୟ ବାର ମଙ୍ଗଳବାର ଦିନ ନୂଆ ଫଟୋ କୁ ସ୍ଥାପନ କରିବେ । ସେହି ଫଟୋରେ ପାଣି ଛିଞ୍ଚନ କରିବେ । ପଞ୍ଚାମୃତ ମଧ୍ୟ ପ୍ରସ୍ତୁତ କରି ରଖିଥିବେ । ସେହି ପଞ୍ଚାମୃତକୁ ମଧ୍ୟ ମାଆଙ୍କ ଫଟୋରେ ଛିଞ୍ଚନ କରିବେ । ନୂଆ ବସ୍ତ୍ର ପିନ୍ଧାଇବେ ।
ଚନ୍ଦନ ସିନ୍ଦୁର ମଧ୍ୟ ଲଗାଇ ପୂଜା କରିବେ । ପୁରୁଣା ଫଟୋକୁ ମଧ୍ୟ ନୂଆ ଫଟୋ ଓ ପାଖରେ ରଖି ପୂଜା କରିବେ । କଳସଟିଏ ମଧ୍ୟ ପାଖରେ ବସାଇବେ । ଆପଣ ଯଦି ବ୍ରାହ୍ମଣଙ୍କ ଦ୍ଵାରା ପ୍ରତିଷ୍ଠା ନ କରୁଛନ୍ତି । ତେବେ ନିଜେ ନିଜେ ପଞ୍ଚାମୃତ ଛିଞ୍ଚି ଠାକୁରଙ୍କ ଫଟୋ ସାମ୍ନାରେ ଗୁଆଟିଏ ରଖନ୍ତୁ । ଯଦି ଆପଣ ଫଟୋ ପ୍ରତିଷ୍ଠା କରୁଛନ୍ତି ତେବେ ବ୍ରହ୍ମଣଙ୍କର ଦରକାର ପଡିବ ନାହିଁ ।
ଯଦି ଆପଣ ବିଗ୍ରହ ପ୍ରତିଷ୍ଠା କରିବେ ତେବେ ବ୍ରାହ୍ମଣଙ୍କ ଦ୍ଵାରା ପ୍ରତିଷ୍ଠା କରାଇବା ନିହାତି ଜରୁରୀ ହୋଇଥାଏ । ଏହା ତ ଥିଲା ଆପଣ ପୁରୁଣା ଫଟୋ ବଦଳରେ କିଭଳି ନୂଆ ଫଟୋକୁ ସ୍ଥାପନ କରିବେ । ଏବେ ଆସନ୍ତୁ ଜାଣିବା ବିସର୍ଜନ କିପରି କରିବା ଦରକାର । ବିସର୍ଜନ କରିବା ସମୟରେ ପୁରୁଣା ଫଟୋ ସହ ତାଙ୍କ ପିନ୍ଧା ବସ୍ତ୍ର, ଅଳଙ୍କାର ଇତ୍ଯାଦିର ମଧ୍ୟ ବିସର୍ଜନ କରାଯାଇଥାଏ । ବିସର୍ଜନ ଜଳରେ ଅଥବା ମାଟିରେ କରାଯାଇଥାଏ ।
ତେବେ ଧ୍ୟାନ ରଖିବେ ଯଦି ଆପଣ ଠାକୁରଙ୍କ ଚୁଡିକୁ ମାଟିରେ ପୋଟୁଛନ୍ତି ତେବେ ସେହି ଚୁଡିରେ ଜେଭଳି କାହା ଗୋଡ ନବାଜେ । ପାରିବେ ଯଦି ଆପଣ ନିଜ ପାଖ କୂଅ ପୋଖରୀରେ ମଧ୍ୟ ବିସର୍ଜନ କରିପାରିବେ । ସବୁଠାରୁ ପୂଣ୍ୟ ବିସର୍ଜନ ହଅଇଥାଏ ଯଦିଆପଣ ସମସ୍ତ ବିସର୍ଜନର ସାମଗ୍ରୀ ନେଇ ପୁରୀ ମହିଦଧିରେ ବିସର୍ଜନ କରନ୍ତି ।
ମାଆ ମଙ୍ଗଳାଙ୍କ ଭଳି ଆପଣ ସମସ୍ତ ଦେବା ଦେବୀଙ୍କର ଏହିଭଳି ଉପାୟରେ ସ୍ଥାପନ କରିବା ସହ ବିସର୍ଜନ ମଧ୍ୟ କରନ୍ତୁ । ଏପରି କରିବା ଫଳରେ ଆପଣଙ୍କ ଉପରେ କୌଣସି କୁପ୍ରଭାବ ପଡିନଥାଏ । ଆପଣ ନୂତନ ଫଟୋ ସ୍ଥାପନ କରିବା ବେଳେ ଭଗବାନ ଆପଣଙ୍କ ପୁରୁଣା ଫଟୋରୁ ନୂଆ ଫଟୋକୁ ପ୍ରବେଶ କରିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।