ଏମିତି ଯାଏ ଜୀବନ! ପ୍ରାର୍ଥନା ସଭାରେ ଚାଲିଗଲା ଛାତ୍ରର ପ୍ରାଣ, ରାହା ଧରି କାନ୍ଦୁଛି ମା’…. Video ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ

ଦର୍ଶକ ବନ୍ଧୁ ଆଜି ର ସମୟରେ ଅନେକ ଲୋକ ଙ୍କର ହଠାତ ମୃତ୍ୟୁ ହୋଇ ଯାଉଛି ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଏପରି ଅକାଳ ମୃତ୍ୟୁ ହେବାରୁ କେହି ବି ସ୍ତବ୍ଧ ହୋଇ ପଡ଼ୁଛନ୍ତି । ବର୍ତ୍ତମାନ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ରୁ ବି ଲୁହ ଆସିଯିବ । ଆଉ ଆପଣ ବି କହିବେ ସତରେ କଣ ମୃତ୍ୟୁ ଏମିତି ଆସେ । ଆଜ୍ଞା ହଁ ଦର୍ଶକ ବନ୍ଧୁ ପୁଅର ଅଚାନକ ମୃତ୍ୟୁ ପରେ ରାସ୍ତା ଉପରେ ବିକଳ ହୋଇ କାନ୍ଦୁଛି ମା ।

ଯିଏ ଯେତେ ବୁଝାଇଲେ ବି ମା ବୁଝିବାକୁ ନାରାଜ । ବୁଝିବ ବା କେମିତି ମାତ୍ର ୧୭ ବର୍ଷର ପୁଅ ଅଭିଜିତ ଦାସ ଢେଙ୍କାନାଳ ସରକାରି ଆଇଟିଆଇ ଶିକ୍ଷା କେନ୍ଦ୍ର ରେ ପାଠ ପଢୁଥିଲେ । ପ୍ରାରଥନ ସଭାରେ ଛିଡା ହୋଇଥିବା ବେଳେ ସେ ଅଚାନକ ଟଳି ପଡିଲେ । ଅଚାନକ ଅସୁସ୍ଥ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆ ଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ତାଙ୍କୁ ପୁରା ଶିକ୍ଷା ଅନୁଷ୍ଠାନ ସହ ପରିବାର ରେ ଶୋକର ମାହୋଲ ସୃଷ୍ଟି କରିଥିଲା ।

ପୁଅର ମୃତ୍ୟୁ ଖବର ଶୁଣିବା ପରେ ମା ର ପାଦ ତଳୁ ମାଟି ଖସି ପଡିଲା । ପୁଅକୁ ହରାଇ ଅଧର୍ଜ୍ୟ ହୋଇ ପଡିଲା ମା । ମେଡିକାଲ ରାସ୍ତା ରେ କାନ୍ଦି କାନ୍ଦି ଗଡି ଯାଉ ଥିବାର ଦ୍ରୁଶ୍ଯ ବେସ ହୃଦୟ ବିଦାରକ ଥିଲା । ହଠାତ ପୁଅ ର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ ମା । ମୃତ ଛାତ୍ର ଜଣକ ହଷ୍ଟେଲ ରେ ରହୁଥିଲେ । ପୂର୍ବରୁ ହଷ୍ଟେଲ କିମ୍ବା ଟ୍ରେନିଙ୍ଗ ସେଣ୍ଟର ରେ ଏଭଳି ଲକ୍ଷଣ କେବେ ବି ଦେଖିବାକୁ ମିଳି ନ ଥିଲା । ସବୁ ଦିନ ଭଳି ଆଇଟିଆଇ ଶିକ୍ଷା କେନ୍ଦ୍ର କୁ ପାଠ ପଢିବା ପାଇଁ ଆସିଥିଲେ ଛାତ୍ର ଜଣକ ।

କିନ୍ତୁ ହଠାତ ତାଙ୍କର ଅଭଳି ମୃତ୍ୟୁ କୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କ ମୃତ୍ୟୁ କୁ ନେଇ ଗାଁ ଓ ଶିକ୍ଷା ଅନୁଷ୍ଠାନରେ ଏକ ପ୍ରକାର ର ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଆଉ ଅଭିଜିତ ଙ୍କୁ ଖୋଜୁଛନ୍ତି ତାଙ୍କ ସହପାଠୀ ଓ ପରିବାର ।

ଅଭିଜିତ ଜଣେ ଶାନ୍ତ, ସରଳ ଓ ମେଧାବୀ ଛାତ୍ର ଥିଲେ । ସବୁ ଦିନ ଭଳି ସେ ନିଜ ସାଙ୍ଗ ମାନଙ୍କ ସହ ଶିକ୍ଷା ଅନୁଷ୍ଠାନ କୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ମୃତ୍ୟୁ ତାଙ୍କୁ ଅପେକ୍ଷା କରି ରହିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *