ବନ୍ଧୁଗଣ ଆଉ ମାତ୍ର କିଛି ଦିନ ବାକି ରହିଲା ପୁରୁଣା ବର୍ଷ ୨୦୨୨ ଶେଷ ହେବାକୁ । ଆରମ୍ଭ ହେବ ନୂଆବର୍ଷ ୨୦୨୩ । ଏଥର ନୂଆବର୍ଷ ସମସ୍ତଙ୍କୁ ଅନେକ ଖୁସି ଦେବ । କାରଣ ନୂଆବର୍ଷ ଛୁଟି ଦିନ ରବିବାରରେ ପଡୁଛି । କିନ୍ତୁ ବ୍ୟାଙ୍କରେ ଜରୁରୀ କାମ ଥିବା ଲୋକଙ୍କ ପାଇଁ ରହିଛି ଜରୁରୀ ସୂଚନା । କାରଣ ପ୍ରଥମ ମାସ ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ଯାଙ୍କ । ଏ ନେଇ ରିଜର୍ଭ ବ୍ଯାଙ୍କ ଜାରି କରିସାରିଲାଣି ତାଲିକା ।
ତେବେ ଆସନ୍ତୁ ଜାଣିବା ବ୍ଯାଙ୍କ ଗୁଡିକର ଛୁଟି ତାଲିକା ବିଷୟରେ ବିସ୍ତାର ଭାବେ । ଏବେ ଠାରୁ ଜରୁରୀ କାମ କରାଇ ନିଅନ୍ତୁ । ନୂଆବର୍ଷ ପାଇଁ ଛୁଟି ତାଲିକା ଜରାଇ କରିଛି ରିଜର୍ଭ ବ୍ଯାଙ୍କ । କେବଳ ଜାନୁଆରୀ ମାସରେ ୧୪ ଦିନ ଚୁତିରେ ରହିବେ ବ୍ଯାଙ୍କ କର୍ମଚାରୀ । ରବିବାର ଓ ଦ୍ଵିତୀୟ ଶନିବାରକୁ ମିଶାଇ ମୋଟ ୧୪ ଦିନଛୁଟି ରହିବ । ଏହି ଛୁଟି ଗୁଡିକର ଦେଶର ବିଭିନ୍ନ ପର୍ବ ପର୍ବାଣି ଗୁଡିକ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
ଜାନୁଆରି ୧ ସାପ୍ତାହିକ ରବିବାର ଛୁଟି । ଜାନୁଆରି ୨ ମିଜୋରାମ ନୂଆବର୍ଷ । ଜାନୁଆରୀ ୮ ସାପ୍ତାହିକ ଛୁଟି ରାଇବାର । ଜାନୁଆରୀ ୧ ମିସନାରୀ ଦିବସ । ଜାନୁଆରୀ ୧୨ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ । ଜାନୁଆରୀ ୧୪ ମକର ସଙ୍କ୍ରାନ୍ତି ଓ ତେଲେଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ, ଆସାମ ଓ ସିକିମ ପାଇଁ ବିହୁ ଛୁଟି । ଜାନୁଆରୀ ୧୫ ପୋଙ୍ଗଲ ଛୁଟି । ଜାନୁଆରୀ ୨୨ ସାପ୍ତାହିକ ଛୁଟି ରବିବାର ।
ଜାନୁଆରୀ ୨୩ ନେତାଜୀ ସୁଭାଶଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ହିମାଚଳ ପ୍ରଦେଶର ରାଜ୍ୟ ପାହ୍ୟା ଦିବସ ଛୁଟି । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ । ଜାନୁଆରୀ ୨୮ ଦ୍ଵିତୀୟ ଶନିବାର ଛୁଟି । ଜାନୁଆରୀ ୨୯ ସାପ୍ତାହିକ ରବିବାର ଛୁଟି । ଜାନୁଆରୀ ୩୧ ଆସାମ ମି ଦମ-ମି- ଫି ର ଛୁଟି । କେବଳ ଏତିକି ନୁହେଁ ନୂଆବର୍ଷ ରେ ବ୍ଯାଙ୍କ ଗୁଡିକ ନୂଆ ନିୟମ ମଧ୍ୟ ଜାରି ହୋଇଛି । ଗ୍ରାହକ ଙ୍କ ସୁବିଧା ପାଇଁ ନୂଆ ଲକର ନିୟମ କରିଛନ୍ତି ।
ଡିସେମ୍ବର ଶେଷ ସୁଧା ଗ୍ରାହକ ଙ୍କ ସିଗନେଚର ଋନିୟୁ କରିବା ସହ ଲକର ରେ ଥିବା ଗ୍ରାହକ ଙ୍କ ଧନ ପାଇଁ ବ୍ଯାଙ୍କ ଗୁଡିକ ଉତ୍ତର ଦାୟୀ ରହିବାକୁ ସିଧା ସଳଖ କୁହା ଯାଇଛି । ଏହା ସହ ଗ୍ରାହକ ଙ୍କୁ ଯେପରି ହଇରାଣ ହେବାକୁ ନ ପଡେ ସେଥିପାଇଁ ସେମାନଙ୍କ ଉପରେ ଅଯଥା ନିୟମ ଲାଗୁ ନ କରିବାକୁ କୁହା ଯାଇଛି । ଲକର ପାଇଁ ଅତି ବେଶୀରେ ୩ ମାସର ଦେୟ ଗ୍ରହଣ କରିବ ବ୍ଯାଙ୍କ ।
ଯଦି ଲକର ରେ ଥିବା ଧନ ସମ୍ପତି ର କ୍ଷତି ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ହିଁ ଏଥିପାଇଁ କ୍ଷତିପୂରଣ ଦେବାକୁ ଜାରି କରିଛନ୍ତି ବ୍ଯାଙ୍କ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।