କାନ୍ଦି କାନ୍ଦି ଭୋଟ ମାଗିଥିଲେ ଆଉ ଏବେ ଲୋକଙ୍କୁ ଦୂରେଇ ଦେଉଛନ୍ତି । ବିଧାୟିକା ହେବା ପରେ ଦେଖାଇଲେ କି ଅସଲ ରଙ୍ଗ ? ସମସ୍ଯା ଜଣାଇବାରୁ ବିଧାୟିକା କହୁଛନ୍ତି ସରପଞ୍ଚ ଙ୍କୁ କୁହ । ବାପାଙ୍କ ସ୍ଵପ୍ନ କଥା କହି ଭୋଟ ମାଗିଥିଲେ ଏବେ ଭୋଟର ଙ୍କୁ ଏ କି ବ୍ୟବହାର ? ହଁ ଦର୍ଶକ ବନ୍ଧୁ, ନମସ୍କାର । ଗତ କିଛି ସମୟ ହେବ ସେସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଯେଉଁଥି ରେ ନବ ନିର୍ବାଚିତ ବିଧାୟିକାଙ୍କ କଥା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ । ବିଧାୟିକା ଆସିବା ଜାଣି ସମସ୍ୟା ଜଣାଇବା ପାଇଁ ଧାଇଁ ଆସିଥିଲେ ଗାଁ ଲୋକେ। ହେଲେ ବିଧାୟିକା ଙ୍କ ତୁଣ୍ଡରୁ ଯେଉଁ କଥା ବାହାରିଲା ଲୋକେ ଗୁହାରି କରିବେ କଣ, ଯେଉଁ ମୁହଁରେ ଯାଇଥିଲେ ସେହି ମୁହଁରେ ଫେରି ଆସିଲେ । ଟିକେ ମ୍ୟାଡମ ବର୍ଷାଙ୍କ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ଏ ହେଉଛନ୍ତି ବର୍ଷା ସିଂ ପରିହା । ଯିଏ ଦିନେ କାନ୍ଦି କାନ୍ଦି ଭୋଟ ମାଗୁଥିଲେ ଆଉ ଗାଡି ରେ ବସିବା ପରେ ଲୋକଙ୍କୁ ହତାଦର କରୁଛନ୍ତି । ଏବେ ସୋସିଆଲ ମିଡିଆରେ ବର୍ଷା ଙ୍କୁ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥି ରେ ଦୁଇ ପ୍ରକାରର ଫୋଟୋ ରହିଛି । ଗୋଟେ ଚିତ୍ର ରେ ଲୁହ ଝଋ ଯାଉଛି ଆଉ ଗୋଟିକ ରେ ଖୋଲା ହସ ନଜର ଆସୁଛି ।
ନିର୍ବାଚନ ପ୍ରଚାର ବେଳେ କାନ୍ଦି କାନ୍ଦି ବାପାଙ୍କ ସ୍ଵପ୍ନ କୁ ପୂରଣ କରିବା ସହ ପଦ୍ମପୁର ରେ ବିକାଶ କହିଥିଲେ ବର୍ଷା । ହେଲେ ଭୋଟ ଜିତିବା ପରେ ବର୍ଷା ଙ୍କର ଏହି ଭିଡିଓ ଦେଖିବା ପରେ କାନ୍ଦିବା ପଛରେ ଏତେ ଛଳନା ଥିଲା ବୋଲି ମଧ୍ୟ ଆରମ୍ଭ ହେଲାଣି ଚର୍ଚ୍ଚା । ପଦ୍ମପୁର ବ୍ଲକ ମୋହାଲପାଲି ଗାଁ କୁ ଯାଇଥିଲେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ।
ଏହି ସମୟରେ ଗାଁ ଲୋକ ଆସି ଯେଉଁ ସମସ୍ଯା କଥା ଖିଥିଲେ ହେଲେ ଏହି କଥା ଶୁଣିବା ପରେ ବିଧାୟିକା ମ୍ୟାଡମ ଚିହିଁକି ଉଠିଥିଲେ । ନିଜେ ସମସ୍ଯା ନ ଶୁଣି ଲୋକଙ୍କୁ ତାଶ୍ଚାଲ୍ୟ କରିବା ସହ କହିଥିଲେ ସରପଞ୍ଚ ଙ୍କୁ ଭୋଟ ଦେଇଛ ସମସ୍ଯା କୁହ । ହେଲେ ଗୋଟିଏ କଥା ଜଣେ ପ୍ରତିନିଧି ଙ୍କ ମୁହଁ ର ଏଭଳି କଥା ବୋଧ ହୁଏ ଶୋଭନୀୟ ନୁହେଁ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ତେବେ ଭାଇରାଲ ହେଉଥିବା ଭିଡିଓ ରେ ବର୍ଷା ଏମିତି କାହିଁକି କହିଲେ ଏ ଯାଏଁ ତାଙ୍କର କିଛି ପ୍ରତିକ୍ରିୟା ମିଳିପାରି ନାହି । ତା ହେଲେ ବନ୍ଧୁଗଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।