ବନ୍ଧୁଗଣ ଦିନକୁ ଦିନ ଭାରତରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ଚୀନ କୁ ପଛରେ ପକାଇ ଭାରତ ଅଧିକ ଜନସଂଖ୍ୟା ଥିବା ରାସ୍ତା ହେବାକୁ ଯାଉଛି । କିନ୍ତୁ ବିଶ୍ଵ ରେ ଏପରି ଏକ ରାଷ୍ଟ୍ର ରହିଛି ଯାହାକୁ ଦେଶର ସବୁଠାରୁ ଛୋଟ ରାଷ୍ଟ୍ର ବୋଲି କୁହାଯାଇଛି । ଏହି ଦେଶର ଜନସଂଖ୍ୟା ମାତ୍ର 27 ଜଣ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦେଶର ନାମ କଣ, ଏହା କେଉଁଠି ରହିଛି ଓ ଏଠାରେ ଲୋକେ କେମିତି ଜୀବନଯାପନ କରନ୍ତି ।
ବିଶ୍ଵ ର ସବୁଠାରୁ ଛୋଟ ରାଷ୍ଟ୍ର କୁହା ଯାଉଥିବା ଦେଶର ନାମ ହେଉଛି ସିଲ୍ୟାଣ୍ଡ ବା ଏହାକୁ ମାଇକ୍ରୋ ନେସନ କୁହା ଯାଇଥାଏ । ଏହି ଦେଶ ଇଂଲଣ୍ଡ ର ସଫଲ ବ୍ରିଜ ଠାରୁ 10 କିଣି ଦୂର ରେ ଅବସ୍ଥିତ ଅଟେ । ସବୁଠାରୁ ବଡ କଥା ହେଉଛି ଏହି ଦେଶ କୌଣସି ଟାପୁ ଉପରେ ଗଢି ଉଠି ନାହି । ସମୁଦ୍ର ମଝିରେ ମାତ୍ର 2ଟି ପିଲାର ଉପରେ ଏହି ଦେଶ ଛିଡା ହୋଇଛି ।
ତୃତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟେନ ଏହି ଦେଶକୁ ଗଢିଥିଲା ଆଉ ପରେ ଏହି ସ୍ଥାନକୁ ଖାଲି କରି ଦେଇଥିଲା । ସେବେ ଠାରୁ ନେଇ ଏବେ ଯାଏଁ ଏହି ଦେଶ ଉପରେ ଅଲଗା ଅଲଗା ଲୋକଙ୍କର କବଜା ରହି ଆସିଛି । 13 ବର୍ଷ ପୂର୍ବେ ଅକ୍ଟୋବର 9 ତାରିଖ 2012 ମସିହାରେ ରୟ ବ୍ରେଟଶ ନାମ ଜଣେ ବ୍ୟକ୍ତି ନିଜକୁ ଏଠିକାର ପ୍ରିନ୍ସ ଭାବେ ଘୋଷଣା କରିଥିଲେ ।
ତାଙ୍କ ମୃତ୍ୟୁ ପରେ ମାଇକ୍ରୋ ନେସନ ଉପରେ ତାଙ୍କ ପୁଅ ମାଇକେଲ ର ଶାସନ ଚାଲି ଆସିଛି । ଏହି ଦେଶକୁ ସ୍ଵତନ୍ତ୍ର ଦେଶ ଭାବେ ମାନ୍ୟତା ମିଳି ନାହି । ଏବେ ବି ଏହି ଦେଶ ଅନ୍ୟ ଏକ ଦେଶର ଅଂସ ଭାବେ ଜଣା ଯାଉଛି । ଏହି ଦେଶର ଆକାର ମାତ୍ର 250 ମିଟର । ଆପଣ ଭାବୁଥିବେ ଏଠାରେ କେମିତି ପଇସା ଆସୁଛି ଆଉ ଏଠିକାର ଲୋକେ କେମିତି ବାସ କରନ୍ତି ଆସନ୍ତୁ ଜାଣିବା ।
ସି-ଲ୍ୟାଣ୍ଡ ବା ମାଇକ୍ରୋ ନେସନ ମାତ୍ର 50 ମିଟର ସ୍ଥାନରେ ଗଢି ଉଠିଛି । ତେଣୁ ଏଠିକାର ଲୋକଙ୍କର ଜୀବିକା ନିର୍ବାହ କରିବା ପାଇଁ କୌଣସି ସଂସାଧର ନାହି । ସୋସିଆଲ ମିଡିଆରେ ଏହି ଦେଶ ସମ୍ପର୍କିତ ଏହି ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ନଜରକୁ ଆସିଥିଲା ଏହି ଦେଶ । ସୋସିଆଲ ମିଡିଆରେ ଏହି ଦେଶ ବିଷୟରେ ସାମ୍ନା କୁ ଆସିବା ପରେ ଆପେ ଆପେ ଏହି ଦେଶକୁ ଫଣ୍ଡ ମିଳିବା ଆରମ୍ଭ ହୋଇଥିଲା ।
ଯାହା ଦ୍ଵାରା ସେଠାରେ ରହୁଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିଥିଲା । କେବଳ ଏତିକି ନୁହେଁ ଭିଡିଓ ଭାଇରାଲ ହେବା ପରେ ଅନ୍ୟ ଦେଶରୁ ପର୍ଯ୍ୟଟକ ମାନେ ଆସିବାକୁ ଲାଗିଲେ । ଏଠାକୁ ଦେଖିବାକୁ ଅନ୍ୟ ଦେଶରେ ଲୋକେ ଆସୁଥିବା ବେଳେ ଏଠାରେ ରୋଜଗାରର ପନ୍ଥା ବି ବୃଦ୍ଧି ପାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ସିଲ୍ୟାଣ୍ଡ ଦେଶ ବିଷୟରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।