ନମସ୍କାର ବନ୍ଧୁଗଣ, ସୋସିଆଲ ମିଡିଆରେ ପ୍ରତି ଦିନ କିଛି ନା କିଛି ଖବର ପ୍ରସାର ହେଉଛି ଯାହାକୁ ନେଇ ଚର୍ଚ୍ଚା ବି ହେଉଛି ବିବାଦ ବି ହେଉଛି । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରର ଏଭଳି ଏକ ଖବର ପ୍ରସାର ହୋଇଛି ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ସ୍ଵାମୀ ର ମୃ-ତ୍ୟୁ ପରେ ସ୍ତ୍ରୀ ମାଗୁଛି ସ୍ତ୍ରୀ ର ଅଧିକାର ଆଉ କହୁଛି ମୋତେ ବି-ଧ-ବା କର ।
ମୁଁ ଚାହୁଁଛି ବି-ଧ-ବା ହେବାକୁ । ମୋତେ ବିଧବା କର ମୋ ଝିଅକୁ ଫେରାଇ ଦିଅ । ଏ କଥା ଶୁଣିବା ପରେ କିଛି ବୁଝା ପଡୁ ନ ଥିବ । ତେବେ ମହିଳା ଜଣକ ବି-ଧ-ବା ହେବାକୁ କାହିଁକି ଜିଦି କରୁଛନ୍ତି ? ଇଏ କିଏ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ହେଲେ ଦର୍ଶକ ବନ୍ଧୁ ସତ କଥା ଜାଣିବା ପରେ ଆପଣ ବି ଚକିତ ହୋଇ ପଡିବେ । ଏ ହେଉଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ବରଗଡା ଗାଁ ର ଶୁଭଶ୍ରୀ ପାତ୍ର ।
ସ୍ଥାନୀୟ ଅଞ୍ଚଳର ମନୋଜ ରାଉତ ଙ୍କ ସହ 2013 ରେ ଶୁଭଶ୍ରୀ ଙ୍କ ବିବାହ ହୋଇଥିଲା । ଦୁହିଙ୍କର ପରିବାର ବେଶ ହସ ଖୁସି ରେ ଚାଲିଥିଲା । ହେଲେ ଦୁଇ ଝିଅ ଜନ୍ମ ହେବ ଅପରେ ଶୁଭାଶ୍ରୀ ଙ୍କ ଉପରେ ପରିବାରର ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଥିଲା । ତେଣୁ ବାଧ୍ୟ ହୋଇ ନିଜ ବାପଘରକୁ ପଳାଇ ଥିଲେ ଶୁଭଶ୍ରୀ । ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ଵାମୀ ଶାଶୁଘରେ ରହୁଥିଲେ ।
କିନ୍ତୁ ଗତ 9 ଦିନ ହେବ ଶୁଭଶ୍ରୀ ଙ୍କ ସ୍ବାମୀଙ୍କର ଦୁର୍ଘଟଣା ରେ ମୃ-ତ୍ୟୁ ହୋଇଥିଲା । କିନ୍ତୁ ଶୁଭଶ୍ରୀ ଙ୍କ ସ୍ଵାମୀ ଙ୍କ ଦେ-ହା-ନ୍ତ ପରେ ବି ଶାଶୁଘର ଲୋକେ ତାଙ୍କୁ ଖବର ଦେଇ ନ ଥିଲେ । ହେଲେ କୌଣସି ଉପାୟରେ ଶୁଭଶ୍ରୀ ଶାଶୁଘରେ ପହଞ୍ଚିବା ପରେ ମୋତେ ବିଧବା କର ମୋ ସ୍ଵାମୀଙ୍କ ଶୁ-ଦ୍ଧି-କ୍ରି-ୟା ରେ ସାମିଲ କରିବାକୁ ଜିଦି ଧରିଥିଲେ । କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ ।
ଏମିତି କି ଶୁଭଶ୍ରୀ ଙ୍କ ଦୁଇ ଝିଅ ଙ୍କୁ ମା ପାଖକୁ ଛାଡି ନ ଥିଲେ । ଯାହା କୁ ନେଇ ଉପଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇଥିଲେ ଶୁଭଶ୍ରୀ । ହିନ୍ଦୁ ରୀତି ନୀତି ଅନୁଯାୟୀ ସ୍ଵାମୀ ମଥାରେ ସିନ୍ଦୁର ଦେଇଥାଏ । ସ୍ଵାମୀ ମ-ରି-ବା ପରେ ସ୍ତ୍ରୀ ର ମଥାରୁ ସିନ୍ଦୁର ପୋଛି ଦିଆଯାଏ ।
ହେଲେ ଏଠାରେ ସ୍ଵାମି ଯିବା ପରେ ସ୍ତ୍ରୀ ର ଅଧିକାର ପାଇଁ କଲେକ୍ଟର ଙ୍କ ଦ୍ଵାରସ୍ଥ ହୋଇଛି ସ୍ତ୍ରୀ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।