ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଏତେ ବଡ କାଣ୍ଡ ଘଟାଇବା ପରେ ହସୁଥିବା ଗୋପାଳ ଏବେ ହଠାତ ଚୁପ ହୋଇଯାଇଛି । ନା କାହାକୁ କିଛି କହୁଛି ନା ଆଉ ତା ଓଠରେ ହସ ଅଛି । ସବୁବେଳେ ଜେଲ ଭିତରେ ଗୁମସୁମ ହୋଇ ବସି ରହୁଛି ଗୋପାଳ । ତେବେ ଗୋପାଳର ଆଚରଣରେ ଏଭଳି ପରିବର୍ତ୍ତନ ପଛରେ ରହିନାହିଁ ତ ବଡ ଷ-ଡ-ଯ-ନ୍ତ୍ର । ଗୋପାଳର ଏହି ଆଚରଣକୁ ନେଇ ଆହୁରି ବି କିଛି କଥା ରହିଛି ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ କଥା ସମ୍ପର୍କରେ ।
ଗୋପାଳ ଅସୁରକ୍ଷିତ ମନେ କରିବାରୁ ତାକୁ ଝାରସୁଗୁଡା ଜେଲରେ ଚୌଦ୍ବାର ଜେଲ ଅଣା ଗଲା । ସେବେ ପର୍ଯ୍ୟନ୍ତ ଗୋପାଳ ଠିକ ଥିଲା । ଯେତେବେଳେ ଗୋପାଳ ଘଟଣାର ରିକ୍ରିଏସନ ଦେଖାଉଥିଲା ସେତେବେଳେ ମଧ୍ୟ ଗୋପାଳ ବିନା ଭୟରେ ଖୁସିର ସହ ତାହାକୁ ଉପଭୋଗ କରି କ୍ରା-ଇ-ମ-ବ୍ରା-ଞ୍ଚ ତଦନ୍ତକାରୀଙ୍କ ସମ୍ମୁଖରେ ପରିବେଷଣ କରୁଥିଲା ।
ଆଉ ନାର୍କୋ ଟେଷ୍ଟିଙ୍ଗ ପାଇଁ ଯେତେବେଳେ ଗୋପାଳକୁ ଗୁଜୁରାଟ ନିଆ ଯାଉଥିଲା । ସେତେବେଳେ ମଧ୍ୟ ଗୋପାଳ ଏୟାରପୋର୍ଟରେ ବସି ଠୋ ଠୋ ହୋଇ ଆନନ୍ଦରେ ହସୁଥିଲା । କିନ୍ତୁ ଚୌଦ୍ବାର ଜେଲର 3 ନମ୍ବର ସେ ଗୋପାଳର ନୂଆ ଠିକଣା ପାଲଟିବା ପରେ ଗୋପାଳର ହସ ଖୁସି ଗାୟବ ହୋଇଯାଇଛି । ସେ କାହାକୁ ଅନାଉ ନାହିଁ କିମ୍ବା ନିଜେ ନିଜେ ବି ଯେଉଁ ଖୁସି ହୁଏ ବା ହସେ ତାହା ମଧ୍ୟ ସେ ଆଉ କରୁ ନାହିଁ ।
ବାସ ସବୁବେଳେ ମନ ଦୁଃଖ କରି ଗୁମସୁମ ହୋଇ ବସି ରହୁଛି ଗୋପାଳ । ଗୋପାଳ ପାଖକୁ ଅନୁ କୌଣସି କଏଦୀ ଯିବାର ଅନୁମିତ ନାହିଁ । ଏହି କଥା ସମ୍ପର୍କରେ ଚୌଦ୍ଵାର ଜେଲରେ ଜାମିନ ହୋଇ ବାହାରିଥିବା ଜଣେ କଏଦୀ କହିଛନ୍ତି । ସମସ୍ତଙ୍କ ଭଳି ଯାହା ଦିଆଯାଉଛି ତାହା ଖାଉଛନ୍ତି । ତାଙ୍କୁ ହାଇ ସିକ୍ୟୁରିଟିରେ ରଖାଯାଇଥିବା କଥା ସେ କହିଛନ୍ତି ।
ତେବେ ଆଗରୁ ଖୁସି ଥିବା ଗୋପାଳ ଏବେ ଚୁପ ହୋଇ ଆନୌ ଅନୁତାପ କରୁନାହିଁ । ଏହି ଅନୁତପ୍ତ ଅବସ୍ତାରେ ସେ ଆଉ ସତ ଓଗାଳି ଦେବନି ତ ! ମନ୍ତ୍ରୀଙ୍କ ଘଟଣାକୁ ଦିନ ବିତିବା ସହ ଗୋପାଳର ଖବର ଦିନକୁ ଦିନ ଚାଞ୍ଚଲ୍ୟ ସୃଷ୍ଟି କରିବାରେ ଲାଗିଛି । ଗୋପାଳକୁ ନେଇ ଆସିଥିବା ଏହି କଥା ସମ୍ପର୍କରେ ଆପଣ ମାନଙ୍କ ମନ୍ତବ୍ୟ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ବିଲକୁଲ ଭୁଲିବେନି ।